No Result
View All Result
ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- ଆପୋଲୋ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କୋଲୋରେକ୍ଟାଲ୍ ସର୍ଜରି, ଚେନ୍ନାଇ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏଠାରେ ଜଣେ ୨୮ ବର୍ଷୀୟ ପୋଷ୍ଟ୍-ଗ୍ରାଜୁଏଟ୍ ମେଡିକାଲ୍ ଛାତ୍ରୀଙ୍କ ସଫଳତାର ସହ ରୋବୋଟିକ୍ କୋଲୋରେକ୍ଟାଲ୍ ସର୍ଜରି ହୋଇଛି । ତାଙ୍କଠାରେ ଲୋ ରେକ୍ଟାଲ୍ କ୍ୟାନ୍ସର୍ ହୋଇଥିଲା । ସର୍ଜରି ପରେ ସେ ଭଲ ହେବା ସହ ପାଠପଢ଼ାରେ ଗୋଲ୍ଡ ମେଡାଲ୍ ଜିତିଛନ୍ତି । ଆପୋଲୋ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କୋଲୋରେକ୍ଟାଲ୍ ସର୍ଜରି ସ୍ଥାପନ ହେବାର ପାଂଚ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏଭଳି ସଫଳତା ସମସ୍ତଙ୍କୁ ଭାବବ୍ୱିହଳ କରିଛି । ଡକ୍ଟର ଭେଙ୍କଟେଶ୍ ମୁନିକ୍ରିଷ୍ଣନ୍, କନ୍ସ୍ଲଟାଣ୍ଟ କୋଲୋରେକ୍ଟାଲ୍ ଆଣ୍ଡ୍ ରୋବୋଟିକ୍ ସର୍ଜନ, ଦି ଆପୋଲୋ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କୋଲୋରେକ୍ଟାଲ୍ ସର୍ଜରି, ଚେନ୍ନାଇ କହିଛନ୍ତି ଯେ, “୨୦୧୭ରେ ଡକ୍ଟର୍ ଜେଡି (ଛଦ୍ମନାମ) ଅତି ସ୍ୱଳ୍ପ ରେକ୍ଟାଲ୍ କ୍ୟାନସର୍ରେ ପୀଡ଼ିତ ହୋଇଥିଲେ । ସେତେବେଳେ ତାଙ୍କ ବୟସ ୨୪ ବର୍ଷ ଥିଲା ଓ ସେ ନିଜର ପୋଷ୍ଟ୍ ଗ୍ରାଜୁଏଟ୍ ପାଠପଢ଼ାରେ ଯୋଗ ଦେବାକୁ ଯାଉଥିଲେ ।
ତାଙ୍କ ପାଇଁ ତାହା ବଡ଼ ଝଟ୍କା ସଦୃଶ ଥିଲା କାରଣ ସେ ଭାବୁଥିଲେ ଯେ ଯଦିବି ତାହାର ଚିକିତ୍ସା ହୋଇଯିବ କିନ୍ତୁ ତାଙ୍କ ମେଡିକାଲ୍ ପାଠପଢ଼ା ବ୍ୟାହତ ହେବ । କାରଣ ପାରମ୍ପରିକ ସର୍ଜରିରେ ଶରୀରରେ ଛିଦ୍ର କରି ବାହ୍ୟ ବ୍ୟାଗ୍କୁ ବର୍ଜ୍ୟ ବାହାର କରାଯାଏ । ସେହି ସମୟରେ ସେ ଏକ ସ୍ୱାଭାବିକ ଜୀବନ ବଂଚିବା ଏବଂ ଛାତ୍ରୀ ଭାବେ ପାଠପଢ଼ା ଜାରି ରଖିବା ପାଇଁ ଆମ ପାଖକୁ ସମାଧାନ ଲାଗି ଆଶା ରଖି ଆସିଥିଲେ । ଆମେ ତାଙ୍କୁ ନିରାଶ ହେବାକୁ ଦେଇନଥିଲୁ ।’’ ଡକ୍ଟର ପ୍ରତାପ ସି ରେଡ୍ଡି, ଅଧ୍ୟକ୍ଷ, ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ କହିଛନ୍ତି ଯେ, “ଆଗାମୀ ଦଶନ୍ଧୀରେ ଅଣ ସଂକ୍ରମ ରୋଗକୁ ନେଇ ଦେଖାଦେବାକୁ ଥିବା ଗଭୀର ସଙ୍କଟ ଓ ବ୍ୟକ୍ତିବିଶେଷ, ପରିବାର ଏବଂ ଦେଶ ଉପରେ ଏହାର ପ୍ରଭାବ ପ୍ରତି ବିଶ୍ୱବ୍ୟାଙ୍କ ଧ୍ୟାନ କେନ୍ଦ୍ରୀତ କରିଛି । କ୍ୟାନ୍ସର୍ ବହୁତ ପ୍ରଭାବ ପକାଇଛି ଏବଂ କୋଲୋରେକ୍ଟାଲ୍ କ୍ୟାନ୍ସର୍ ମାମଲା ବଢ଼ିବାରେ ଲାଗିଛି, ତେଣୁ ତାହା ଏକ ବଡ଼ ବିପଦ ଭାବେ ଉଭା ହେଉଛି । ଆପୋଲୋରେ ଆମେ ଉନ୍ନତ ମେଡିକାଲ୍ ପ୍ରଯୁକ୍ତି ଆଣି କ୍ୟାନ୍ସର୍ ଚିକିତ୍ସାରେ ରେ ପରବର୍ତୀ ପିଢ଼ିର ସ୍ୱାସ୍ଥ୍ୟ ସେବା ନବସୃଜନକୁ ଉପସ୍ଥାପନ କରିଛି ।
