No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ +୩ଡିଗ୍ରି ପରୀକ୍ଷା ଫଳ ଆଜି ସନ୍ଧ୍ୟା ରେ ପ୍ରକାଶ ପାଇଛି । ପରୀକ୍ଷା ଫଳକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଅରୁଣ କୁମାର ବେହେରା ପ୍ରକାଶ କରିବା ସହ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଶ୍ରେଷ୍ଠ ଗ୍ରାଜୁଏଟ୍ ଓ ବିଜ୍ଞାନରେ ସୋନକ୍ଷୀ ବେହେରା ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ହରିପ୍ରିୟା ମହାପାତ୍ର କଳାରେ ଓ ସୁପ୍ରଭା ରାଉଳ ବାଣିଜ୍ୟରେ ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଲାଭ କରିଛନ୍ତି । ବିଭିନ୍ନ ବିଭାଗରେ ଶ୍ରେଷ୍ଠ ସ୍ଥାନ ଅର୍ଥ ନୀତିରେ ବୈଶାଖି ବେହେରା, ଶିକ୍ଷାରେ ହରିପ୍ରୟା ମହାପାତ୍ର, ଇଂରାଜୀରେ ପ୍ରବୀଣ କୁମାର ସାହୁ, ଇତିହାସରେ ଲକ୍ଷ୍ମୀପ୍ରିୟା ଜେଠୀ, ଗୃହ ବିଜ୍ଞାନରେ ପୂଜା ରାଉତ, ଓଡ଼ିଆରେ ସ୍ୱର୍ଣ୍ଣପ୍ରଭା ମହାନ୍ତି, ଦର୍ଶନ ଶାସ୍ତ୍ରରେ ରଘୁନାଥ ବେହେରା, ରାଜନୀତି ବିଜ୍ଞାନରେ ଅର୍ଚ୍ଚନା ଭୂୟାଁ, ମନୋସ୍ତତ୍ତ୍ୱରେ ପି.ଆଲୋକ କୁମାର ପାତ୍ର, ସଂସ୍କୃତରେ ବିଷ୍ଣୁ ପ୍ରସାଦ ବେଉରା,
ସାମାଜିକ ବିଜ୍ଞାନରେ ସୁଚିସ୍ମିତା ନାୟକ, ଜୈବ ପ୍ରଯୁକ୍ତି ବିଜ୍ଞାନରେ ଲିପ୍ସା ମହାପାତ୍ର, ପ୍ରାଣୀ ବିଜ୍ଞାନରେ ଅର୍ଚ୍ଚନା ଓଝା, ଉଦ୍ଭିଦ ବିଜ୍ଞାନରେ ମୋନାଲିସା ସାମଲ, ରସାୟନ ବିଜ୍ଞାନରେ ସଂଘମିତ୍ରା ସାହୁ, କମ୍ପ୍ୟୁଟର ବିଜ୍ଞାନରେ ପ୍ରୀତି ପ୍ରିୟଦର୍ଶନୀ ସାହୁ , ଭୂତତ୍ତ୍ୱରେ ସତ୍ୟବ୍ରତ ପାତ୍ର, ଗଣିତରେ ଅନାମିକା ପୃଷ୍ଟି ଓ ଜୀବନ ବଳିୟାର ସିଂହ , ପଦାର୍ଥ ବିଜ୍ଞାନରେ ସୋନାକ୍ଷୀ ବେହେରା ଓ ବାଣିଜ୍ୟରେ ସୁପ୍ରଭା ରାଉଳ ବିଭାଗ ସ୍ତରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତିିି ।
ପରୀକ୍ଷା ଫଳ ପ୍ରକାଶନ ସମୟରେ ପରୀକ୍ଷା ନିୟନ୍ତ୍ରକ ଡଃ.ନିବାସିନୀ ପଣ୍ଡା, ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଉପପରୀକ୍ଷା ନିୟନ୍ତ୍ରକ ଡଃ.ମୁରଲୀଧର ରଥ ଓ ତ୍ରଲୌକ୍ୟନାଥ ଦାସ, ପ୍ରାଧ୍ୟାପକ ମନୋରଞ୍ଜନ ସାହୁ, ପ୍ରଶାସନିକ ଅଧିକାରୀ ଶୈଳେନ୍ଦ୍ର ନାଥ ଦେଓ, ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ, ଅଧ୍ୟାପକ ଯୋଗୀନାଥ ମଲ୍ଲୀକ,ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଜ୍ଞାନରେ ୯୦ପ୍ରତିଶତ, କଳାରେ୮୯ପ୍ରତିଶତ ଓ ବାଣିଜ୍ୟରେ ୬୧ପ୍ରତିଶତ ପାଶହାର ହୋଇଛି ବୋଲି ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।
No Result
View All Result