No Result
View All Result

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ଭୁବନେଶ୍ୱର :- ସକୁନ୍ତଳା ପୃଷ୍ଟି ନିଜ ଗ୍ରାମର ଲୋକମାନଙ୍କ ପାଇଁ ଏକ ପ୍ରେରଣାରେ ପରିଣତ ହୋଇଛନ୍ତି । ଏକ ବିନମ୍ର ପୃଷ୍ଟଭୂମିରୁ ଆସିଥିବା ସହ ଏକ ଅବର୍ଣ୍ଣନୀୟ ଗ୍ରାମରୁ ନିଜ ଖାଦ୍ୟ ଭ୍ୟାନ୍ ଚଲାଇବା ପର୍ଯ୍ୟନ୍ତ ଯାତ୍ରା ବେଶ୍ ପ୍ରଶଂସନୀୟ । ସେ ଲଘୁ ମୋଟର ଯାନ (ଏଲ୍ଏମ୍ଭି) ଚାଳନା ପ୍ରଷିକ୍ଷଣ ନେବା ପରେ ଋଣ ନେଇ ନିଜର ଏକ ଅଟୋରିକ୍ସା ସେ କିଣିିିଥିଲେ । “ମୁଁ ତାହାକୁ ମୋ ହିସାବରେ ବଦଳାଇଥିଲି ଏବଂ ଜଳଖିଆ ସାମଗ୍ରୀ ବିକ୍ରି ଆରମ୍ଭ କରିଥିଲି । ସନ୍ଧ୍ୟା ସମୟରେ, ମୁଁ ଗୁଲୁଗୁଲା ବିକ୍ରି କରେ ।
ପୂର୍ବରୁ ମୁଁ ବହୁତ୍ ଅସୁବିଧା ର ସାମ୍ନା କରୁଥିଲି କାରଣ ମୁଁ ମୋ ଅଂଚଳ ଭିତରେ ସୀମିତ ଥିଲି ଏବଂ ବିକ୍ରି ବହୁତ୍ କମ୍ ରହୁଥିଲା । ଏବେ ମୁଁ ମୋ ଗାଡ଼ିକୁ ପ୍ରମୁଖ ସ୍ଥାନରେ ପାର୍କିଂ କରୁଛି ଏବଂ ମୋ ପରିବାର ଚଳାଇବା ଲାଗି ଯଥେଷ୍ଟ ଆୟ କରୁଛି ବୋଲି ସକୁନ୍ତଳା କହିଛନ୍ତି ।’’ ଯୋଡ଼ାର ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ଯେଉଁ ଅଭିଯାନ ରହିଛି ତାହା ଅଧୀନରେ ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏଲଏମ୍ଭି ଚଲାଇବାରେ ପ୍ରଶିକ୍ଷଣ ବ୍ୟତୀତ ଯୁବବର୍ଗଙ୍କୁ ଭାରି ମୋଟର ଯାନ (ଏଚ୍ଏମ୍ଭି) ଚଲାଇବାର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ।
ଏହା ବ୍ୟତୀତ ସାହି ଏକ୍ସପୋର୍ଟସ୍ ସହଯୋଗରେ ମହିଳାମାନଙ୍କୁ ପୋଷାକ କ୍ଷେତ୍ର ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଜାତିବାଦ ବୈଷମ୍ୟ, ମାଧ୍ୟମିକ ଶିକ୍ଷା ଓ ସୁଲଭତାର ଅଭାବ, ସାମାଜିକ ପ୍ରତିବନ୍ଧକକୁ ଦୂର କରିବା