୨୦୧୬ରେ ଆମେ କୋଲୋରେକ୍ଟାଲ୍ ସର୍ଜରି ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଆରମ୍ଭ କରିଥିଲୁ ଏବଂ ସେହି ସମୟରେ ସମାନ୍ତରାଳ ଭାବେ ଏକ ରୋବୋଟିକ୍ କୋଲୋରେକ୍ଟାଲ୍ ସର୍ଜରି ଆରମ୍ଭ କରିଥିଲୁ । ସେଥି ଯୋଗୁଁ ସ୍ୱଳ୍ପ ଛିଦ୍ରର ସର୍ଜରି ସମ୍ଭବ ହୋଇଛି ଯାହାର ପାଶ୍ୱର୍ ପ୍ରତିକ୍ରିୟା ରୋଗୀଙ୍କ ଉପରେ କମ୍ ରହିଛି । ରୋବୋଟିକ୍ କୋଲେ୍ାରେକ୍ଟାଲ୍ ସର୍ଜରି ପ୍ରୋଗ୍ରାମ୍କୁ ଗ୍ରୁପ୍ର ଅନ୍ୟ ହସ୍ପିଟାଲ୍କୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି । ଆମର ବିଶ୍ୱାସ ରହିଛି ଯେ ଆଗୁଆ ନିଦାନ ଦ୍ୱାରା କୋଲୋରେକ୍ଟାଲ୍ କ୍ୟାନ୍ସର୍ ସମେତ କୋଲୋରେକ୍ଟାଲ୍ ରୋଗର ମୃତ୍ୟୁ ଓ ମରଶୀଳତାକୁ ହ୍ରାସ କରିବାରେ ଏହା ଉଲ୍ଲେଖନୀୟ ପ୍ରଭାବ ପକାଇବାରେ ସହାୟକ ହେବ ।’’ ଶ୍ରୀମତୀ ପ୍ରୀଥା ରେଡ୍ଡି, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ କହିଛନ୍ତି ଯେ, “ଆପୋଲୋ ଇନ୍ଷ୍ଟିଚୁୃଟ୍ ଅଫ୍ କୋଲୋରେକ୍ଟାଲ୍ ସର୍ଜରି ହେଉଛି ଦେଶରେ ରୋବୋଟିକ୍ କୋଲୋରେକ୍ଟାଲ୍ ସର୍ଜରି ପାଇଁ ଏକମାତ୍ର ସୁପର୍ ସ୍ପେସିଆଲିଟି ସେଌକ୍ଷଗ୍ଧ;ର୍ । ଏକ ସୁପର୍ସ୍ପେସିଆଲିଟି ଭାବେ କୋଲୋରେକ୍ଟାଲ୍ ସର୍ଜରି ବିଗତ କିଛି ବର୍ଷ ଭିତରେ ବେଶ ଉନ୍ନତି କରିଛି ଏବଂ ଅନେକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ କୋଲୋରେକ୍ଟାଲ୍ ସର୍ଜନଙ୍କ ଦ୍ୱାରା ଚିକିତ୍ସା କରାଗଲେ କୋଲୋରେକ୍ଟାଲ୍ ସମସ୍ୟା ଥିବା ରୋଗୀଙ୍କ ଠାରେ ଉତ୍ତମ ଫଳ ମିଳୁଛି । ଛୋଟ ଛିଦ୍ର ପଦ୍ଧତି ଯଥା ରୋବୋଟିକ୍ ସର୍ଜରିରେ କୋଲୋରେକ୍ଟାଲ୍ ରୋଗର ପରିଚାଳନା ବିଶେଷ କରି ରେକ୍ଟାଲ୍ କ୍ୟାନ୍ସର୍ ସର୍ଜରିରେ ବଡ଼ ଧରଣର ଉନ୍ନତି ଆସିଥାଏ । ୟୁନିଭର୍ସିଟି କଲେଜ୍, ଲଣ୍ଡନ୍ ଓ କ୍ଲେଭେଲ୍ୟାଣ୍ଡ୍ କ୍ଲିନିକ୍, ଫ୍ଲୋରିଡା, ୟୁଏସ୍ଏ ସହିତ ସହଯୋଗିତା ନିଶ୍ଚିତ କରିଛି ଯେ ଦେଶରେ ରୋଗୀମାନଙ୍କ ଲାଭ ପାଇଁ ଉପଲବ୍ଧ ସଦ୍ୟତମ ବିକାଶକୁ ନେଇ ସର୍ବଦା ମେଡିକାଲ୍ ଟିମ୍ ଅବଗତ ରହିଛନ୍ତି ।’’
No Result
View All Result