No Result
View All Result
ଡିଏଫଓଙ୍କ ସହ ଥିଲା କି ଅନୈତିକ ସମ୍ପର୍କ ..?
ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ଡିଏଫଓଙ୍କ ସହ ଥିଲା କି ଅନୈତିକ ସମ୍ପର୍କ..? ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ କେତେ ମିଛ କହୁଛନ୍ତି ଆଉ କେତେ ସତ ତାହା ଜାଣିବାକୁ ଆଜି ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯିବ । ତେଣୁ ଲାଇ ଡିଟେକ୍ସନ ଟେଷ୍ଟ ନିମନ୍ତେ ବିଦ୍ୟାଭାରତୀ ଭୁବନେଶ୍ୱର ସ୍ଥିତ SFSLରେ ନିଜ ବାପାଙ୍କ ସହ ପହଞ୍ଚିଥିବା ଜଣାଯାଇଛି ।
ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ବିବାଦରେ ଥିଲେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ବିଦ୍ୟାଭାରତୀଙ୍କ ସହିତ ତାଙ୍କ ଅନୈତିକ ସମ୍ପର୍କ ଥିବା ପରିବାର ଲୋକ ଖୁଲମଖୁଲା ଅଭିଯୋଗ ଆଣିଥିଲେ । ଏନେଇ ସୌମ୍ୟଙ୍କ ପରିବାର ଲୋକ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟର୍ସରେ ସୌମ୍ୟ ଓ ବିଦ୍ୟାଭାରତୀ ଦୁହେଁ ଥିଲେ । ତେବେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ କିପରି ତାହା ଜାଣିପାରିଲେ ନାହିଁ। ୯୦ ପ୍ରତିଶତ ପୋଡ଼ିଯିବା ଯାଏ ବିଦ୍ୟାଭାରତୀ କରୁଥିଲେ କ’ଣ ..? ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାକୁ କୌଶଳରେ ଧୁରନ୍ଧର ଥିବା ଅଧିକାରୀ କିପରି ନିଜେ ନିଆଁ କବଳରେ ପଡ଼ିଗଲେ, ତାହା ଏ ଯାଏ ସ୍ପଷ୍ଟ ହୋଇନି । ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।
୨ ମାସ ପରେ ବି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ସମାଧାନ ହୋଇପାରିନାହିଁ। ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ବୋହୂର ଅନୈତିକ ସମ୍ପର୍କ ପୁଅ ମୃତ୍ୟୁର କାରଣ ବୋଲି ସୌମ୍ୟଙ୍କ ପରିବାର ଲୋକ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି। ଏପରି ସ୍ଥିତିରେ କିଛି ଦିନ ପୂର୍ବେ ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ପ୍ରାୟ ୩ ଘଣ୍ଟା କାଳ ଟେଷ୍ଟରେ ଡିଏଫଓଙ୍କୁ ୧୦୦ ପ୍ରଶ୍ନ ପ୍ରଚରା ଯାଇଥିବା ସୂଚନା ମିଳିଥିଲା ।
ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଡିଏଫ୍ଓ ଓ ରୋଷେୟାଙ୍କୁ ପୂର୍ବତନ ପାରଳାଖେମୁଣ୍ଡି ଏସ୍ପି କ୍ଲିନ୍ଚିଟ୍ ଦେଇଥିଲେ । ଯାହାକୁ ସୌମ୍ୟଙ୍କ ପରିବାର ଲୋକେ ବିରୋଧ କରିଥିଲେ । ପୁଅ ହତ୍ୟାକରୀଙ୍କୁ ଗିରଫ କରାନଗଲେ ଆତ୍ମାହୂତି ଦେବୁ ବୋଲି ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା-ମାଆ। ଏହାପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ ।
ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ଓଆଇସି ମମାତା, ରୋଷେୟ ମନ୍ମଥ କୁମ୍ଭଙ୍କୁ ମାରାଥନ ଜେରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ଼ କରିଥିଲା । ପରେ ବିଦ୍ୟାଭାରତୀଙ୍କ ଘରକୁ ଯାଇ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା । ହେଲେ ଏ ଯାଏ କ୍ରାଇମବ୍ରାଞ୍ଚ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିବା ବେଳେ ଲାଇ ଡିଟେକ୍ସନ ଟେଷ୍ଟରୁ କ’ଣ ଜଣାପଡ଼ିବ ତାହା ଆଗକୁ ଜଣାପଡ଼ିବ ।
No Result
View All Result