No Result
View All Result

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ୧୯୯୭ ମସିହାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଲ୍ୟବୋଧ ପ୍ରସାର ଉପଲକ୍ଷେ କଳିଙ୍ଗ ନଗରଠାରେ ପ୍ରତିଷ୍ଠିତ ଡି.ଏ.ଭି ପବ୍ଲିକ ସ୍କୁଲ ତାର ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରୁଅଛି । ଏହି ଅବସରରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ସୁଦ୍ଧା କରୋନା ନିୟମାବଳୀକୁ ପାଳନ ପୂର୍ବକ ଅନଲାଇନ୍ / ଅଫ୍ଲାଇନ୍ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ପାଳନ ଅବସରରେ ଏକ ଆନ୍ତଃବିଦ୍ୟାଳୟ ଦୋହା ଗାୟନ ପ୍ରତିଯୋଗିତା ଇତି ମଧ୍ୟରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ ଏହା ସଂଗୀତ ଓ ଶ୍ଲୋକ ମଧ୍ୟରେ ଉଚ୍ଚ ସମନ୍ୱୟ ରଖିପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡି.ଏ.ଭି ଓଡ଼ିଶା ଜୋନ୍ – ୧ ଅନ୍ତର୍ଗତ ୨୩ଟି ବିଦ୍ୟାଳୟର ୯୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଡି.ଏ.ଭି ପବ୍ଲିକ ସ୍କୁଲ ସି.ଡି.ଏ କଟକ ଓ ଡି.ଏ.ଭି ୟୁନିଟ୍ – ୮ ଭୁବନେଶ୍ୱର ଯୁଗ୍ମ ପ୍ରଥମ ହୋଇଥିବା ସ୍ଥଳେ ଡି.ଏ.ଭି. ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଦ୍ୱିତୀୟ ଏବଂ ଡି.ଏ.ଭି ଇଫ୍କୋ ପାରାଦ୍ୱିପ୍ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଏଥିରେ ଡି.ଏମ୍ ସ୍କୁଲ ଭୁବନେଶ୍ୱରର ହିନ୍ଦୀ ବିଭାଗର ପ୍ରଧ୍ୟାପକ ଶ୍ରୀ ପଙ୍କଜ କୁମାର ମିଶ୍ର ତଥା କେନ୍ଦ୍ରୀୟ ବିଦ୍ୟାଳୟ – ୫ ର ସଂଗୀତ ଶିକ୍ଷୟିତ୍ରୀ ଶୁଭକ୍ରୀତି ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିବା ସହ ଆବଶ୍ୟକ ଉପଦେଶ ମଧ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନ କମିଟି ତରଫରୁ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । କରୋନା ପରିସ୍ଥିତିକୁ ବିଚାର କରି ଏହି କାର୍ଯ୍ୟକ୍ରମର ପୁରସ୍କାର ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି ।
No Result
View All Result