No Result
View All Result
ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- ଦେଶର ଅଗ୍ରଣୀ ଫେସନ ଷ୍ଟୋର୍ ଲାଇଫ୍ଷ୍ଟାଇଲ୍ ପକ୍ଷରୁ ସେଲିବ୍ରିଟି ତଥା ଷ୍ଟାଇଲ୍ ଆଇକନ୍ ମିମି ଚକ୍ରବର୍ତୀଙ୍କ ଦ୍ୱାରା ପ୍ରସ୍ତୁତ ପୂଜା ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଲାଇଫ୍ଷ୍ଟାଇଲ୍ର ଗ୍ରାହକମାନଙ୍କ ଅନୁଭୂତିକୁ ଯାହା ଅଧିକ ଆକର୍ଷଣୀୟ କରିଛି ତାହା ହେଉଛି ଏହାର ଶ୍ରେଷ୍ଠ ମୂଲ୍ୟ । ସମସାୟମିକ ଡିଜାଇନ୍ ଓ ଷ୍ଟାଇଲ୍ ସହ ପୂଜା ଉତ୍ସବ ପାଇଁ ବେଶ ଉପଯୋଗୀ । ଲାଇଫ୍ଷ୍ଟାଇଲ୍ରେ ମହିଳା କୁର୍ତା ଦାମ୍ ୪୯୯ ଟଙ୍କା ଓ ପୁରୁଷଙ୍କ କୁର୍ତା ଦାମ୍ ୭୯୯ ଟଙ୍କାରେ ଓ ଆହୁରି ବହୁତ କିଛି ଉପଲବ୍ଧ ରହିଛି । ଆଜିର ଗ୍ରାହକମାନେ ଉଭୟ ଆରାମ ଓ ଷ୍ଟାଇଲ୍ ଚାହୁଛନ୍ତି ଯାହା ଫେସନବେଲ୍ ମଧ୍ୟ ହୋଇଥିବା ଦରକାର । ସେହି ମାନସିକତାକୁ ନଜରରେ ରଖି ଏହି ସମ୍ଭାରକୁ ପ୍ରସ୍ତୁତ କରାଯାଇଛି । ମହିଳାଙ୍କ ପାଇଁ ଆଧୁନିକ ସିଲ୍ହୋଟ୍ ଏବଂ ସ୍ତର ସ୍ତରର କୁର୍ତା, ସଂଯୋଜକ ସେଟ୍ ସହ ଆରାମଦାୟକ ଫ୍ୟାବ୍ରିକ୍ ରହିଛି ଯାହା ଦ୍ୱାରା ଆକର୍ଷଣୀୟ ପୋଷାକ ପ୍ରସ୍ତୁତ ହୋଇଛି । ପୁରୁଷଙ୍କ ପାଇଁ ଏଥନିକ୍ ଓୟାର ବର୍ଗରେ ଉତ୍ସବ କୁର୍ତା ଓ ପ୍ରାକୃତିକ ଫ୍ୟାବ୍ରିକ୍ର ଜ୍ୟାକେଟ୍ ରହିଥିବା ବେଳେ ସେଥିରେ ପାରମ୍ପରିକ ଏମ୍ପ୍ରୋଡୋରି କାମ ହୋଇଛି ଯାହା ପୂଜାର ଭାବକୁ ଜାଗ୍ରତ କରୁଛି । ଏହି ଅବସରରେ ଶ୍ରୀଯୁକ୍ତ ଦେବରଂଜନ ଆୟାର, ସିଇଓ, ଲାଇଫ୍ଷ୍ଟାଇଲ୍ କହିଛନ୍ତି ଯେ, “ଉତ୍ସବ ଋତୁ ବେଶ ସକାରାତ୍ମକ ଲାଗୁଛି ଏବଂ ଦୁର୍ଗାପୂଜା ସମୟରେ ଆମେ ଭଲ ଅଭିବୃଦ୍ଧି ଓ ବିକ୍ରି ପାଇଁ ଆଶା ରଖିଛୁ ।
