No Result
View All Result

ତାଜା ନ୍ୟୁଜ୍ (୨୪ ସେପ୍ଟେମ୍ୱର ଶୁକ୍ରବାର) ନୟାଗଡ଼ :- ଆଜିର ଯୁବ ସମାଜକୁ ସୁସ୍ଥ ଏବଂ ସଶକ୍ତ ରଖିବା ପାଇଁ ଭାରତ ସରକାରଙ୍କ ତରଫରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାୟୋଜିତ ଆଜାଦି କା ଅମୃତ ମହୋତ୍ସବ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ କାର୍ଯ୍ୟକ୍ରମ ନୟାଗଡ଼ ବ୍ଲକ୍ ଜେମାଦେଇପୂର ପାଟଣା ଗ୍ରାମରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଗ୍ରାମର ତ୍ରିନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସରପଞ୍ଚ ତଥା ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟୀ ଯୋଗଦାନ କରି ଏକ ମହତ୍ଵପୂର୍ଣ୍ଣ ବାର୍ତ୍ତା ରଖିଥିଲେ ଯେ, ଆଜିର ଯୁବକ ମାନଙ୍କୁ ସୁସ୍ଥ ଏବଂ ସବଳ ରହିବା ନିମନ୍ତେ ପ୍ରତ୍ୟେକ ଦିନ ଯୋଗ ଏବଂ ବ୍ୟାୟାମର ଆବଶ୍ୟକତା ରହିଛି ।

ସର୍ବଶେଷରେ ଆଦର୍ଶ କ୍ଲବ୍ ସଦସ୍ୟ ମାନଙ୍କଦ୍ଵାରା ଏକ ଗଣଦୌଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଗଣଦୌଡ ଗ୍ରାମର ତ୍ରିନାଥ ଜୀଉ ମନ୍ଦିରଠାରୁ ଆରମ୍ଭ ହୋଇ ଆଙ୍କୁଲାଇ ହାଇସ୍କୁଲ ଦେଇ ସମଗ୍ର ଗ୍ରାମ ପରିକ୍ରମା କରିଥିଲା ଏବଂ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶ୍ରୀଯୁକ୍ତ ଶଶୀ ଭୂଷଣ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଦର୍ଶ କ୍ଲବ୍ ର ସଭାପତି ଦୀପକ୍ କୁମାର ସାହୁ ଏବଂ ସମ୍ପାଦକ ପ୍ରାଣକୃଷ୍ଣ ବାଇ କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ )

No Result
View All Result