No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ସେପ୍ଟେମ୍ୱର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହାଟପଦା ଠାରେ ନୂଆଗାଁ ବ୍ଲକ୍ ବିଜୁ ସମନ୍ଵୟ ସାଂସ୍କୃତିକ ସାମୁକ୍ଷ୍ୟ ର ପ୍ରଥମ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜୁ ସମନ୍ଵୟ ସାଂସ୍କୃତିକ ସାମୁଖ୍ୟ ର ସଭାପତି ସୁବାସ ଚନ୍ଦ୍ର କଅଁର ଯୋଗଦେଇ ଆଗାମୀ ଦିନରେ ନୂଆଗାଁ ବ୍ଲକ୍ ରେ ସମସ୍ତ ପ୍ରକାର କଳାକାର ମାନଙ୍କୁ ନେଇ ଏକ ସାଂସ୍କୃତିକ ମହୋତ୍ସବ କରାଯିବା ସହ ସମସ୍ତ କଳାକାର ମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବିଶ୍ଵନାଥ ପ୍ରଧାନ, ମୀନ କେତନ ମହାପାତ୍ର,ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଉକ୍ତ ବୈଠକ ରେ ଓଡ଼ିଶା ର ଗ୍ରାମାଞ୍ଚଳ ରେ ଲୁଚି ରହିଥିବା କଳାକାର ମାନଙ୍କୁ ପଞ୍ଜିକୃତ କରିବା,ସେମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବା ,ଏବଂ ସେମାନଙ୍କୁ କଳାକାର ଭାବେ କଳାକାର ପରିଚୟ ପତ୍ର ପ୍ରଦାନ କରିବା ଆଦି ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।

ରାଜ୍ୟ ସରକାରଙ୍କ ସ୍ବୀକୃତି ପ୍ରାପ୍ତ ୪୬୧ କଳା ମଧ୍ୟରୁ ନିଜ ଗ୍ରାମ କିମ୍ବା ପଞ୍ଚାୟତ ରେ ଥିବା କଳାକାର ମାନଙ୍କ ନାମ ପଞ୍ଜିକୃତ କରିବା ପାଇଁ ଉକ୍ତ ବୈଠକରେ ଯୋଗ ଦେଇଥିବା ୨୨ ଟି ପଞ୍ଚାୟତ ର ସଭାପତି ମାନଙ୍କୁ କୁହାଯାଇଥିଲା । କଳା ରେ ପାରି ଦର୍ଶିତା ଲାଭ କରିଥିବା ଧନେଶ୍ଵର ସାହୁ,ଗୋଲଖ ବିହାରୀ ଗୋଚ୍ଛାୟତ, ରାଜ କିଶୋର ପ୍ରଧାନ,ଯୁଧିଷ୍ଠିର ନାୟକ,ଗୋଲଖ ବିଶ୍ଵାଳ ଆଦି କଳାକାର ଙ୍କୁ ଜିଲ୍ଲା ସଂଗଠନ ତରଫରୁ ଉପଢୌକନ ଦିଆଯାଇ ସମ୍ମାନୀତ କରାଯାଇଥିଲା।ସେହିପରି ନୂଆଗାଁ ବ୍ଲକ୍ କମିଟି ତରଫରୁ ଜିଲ୍ଲା ସଭାପତି ଙ୍କୁ ଉପଡୌକନ ଦିଆଯାଇ ସମ୍ମାନୀତ କରାଯାଇଥିଲା । ନୂଆଗାଁ ବ୍ଲକ୍ ବିଜୁ ସମନ୍ଵୟ ସାଂସ୍କୃତିକ ସାମୁଖ୍ୟ ର ସଭାପତି ଶିବଦତ ପାତ୍ର ସଭା ପରିଚାଳନା କରିଥିବା ବେଳେ ବ୍ଲକ୍ କଳାକାର ସଂଘର ଉପ ସଭାପତି ପଞ୍ଚାନନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ସମସ୍ତ କଳାକାର ଜୟ ଜଗନ୍ନାଥ ଙ୍କ ଧ୍ଵନି ଦେଇ ସଭାକାର୍ଯ୍ୟ ସମାପ୍ତ କରିଥିଲେ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result