ଭାରତରେ ବ୍ୟାପକ ଭାବେ ପାଳନ କରାଯାଉଥିବା ଅନ୍ୟତମ ଉତ୍ସବ ହେଉଛି ଦୁର୍ଗାପୂଜା ଓ ଆମେ ଉଭୟ ଷ୍ଟୋର ଓ ଅନଲାଇନ୍ରେ ଆମ ଗ୍ରାହକମାନଙ୍କ ଲାଗି ମିମି ଚକ୍ରବର୍ତୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଉତ୍ସବ ସମ୍ଭାର ଗ୍ରାହକଙ୍କ ନିକଟରେ ପହଂଚାଉଛୁ । ଏହି ସମ୍ଭାରକୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଉଲ୍ଲସିତ ଓ ଏହି ସ୍ୱତନ୍ତ୍ର ଉତ୍ସବ ବର୍ଗକୁ ଆମର ଷ୍ଟୋର୍ ଓ ଅନଲାଇନ୍ରେ ପରିଦର୍ଶନ କରିବାକୁ ଆମେ ଗ୍ରାହକଙ୍କୁ ଆହ୍ୱାନ ଦେଉଛୁ ।’’ ଷ୍ଟାଇଲ୍ରେ ସ୍ୱତନ୍ତ୍ର ଅବସରକୁ ପାଳନ କରିବା ଲକ୍ଷ୍ୟ ନେଇ ପୂଜା ସମ୍ଭାର ପ୍ରସ୍ତୁତ କରାଯାଇଛି । ପରିବାର ସହିତ ହେଉ କିମ୍ବା ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ଏହି ସମ୍ଭାର ଉତ୍ସବର ଭାବକୁ ଜୀବନ୍ତ ରଙ୍ଗ, ଆକର୍ଷଣୀୟ ଏମ୍ବ୍ରୋଡୋରି, ଆଧୁନିକ ସିଲହୋଟ, ଉତ୍ସବ ପ୍ରିଂଟ୍ ଏବଂ ଆହୁରି ବହୁତ କିଛି ଜରିଆରେ ହାସଲ କରିବାର ପ୍ରତିଶ୍ରୁତି ଦେଉଛି । ଉଲ୍ଲାସପୂର୍ଣ୍ଣ ମୂଲ୍ୟ ଯୋଗୁଁ ଏହା ଗ୍ରାହକଙ୍କ ପାଇଁ ବେଶ ପସନ୍ଦରେ ପରିଣତ ହୋଇଛି ଯେଉଁମାନେ ଉତ୍ସବ ସମୟରେ କିଛି ସ୍ୱତନ୍ତ୍ର ଚାହୁଛନ୍ତି । ସପିଙ୍ଗ୍ ଅନୁଭୂତିକୁ ଅଧିକ ଆକର୍ଷଣୀୟ କରିବା ଲାଗି ଲାଇଫ୍ଷ୍ଟାଇଲ୍ ପ୍ରଦାନ କରୁଛି ସ୍ୱତନ୍ତ୍ର ଅଫର ଯେଉଁଥିରେ ଗ୍ରାହକମାନେ ଶ୍ରେଷ୍ଠ ମୂଲ୍ୟରେ ଏହି ସମ୍ଭାର ହାସଲ କରିପାରିବେ । ଗ୍ରାହକମାନେ ୬୦୦୦ ଟଙ୍କା ମୂଲ୍ୟର ସପିଙ୍ଗ୍ କଲେ ଏକ ୨୩୯୫ ଟଙ୍କାର ପ୍ରେଷ୍ଟିଜ୍ ବାର୍ବେକ୍ୟୁ ୧୨୯୯ ଟଙ୍କାରେ ପାଇପାରିବେ ।
No Result
View All Result