No Result
View All Result

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତକାଲି ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ ରିପୋଟର୍ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଗତକାଲି ମୁଣ୍ଡଳୀଠାରେ ଓଡ୍ରାଫ୍ ଟିମ୍ ସହ ଡଙ୍ଗାରେ ଯାତ୍ରା କରୁଥିବାବେଳେ ଅରିନ୍ଦମ ଦାସ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ତାଙ୍କ ପରଲୋକ ସମ୍ବାଦ ପାଇ ସୂଚନା ଓ ଲୋକସଂପର୍କ ବିଭାଗର ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଂଜନ ମଙ୍ଗରାଜ ଘୋର ବ୍ୟଥିତ ହୋଇଥିଲେ ଓ ଅରିନ୍ଦମ ଦାସଙ୍କ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଆଜି ପୂର୍ବାହ୍ନରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କାର ଏକ ଚେକ୍ ମଂଜୁର କରାଯାଇ ତାଙ୍କ ପନିୀ ଶ୍ରୀମତୀ ସମୀକ୍ଷା ବେହେରାଙ୍କ ନିକଟକୁ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ପଠାଇଛନ୍ତି ।
No Result
View All Result