No Result
View All Result
ଆସନ୍ତା ତିନି ବର୍ଷରେ ଅନଲାଇନ୍ ବିକ୍ରି ୫୦% ବୃଦ୍ଧି ହାସଲ ଲକ୍ଷ୍ୟ
ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ,ଶନିବାର ) ଭୁବନେଶ୍ୱର :- ଗୋଦରେଜ୍ ଗ୍ରୁପ୍ର ପ୍ରମୁଖ ସଂସ୍ଥା ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଏହାର ସପିଙ୍ଗ୍ ୱେବସାଇଟ୍ରେ ମାସିକ ସକ୍ରିୟ ଗ୍ରାହକ ସଂଖ୍ୟାରେ ୩୦% ଓ ମାର୍କେଟ୍ପ୍ଲେସ୍ରେ ୩୦% ବୃଦ୍ଧି ହାସଲ କରିଥିବା ଘୋଷଣା କରିଛି । ସେଥିପାଇଁ ଗତବର୍ଷ ତୁଳନାରେ ମାସିକ ଅନଲାଇନ କାରବାରରେ ୪୨% ବୃଦ୍ଧି ହୋଇଛି । ଆସନ୍ତା ତିନି ବର୍ଷ କଂପାନି ଅନଲାଇନ୍ ବିକ୍ରିରେ ୫୦% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ମହାମାରୀ ଯୋଗୁଁ ଗ୍ରାହକଙ୍କ ମାନସିକତାରେ ହୋଇଥିବା ପରିବର୍ତନକୁ ନେଇ ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଏହାର ଡିଜିଟାଲ୍ ଚ୍ୟାନେଲ୍ରେ ନିବେଶ ଜାରି ରଖିଛି । କଂପାନି ଏବେ ଏକ ବ୍ୟବସ୍ଥା ଓ ଆପ୍ ବିକଶିତ କରିବା ଉପରେ କାର୍ଯ୍ୟ କରୁଛି ଯାହା ଜରିଆରେ ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍ ଜରିଆରେ ସିକ୍ୟୁରିଟି ଉପକରଣଗୁଡ଼ିକୁ ପରିଚାଳନା କରିପାରିବେ । ସେଥିରେ ବିକ୍ରି ପରବର୍ତୀ ସେବା ମଧ୍ୟ ହାସଲ କରିପାରିବେ । କଂପାନି ଏହାର ଡିଜିଟାଲ୍ ଉପସ୍ଥିତି ବଢ଼ାଇବା ଜାରି ରଖିଛି ଏବଂ ନୂଆ ସୁଯୋଗ ହାସଲ କରିବା ଲାଗି ନିଜର ଡିଜିଟାଲ ରଣନୀତିକୁ ତ୍ୱରାନ୍ୱିତ କରିଛି । କଂପାନି ଉଭୟ ଷ୍ଟୋର ଓ ଡିଜିଟାଲ (ଫିଜିଟାଲ୍) ଉପରେ ଗୁରୁତ୍ୱ ଦେବ ।
ଦେଶରେ ଥିବା ୧୦୦ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରର ଚ୍ୟାନେଲ୍ ପାର୍ଟନରମାନଙ୍କୁ ଯୋଡ଼ି ଏହା କୋଣ ଅନୁକୋଣରେ ଉତ୍ପାଦ ପହଂଚାଇବାକୁ ଯୋଜନା ରଖିଛି । ମେହରନୋସ ପିଠାୱାଲା, ଉପସଭାପତି, ଗୋଦରେଜ୍ ସିକ୍ୟୁରିଟି ସଲୁୃ୍ୟସନ୍ସ କହିଛନ୍ତି ଯେ, “ମହାମାରୀ ବ୍ୟାପିବା ବ୍ୟବସାୟୀମାନଙ୍କୁ କିଭଳି ଗ୍ରାହକଙ୍କୁ ଉପଯୋଗୀ ଅନୁଭୂତି ପ୍ରଦାନ କରାଯିବ ତାହାର ଅନୁଶୀଳନ କରିବା ଓ ସଙ୍କଟ ସମୟରେ ବ୍ୟବସାୟ ଜାରି ରଖିବା ଲାଗି ଡିଜିଟାଲ୍ ଚ୍ୟାନେଲ୍କୁ ତ୍ୱରାନ୍ୱିତ କରିବାକୁ ବାଧ୍ୟ କରିଛି । ଡିଜିଟାଲ୍ ଚ୍ୟାନେଲ୍ ଏବେ ପୂର୍ବାପେକ୍ଷା ଦୁଇ ଗୁଣା ଅଧିକ ଜରୁରୀ ହୋଇପଡ଼ିଛି । ଗତ ବର୍ଷ ଗ୍ରାହକମାନଙ୍କ ବ୍ୟବହାରରେ ଘଟିଥିବା ବଡ଼ ଧରଣର ପରିବର୍ତନକୁ ନଜରରେ ରଖି ଗୋଦରେଜ୍ ସିକ୍ୟୁରିଟି ସଲୁୃସନ୍ସ ପକ୍ଷରୁ ଆମ ଗ୍ରାହକଙ୍କୁ ଓମନି ଚ୍ୟାନେଲ୍ ଅନୁଭୂତି ପ୍ରଦାନ କରିବା ଲାଗି ମିଶ୍ରିତ ବ୍ୟବସ୍ଥା ଉପରେ କାର୍ଯ୍ୟ ଜାରି ରହିିଛି ଯଦ୍ୱାରା ବିଭିନ୍ନ ଅନଲାଇନ୍ ଓ ଅଫଲାଇନ୍ ଚ୍ୟାନେଲ୍ରେ ଉପସ୍ଥିତି ବୃଦ୍ଧି ପାଇବ ।’’ ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ପକ୍ଷରୁ ହସ୍ପିଟାଲିଟି, ଟ୍ରାଭେଲ, ବ୍ୟାଙ୍କିଙ୍ଗ ଭଳି କ୍ଷେତ୍ରର ୩୫ଟି ଜଣାଶୁଣା ବ୍ରାଣ୍ଡ୍ ସହ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଜରିଆରେ ବ୍ରାଣ୍ଡ୍ର ସପିଙ୍ଗ୍ ସାଇଟ୍ରେ ସପିଙ୍ଗ୍ ବେଳେ ୧୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ସହଯୋଗିତା ବ୍ରାଣ୍ଡ୍ର ଅନଲାଇନ୍ ଉପସ୍ଥିତିକୁ ଆହୁରି ବଢ଼ାଇବ ।
No Result
View All Result