ଲାଗି ଅଭିଭାବକଙ୍କ ଠାରୁ କମ୍ ସହାୟତା, କୌଣସି ନମନୀୟତା ଶିକ୍ଷା କିମ୍ବା ଡିଜିଟାଲ୍ ଶିକ୍ଷା ସୁଯୋଗର ଅଭାବ ଏବଂ ପ୍ରାୟ ସମସ୍ତଙ୍କ ଆତ୍ମ ବିଶ୍ୱାସ କମ୍ ରହିବା ଭଳି ସମସ୍ୟା ଯୁବବର୍ଗ ସାମ୍ନା କରୁଥିବାରୁ ସେମାନଙ୍କୁ କୌଶଳ ପ୍ରଦାନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ବିଗତ ପାଂଚ ବର୍ଷରେ ଯୋଡ଼ାର ୫୦୦ରୁ ଅଧିକ ପିଲାଙ୍କୁ ବିଭିନ୍ନ କ୍ଷେତ୍ର ଉପରେ ପ୍ରଶିକ୍ଷଣ ଦିଆଯାଇଛି ।
ଉଲି ହୁଟିଂରେ ରହୁଥିବା ୨୧ ବର୍ଷୀୟ ଭାରତୀ ମୁଣ୍ଡା ଭୁବନେଶ୍ୱରରୁ ସିଲାଇରେ ପ୍ରଶିକ୍ଷଣ ହାସଲ କରିଛନ୍ତି । ପ୍ରଶିକ୍ଷଣ ପରେ ସେ ଏବେ ବେଙ୍ଗାଲୁରୁରେ ଚାକିରି ପାଇଛନ୍ତି ଏବଂ ପରିବାର ଚଲାଇବା ଲାଗି ତାଙ୍କ ବାପାଙ୍କୁ ସାହାଯ୍ୟ କରୁଛନ୍ତି । “ମୁଁ ମୋ ଝିଅକୁ ନେଇ ବହୁତ ଚିନ୍ତିତ ଥିଲି କାରଣ ସେ ଅଧାରୁ ସ୍କୁଲ ପାଠପଢ଼ା ଛାଡ଼ିଥିଲା ଏବଂ ସେ ଆମର ଶେଷ ଆଶା ଥିଲା । ତାଙ୍କ ବାପା ଏକ ଛୋଟ ଦୋକାନ ଚଲାଉଛନ୍ତି ଏବଂ ଭଲ ଭାବେ ଚଳିବା ଲାଗି ତାଙ୍କ ଆୟ ଯଥେଷ୍ଟ ହେଉନାହିଁ ।
ତେଣୁ ତା’ର ନିଯୁକ୍ତି ଆମ ପରିବାର ପାଇଁ ଏକ ଆଶାର କୀରଣ । ଏହି ଅଂଚଳରୁ ବାହାରକୁ ବାହାରି ଏବଂ ସ୍ୱାଧୀନ ଭାବେ ଏକ ମେଟ୍ରୋ ସହରରେ ନିଜ ଜୀବନ ବଂଚୁଥିବା ଜାଣିବା ପରେ ଆମକୁ ବହୁତ ଖୁସି ଲାଗୁଛି ବୋଲି ଭାରତୀର ମା’ ଦଃୁଖୀ ମୁଣ୍ଡା କହିଛନ୍ତି । ଟାଟା ଷ୍ଟିଲ୍ ପକ୍ଷରୁ ଏନ୍ଆଇଆଇଟି ଫାଉଣ୍ଡେସନ୍ ସହ ମଧ୍ୟ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଛାତ୍ରଛାତ୍ରୀମାନଙ୍କ ପ୍ରୟୋଗାତ୍ମକ କୌଶଳରେ ଉନ୍ନତି ଆଣିବା ଲାଗି ମୁଖ୍ୟତଃ ମୌଳିକ କମ୍ପ୍ୟୁଟର ଶିକ୍ଷା ପାଠ୍ୟକ୍ରମ ଏବଂ ଇଂରାଜି ଭାଷା କହିବା (ସ୍ପୋକେନ୍ ଇଂଲିଶ) ଉପରେ ଗୁରୁତ୍ୱ ଦେଉଛି ।
No Result
View All Result