ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ମହିଳା ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟି ସଚେତନତା ସୃଷ୍ଟି ପାଇଁ ସେପେଫମ୍ବର ମାସରେ ସମଗ୍ର ରାଜ୍ୟରେ ପାଳିତ ହେଉଛି ଚତୁର୍ଥ ରାଷ୍ଟ୍ରୀୟ ପୋଷଣ ମାସ । ପୂର୍ବରୁ ମଧ୍ୟ ଅନୁଷ୍ଠିତ ହେଉଥିବା ବିିଭିନ୍ନ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଓ ଶିଶୁମାନଙ୍କ ପୁଷ୍ଟି ସ୍ଥିତିରେ ଉନ୍ନତି ଆଣିବା ସହ ରକ୍ତହୀନତା ହ୍ରାସ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଜନଆନ୍ଦୋଳନ ଏବଂ ଗୋଷ୍ଠୀସ୍ତରରେ ପୁଷ୍ଟିର ଗୁରୁତ୍ୱ ପାଇଁ କି୍ରୟାଶୀଳତା ସୃଷ୍ଟି ମାଧ୍ୟମରେ ପୋଷଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଚଳିତ ବର୍ଷ ସେପେଫମ୍ବର ମାସର ୪ଟି ସପ୍ତାହ ପାଇଁ ୪ଟି ଭିନ୍ନ ଭିନ୍ନ ବିଷୟବସ୍ତୁ ସ୍ଥିର କରାଯାଇଛି ।
‘ପୋଷଣ ବାଟିକା’ସୃଷ୍ଟି ପାଇଁ ବିଭିନ୍ନ ଉପକାରୀ ବୃକ୍ଷରୋପଣ, ପୁଷ୍ଟିସାଧନ ପାଇଁ ଯୋଗ ଏବଂ ଆୟୁଷର ଉପକାରିତା, ପୁଷ୍ଟିସାଧନ ସ୍ତରରେ ଉନ୍ନତ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରହିଥିବା ଜିଲ୍ଲାଗୁଡ଼ିକରେ ଅଙ୍ଗନବାଡ଼ି ହିତାଧିକାରୀମାନଙ୍କୁ ‘ପୁଷ୍ଟିସାଧନ କିଟ୍’ ବିତରଣ ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରିବା ସହ ପୁଷ୍ଟିକର ଖାଦ୍ୟ ବଣ୍ଟନ ଆଦି ବିଷୟବସ୍ତୁ ଆଧାରରେ ପ୍ରତ୍ୟେକ ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଗ୍ରାମ ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା, ପ୍ରକଳ୍ପ ଏବଂ ଅଙ୍ଗନବାଡ଼ି ସ୍ତରରେ’ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି ା ମହୋତ୍ସବର ଅଂଶବିଶେଷ ଭାବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗୁରୁଦିବସ ଏବଂ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଛି ।
ଅନେକ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଷ୍ଠୀ ସହାୟତାରେ ଗୋଷ୍ଠୀ ପାଠାଗାରମାନ ସ୍ଥାପନ କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସାକ୍ଷରତା, ସାମାଜିକ ପ୍ରସଙ୍ଗ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ବିଷୟଗୁଡ଼ିକ ଉପରେ ଗୋଷ୍ଠୀସ୍ତରୀୟ ସଭାମାନ ଆୟୋଜନ କରାଯାଉଛି । ପୋଷଣ ବାଟିକା ସ୍ଥାପନ ଜିଲ୍ଲା ପ୍ରଶାସନ ସହାୟତାରେ ଅଙ୍ଗନବାଡ଼ିଗୁଡ଼ିକ ସହ ଗର୍ଭବତୀ ମହିଳା ଓ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ ରହିବା ସ୍ଥାନରେ ପୋଷଣ ବାଟିକା କିମ୍ବା ‘ମୋ ଉପକାରୀ ବଗିଚା’ ସ୍ଥାପନ କରିବାକୁ ପ୍ରୋତ୍ସାହିତ କରାଯାଉଛି । ବିଶେଷ କରି ଏହିସବୁ ବଗିଚାର ପନିପରିବା, ଋତୁକାଳୀନ ଫଳଗଛ ଏବଂ ଔଷଧୀୟ ବୃକ୍ଷ ଲଗାଇବା ନିମନ୍ତେ ପରାମର୍ଶ ଦିଆଯାଉଛି ।