No Result
View All Result
ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଭାରତୀୟ ଲୋକ ପ୍ରଶାସନ ସଂସ୍ଥାର ଓଡ଼ିଶା ଆ ଳିକ ଶାଖା ଦ୍ୱାରା ଗତକାଲି ରାମମନ୍ଦିର ଛକସ୍ଥିତ ହୋଟେଲ ନିୟୁମାରିୟନରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଚେୟାରମାନ ପୂର୍ବତନ ପୋଲିସ ଡ଼ି.ଜି. ଶ୍ରୀ ଶରତ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରି ସମସ୍ତ ସଭ୍ୟ ମାନଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ଭାଷଣ ମାଧ୍ୟମରେ ଅନୁଷ୍ଠାନର ବିଗତ ବର୍ଷର କାର୍ଯ୍ୟକ୍ରମ ବିଷୟରେ ଓ ଅନ୍ୟାନ୍ୟ ପ୍ରସଙ୍ଗ ସହ ଅବଗତ କରାଇଥିଲେ । ପରେ ପରେ ଅନୁଷ୍ଠାନର ସେକ୍ରେଟାରୀ ଶ୍ରୀ ଅଶୋକ ମହାପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ।
କୋଷାଧ୍ୟକ୍ଷ ଶ୍ରୀ ବି. ପି. ତ୍ରିପାଠୀ ୨୦୨୦-୨୦୨୧ ବର୍ଷ ଆୟ ବ୍ୟୟର ବିବରଣୀ ଉପରେ ଆଲୋକ ପାତ କରିବା ସହିତ ଆଗାମୀ ବର୍ଷର ଆୟ ବ୍ୟୟର ହିସାବ ଆକଳନ ପାଠ କରିଥିଲେ ଏବଂ ଏହା ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ସଭ୍ୟ ମାନଙ୍କ ଡ଼ାଇରେକ୍ଟରୀ, ପଲସ୍ୱିଜିଙ୍କ ପୁସ୍ତକ ସୋସିୟାଲିଜମକୁ ପୁନର୍ବାର ଛପା ଯାଇଥିବା ପୁସ୍ତକ ଏବଂ ସଂସ୍ଥା ଦ୍ୱାରା ନିଜସ୍ୱ ପ୍ରକାସିତ ପୁସ୍ତକ “ଏଜୁକେଶନ୍: ଚାଲେଞ୍ଜେସ୍ ଏଣ୍ଡ ପ୍ରସ୍ପେକ୍ଟସ୍” ସମସ୍ତ ସଂସ୍ଥାର ଚେୟାରମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।
ଏହା ପରେ ପରେ ଓଡ଼ିଶା ଆ ଳିକ ଶାଖାର ୨୦୨୧-୨୦୨୩ ପାଇଁ ନିର୍ବାଚନ କରାଯାଇଥିଲା – ନିର୍ବାଚନରେ ନୂତନ ଭାବେ ଡ଼. ଅରୁଣ କୁମାର ରଥ ପୂର୍ବତନ କେନ୍ଦ୍ର ଶିକ୍ଷା ସଚିବ, ଚେୟାରମାନ ଭାବେ ନିର୍ବାଚିତ ହୋଇଥିଲା ବେଳେ ଡ଼. ଚିତ୍ରା କାନୁନ୍ଗୋ ଓ ଡ଼. ପି.କେ. ମିଶ୍ର ଭାଇସ୍ ଚେୟାରମାନ ଭାବେ ଏବଂ ଶ୍ରୀ ଆଶୋକ କୁମାର ମହାପାତ୍ର ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଟ୍ରେଜେରର୍ ଭାବେ ନିର୍ବାଚିତ ହୋଇଥିଲେ ।
ଶ୍ରୀ ଦିଗମ୍ବର ଶତପଥୀ, ଶ୍ରୀ ଭାଗିରଥୀ ବେହେରା, ଶ୍ରୀ ଗୋକୁଳ ଚନ୍ଦ୍ର ମିଶ୍ର, ଶ୍ରୀ ପି.କେ. ଦାସ ଏବଂପ୍ରଫେସର ଗୀତାଞ୍ଜଳୀ ଦାଶ କାର୍ଯ୍ୟକାରିଣୀ ସମିତିକୁ ନିର୍ବାଚିତ ହୋଇଥିଲେ । ନୂତନ ଚେୟାରମାନ ଡ଼. ଅରୁଣ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଭାରତୀୟ ଲୋକ ପ୍ରଶାସନ ସଂସ୍ଥା ଓଡ଼ିଶା ଆ ଳିକ ଶାଖା, ଭୁବନେଶ୍ୱରକୁ ଦେଶର ଏକ ପ୍ରମୂଖ ସଂସ୍ଥା ହିସାବରେ ପରିଗଣିତ କରିବାକୁ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କଲେ । ପରିଶେଷରେ ବିଦାୟୀ ଚେୟାରମାନ ଶ୍ରୀ ଶରତ ଚନ୍ଦ୍ର ମିଶ୍ରଙ୍କୁ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।
No Result
View All Result