No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ଗୁରୁ ଏକ ପବିତ୍ର ନାମ ଯାହାର ସ୍ପର୍ଶ ରେ ପାଷାଣ ପାଲଟି ଯାଏ ଶ୍ରୀତ୍ୱ।ଗୁରୁ ଅନ୍ଧକାର ରୁ ଜ୍ଞାନ ପ୍ରଦାନ କରନ୍ତି ପୁରାତନ କାଳ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁବେଳେ ସବୁଠି ଗୁରୁ ପୂଜା ପାଆନ୍ତି।ଭାରତ ର ସମ୍ବିଧାନ ନିୟମ ଅନୁଯାୟୀ ରାଜନୈତିକ ଦଳ ଗୁଡିକୁ ସେମାନଙ୍କ କାର୍ଯ୍ୟକ୍ରମ ଏବଂ ଦାବୀ ରଖିବା ପାଇଁ ଅଧିକାର ପ୍ରଦାନ କରାଯାଇଥିବା ମଧ୍ୟ ସରକାରୀ କର୍ମଚାରୀ ମାନଙ୍କୁ ସିଧାସଳଖ ରାଜନୈତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କୁ ବାରଣ କରାଯାଇଛି ।କିନ୍ତୁ ବାଙ୍କୀ ଅଞ୍ଚଳ ରେ ତାହାର ଖୁଲମ ଖୁଲା ବେତିକ୍ରମ ଦେଖିବାକୁ ମିଳିଛି।ବାଙ୍କୀ ଅଞ୍ଚଳର ଜଣେ ପ୍ରଧାନ ଶିକ୍ଷକ ନିଜର ପତିଆରା ଜାହିର କରି ଏକ ରାଜନୈତିକ କାର୍ଯ୍ୟକ୍ରମ ରେ ସିଧାସଳଖ ଅଂଶ ଗ୍ରହଣ କରି ଦଳ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କ ସପକ୍ଷରେ ବକ୍ତବ୍ୟ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି । କୋରନା ମହାମାରୀ ଯୋଗୁଁ ବିଦ୍ୟାଳୟ ରେ ଶିକ୍ଷା ଦାନ ବାଧାପ୍ରାପ୍ତ ହୋଇଛି ସେଥିପାଇଁ ସରକାର ଅନଲାଇନ ବ୍ୟବସ୍ଥା ଅପଣାଇଥିବା ବେଳେ ତାହା ସତ ପ୍ରତିଶତ ଫଳପ୍ରଦ ହୋଇପାରୁନାହିଁ ।ଏଭଳି ସ୍ଥିତିରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କ ରାଜନୀତି କ ସଭା ରେ ଅଂଶ ଗ୍ରହଣ କରିବା ସହ ବିଜେଡି ର ବିକାଶ ର ଚାଲିଶା ଗାନ ବୁଦ୍ଧି ଜୀବୀଙ୍କୁ ହତ ଚକିତ କରିଛି ।
ଗତ ୫ତାରିଖରେ ଗୁରୁ ଦିବସ ପାଳନ ଅବସରରେ ବାଙ୍କୀ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଡମପଡା ବ୍ଲକ ବିଜେଡି ପକ୍ଷରୁ ନବ ନିଯୁକ୍ତ ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଭାଗିରଥିପାଣି ଙ୍କୁ ଦଳୀୟ କିଛି କାର୍ଯ୍ୟକର୍ତା ଙ୍କୁ ସମ୍ବର୍ଦ୍ଧନା ଏବଂ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।ଏଥିରେ ବ୍ଲକ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଙ୍କ ସହ ଯୁବ ଏବଂ ଛାତ୍ର ଜନତା ଦଳର କାର୍ଯ୍ୟକର୍ତା ମାନେ ଅଂଶ ଗ୍ରହଣ କରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ।କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ବାଙ୍କୀ ଅଞ୍ଚଳ ର ଗଣେଶ୍ୱର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଯେକି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଭୁଆଶୁଣି ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ସେ ମଧ୍ୟ ଉପସ୍ଥିତ ରହି ମଞ୍ଚରେ ବସିରହିବା ଦେଖାଯାଇଥିଲା ।ଏଥିସହ ଶ୍ରୀଯୁକ୍ତ ସ୍ୱାଇଁ ଜଣେ ଆଧ୍ୟାତ୍ମିକ ପ୍ରବଚକ ସାଙ୍ଗକୁ ଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ କରି ପ୍ରବଚନ ପ୍ରଦାନ କରିଥାଆନ୍ତି ।କେତେ ବେଳେ ଉକ୍ତ ବିଦ୍ୟାଳୟ ର ପିଲା ମାନଙ୍କୁ ପଠା ପଢ଼ନ୍ତି ଓ କେତେବେଳେ ଅନଲାଇନ ରେ ପଢ଼ୁଥିବା ପିଲାଙ୍କ ପାଠ ପଢା ସମ୍ପର୍କରେ ତଦାରଖ କରନ୍ତି ତାହା ବସ୍ତବିକି ଚିନ୍ତା ର ବିଷୟ ।
ସ୍ୱାଇଁ ସରକାରୀ ଚାକିରିଆ ଓ ପ୍ରଧାନ ଶିକ୍ଷକ ହୋଇ ମହୋଦୟ କିପରି ରାଜନୀତି ସଭା ରେ ଯୋଗ ଦେଇ ବିଜେଡି ର ପ୍ରଶଂସା କରିଥିଲେ ତାହା ଅସମ୍ବିଧାନିକ ଏବଂ ଅନ୍ୟାୟୋଚିତ କାର୍ଯ୍ୟକରିଛନ୍ତି ବୋଲି ବାଙ୍କୀ ଯୁବ କଂଗ୍ରେସ ନିନ୍ଦା କରିଛି ।ଉକ୍ତ ପ୍ରଧାନ ଶିକ୍ଷକ ଦଳୀୟ ମନୋଭାବ ଦଳୀୟ ପ୍ରୀତି ଛାତ୍ର ଛାତ୍ରୀ ଙ୍କ ଉପରେ କି ପ୍ରଭାବ ପକେଇବ ତାହା କଂଗ୍ରେସ ସରକାର ଙ୍କୁ ପ୍ରଶ୍ନ ପଚାରିଛି।ତେଣୁ ଏଭଳି ଦଳୀୟ ଶିକ୍ଷକ ଯେକି ଶିକ୍ଷକ ର ପଦମର୍ଯ୍ୟଦକୁ ଅପମାନିତ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଲମ୍ବନ କରିବାପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ କଂଗ୍ରେସ କାର୍ଯ୍ୟକ୍ରତା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରେସ ବିଜ୍ଞପ୍ତି ଦ୍ଵାରା ବାଙ୍କି ଯୁବ କଂଗ୍ରେସ ସଭାପତି ଶ୍ରୀ ଶିବବତ ମହାପାତ୍ର ସୂଚନା ଦେଇଛନ୍ତି । ଏହି ପ୍ରେସ ବିଜ୍ଞପ୍ତି ରେ ଯୁବ କଂଗ୍ରେସ ଦଳ ର ଜିଲ୍ଲା ସାଧାରଣ ସମ୍ପାଦକ ସୁଶିଲ କୁମାର ବିଶ୍ଵାଳ , ସୋମନାଥ ପଣ୍ଡା , ମନୋରଜନ ସ୍ୱାଇଁ କଂଗ୍ରେସ ର ସତା ଧିକ କର୍ମୀମାନେ ଖୋର୍ଦ୍ଧା ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
No Result
View All Result