No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ରଣପୁର ,ରିପୋର୍ଟ ଅଭିମନ୍ୟୁ ମହାରଣା :- ଆଜି ରଣପୁର ସଦର ମହକୁମାରେ ଅବସ୍ଥିତ ବ୍ରଜେନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବା ପାଇଁ ନୟାଗଡ଼ ଜିଲ୍ଲା ସଂଘର ସଭାପତି ଜ୍ୟୋତି ରଞ୍ଜନ ଦାଶ,ଜିଲ୍ଲା ସଂପାଦକ ଭକ୍ତରଞନ ମିଶ୍ର ,ଓ ପୂର୍ବତନଜିଲ୍ଲା ସଂପାଦକ ତଥା ନୟଗଡ଼ ସଂପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର ଯୋଗ ଦାନକରି ସାଂଗଠନିକ ଅଭିଭାଷଣ ରଖିବା ସଂଙ୍ଗେ ସଂଙ୍ଗେ ନିର୍ବାଚନ କୁ ପରିଚାଳନା କରିଥିଲେ ।

ଶିକ୍ଷକ ବେଣୁଧର ଜେନା ଙ୍କ ପ୍ରସ୍ତାବ ଓ ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ରଣା ଙ୍କ ସମର୍ଥନ କ୍ରମେ ଶ୍ରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ ସଭାପତି ଓ ଶ୍ରୀଜଗନ୍ନାଥ ଦାଶ ସଂପାଦକ ଭାବେ ମନୋନୀତ ହୋଇଥିଲେ । ତତ୍ପରେ ଶ୍ରୀମତୀ ରୀତାଞଳୀ ମହାରଣା ଓ ବିରଞ୍ଚି ନାରାୟଣ ରଣା ଉପସଭାପତି,

ଶ୍ରୀ ଧନେଶ୍ୱର ରାଉତରାୟ,ରସାନନ୍ଦ ବେହୁରା,ମନୋରଞ୍ଜନ ମହାରଣା ସଂପାଦକ ଭାବେ ଓ କୋଷାଧ୍ୟକ୍ଷ ଭାବେ ଶରତଚନ୍ଦ୍ର ମିଶ୍ର ଓ ସଂଯୋଜକ ଭାବେ ମନୋଜ କୁମାର ବିଶ୍ୱାଳ ମନୋନୀତ ହୋଇଛନ୍ତି । ଉପଦେଷ୍ଟା ଭାବେ ବରିଷ୍ଠ ଶିକ୍ଷକ ପ୍ରଭାକର ନାୟକ,ସୁରେଶଚନ୍ଦ୍ର ଶତପଥୀ ମନୋନୀତ ହେଲେ । ଏହି ବୈଠକରେ ବ୍ଳକର ୧୧୦ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।

No Result
View All Result