No Result
View All Result
ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ବରଗଡ :- ବରଗଡ଼ ମହିମା ଆଶ୍ରମ ପରିସରରେ ଭୀମଭୋଇ ପାଠାଗାର ଲୋକାର୍ପିତ ହୋଇଯାଇଛି। ମହିମା ଧର୍ମାଲୋଚନା ସମିତି ପଶ୍ଚିମାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ ବିରଂଚି ବାବା ଅଧ୍ୟକ୍ଷତାରେ କରିଥିଲେ। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବକ୍ତା ଭାବେ ଶିକ୍ଷା ବିତ୍ ଟେକଚାନ୍ଦ ଦୁଆନ ଯୋଗଦାନ କରିଥିଲେ ।
ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ , ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗରପାଳ ପ୍ରଶାନ୍ତ ବେହେରା, ପୂର୍ବତନ କାଉନସିଲର ବ୍ରହ୍ମା ମହାକୁଡ, ଆଶ୍ରମ ର ସଂସ୍ଥାପକ ବ୍ରହ୍ମବଧୂତ ବୈଷ୍ଣବ ଚରଣ ବାବା, ସଂରକ୍ଷଣ ବୀରେନ୍ଦ୍ର ବାବା, ବ୍ରହ୍ମବଧୂତ ଚିତ୍ତରଞ୍ଜନ ବିବା ପ୍ରମୁଖ ଙ୍କ ସମେତ ବହୁ ସାଧୁ ସନ୍ଥ ଯୋଗ ଦେଇଥିଲେ । ଶେଷରେ ଆଇନଜୀବି ମହେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result