• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିସିଓଡିଏଲ୍ ପକ୍ଷରୁ ରାଜ୍ୟରେ ସମ୍ଭାବ୍ୟ ସ୍ୱଳ୍ପ ରୁ ମଧ୍ୟମ ଧରଣର ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି

Proprietor Abhimanyu Maharana by Proprietor Abhimanyu Maharana
September 17, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଟିପିସିଓଡିଏଲ୍ ପକ୍ଷରୁ ୨୦୨୧ ମେ’ ୨୫ର ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟାକୁ ନେଇ ପ୍ରସ୍ତୁତି
Share on FacebookShare on TwitterWhatsapp

ଜରୁରୀକାଳୀନ ପରିସ୍ଥିତିରେ ଯେକୌଣସି ବ୍ୟକ୍ତି ୨୪ ଘଂଟିଆ କଲ୍ ସେଂଟର୍ ନମ୍ବର ୧୯୧୨/୧୮୦୦୩୪୫୭୧୨୨ରେ କଲ୍ କରିପାରିବେ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିସନର୍ (ଏସ୍‌ଆର୍‌ସି)ଙ୍କ ରିପୋର୍ଟ ଅନୁଯାୟୀ, ମହାନଦୀ ନଦୀ ବ୍ୟବସ୍ଥାରୁ ରାଜ୍ୟରେ ସ୍ୱଳ୍ପ ଓ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି ଯେଉଁଥିରେ ବନ୍ୟା ପାଣି ମୁଣ୍ଡୁଳିଦେଇ କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ଆସନ୍ତାକାଲି ସୁଦ୍ଧା ୮ଏଲ୍ କ୍ୟୁସେକ୍‌ରେ ପ୍ରବାହିତ ହେବ । ପର୍ଯ୍ୟାୟକ୍ରମେ ତାହା ଆସନ୍ତା ୨୪ ଘଂଟାରେ ତୀବ୍ର ହେବ । ଏହି ଘୋଷଣା ପରେ, ପ୍ରବଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ଆଗୁଆ ଚିହ୍ନଟ କରାଯାଇଛି । ବନ୍ୟାର ମୁକାବିଲା କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରନ୍ତରତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିିଡିଏମ୍‌ପି) କାର୍ଯ୍ୟକାରୀ କରାଯାଇଛି । ଏହା ଅଧୀନରେ ଏକ ଢ଼ାଂଚାଗତ ବ୍ୟବସ୍ଥା ଗ୍ରହଣ କରାଯାଇଛି ଯେଉଁଥିରେ ସାମିଲ ରହିଛି ପ୍ରତିଷେଧମୂଳକ ପଦକ୍ଷେପ, ବିପର୍ଯ୍ୟୟ ପରିଚାଳନାର ଭୂମିକା ଓ ଦାୟିତ୍ୱ ନିର୍ଧାରଣ ଏବଂ ଜରୁରୀକାଳୀନ ସମୟ ଭଳି ମାମଲା ପାଇଁ ଆବଶ୍ୟକ ଉପକରଣ/ଯନ୍ତ୍ରାଂଶ ଯୋଗାଡ଼ କରିବା ଯୋଜନା ।

ବିସିଡିଏମ୍‌ପିରେ ପ୍ରବଳତା ଦୃଷ୍ଟିରୁ ବିପର୍ଯ୍ୟୟର ବର୍ଗୀକରଣ କରାଯିବା ସହ ବ୍ୟବସ୍ଥିତ ଭାବେ ଆଲର୍ଟ (ସତର୍କ ସୂଚନା) ହାସଲ କରିବା, ତାହାକୁ ଅନୁଧ୍ୟାନ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ପାଇଁ ବିପର୍ଯ୍ୟୟ ପରିଚାଳନା ଢ଼ାଂଚା ନାମକ ଏକ କ୍ରୀୟାନ୍ୱୟନ ଯୋଜନା ରହିଛି ଏବଂ ବିସିଡିଏମ୍‌ପିକୁ ଲାଗୁ କରିବା କିମ୍ବା ପ୍ରତ୍ୟାହାର କରିବା ଲାଗି ବ୍ୟବସ୍ଥା ରହିଛି । ଏହି ଯୋଜନାର ପ୍ରତିକ୍ରିୟା ଯାଂଚ କରିବାଲାଗି ଏକ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି । ସଂପ୍ରତି ଜାରି ରହିଥିବା କୋଭିଡ୍‌-୧୯ ମହାମାରୀ ବିଦ୍ୟୁତ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବା ଜରୁରୀ କରିଛି କାରଣ ତାହା ଚିକିତ୍ସା ଅଧୀନରେ ଥିବା ରୋଗୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଯେକୌଣସି ପ୍ରକାର ଆପାତକାଳୀନ ସମୟ ଓ ବିଦ୍ୟୁତ ଯୋଗାଣ ସମ୍ପର୍କିତ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଟିପିସିଓଡିଏଲ୍ ସର୍ବଦା ପ୍ରସ୍ତୁତ ମୁଦ୍ରାରେ ରହିଥାଏ ।

ସମୟର ଆହ୍ୱାନକୁ ବୁଝିପାରି, ଟିପିସିଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଂଟ୍‌କୁ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସପ୍ରାପ୍ତ ଅଂଚଳର ବିଭିନ୍ନ ସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ ଦ୍ରୁତ ପ୍ରଶମନ ଦଳ ମୂତୟନ କରାଯାଇଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକୌଣସି ବ୍ୟକ୍ତି ୨୪ ଘଂଟିଆ କଲ୍ ସେଂଟର ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍ କରିପାରିବେ । ସୁରକ୍ଷା ପଦକ୍ଷେପ ଭାବେ ପ୍ରଭାବିତ ଅଂଚଳର ପ୍ରତିଟି ବ୍ୟକ୍ତି ଏହି ସବୁ କାର୍ଯ୍ୟ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ନିବେଦନ କରାଯାଇଛି: ଚା ବଜ୍ରପାତ ସମୟରେ ଘର ଭିତରେ ଥିବା କୌଣସି ତାର କିମ୍ବା ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ୍ ତାର/ଧାବତ ପାଇପ୍‌ରେ ବିଦ୍ୟୁତ ପ୍ରବାହିତ ହୁଏ ଚା ଅତ୍ୟଧିକ ପବନ ବହିବା, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ଗଛ କିମ୍ବା ଯେକୌଣସି ଅସ୍ଥାୟୀ ଢ଼ାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ ଚା ଓଦା ହାତରେ କିମ୍ବା ହାଣ୍ଡ୍ ଗ୍ଲୋଭ୍‌ସ, ସୁରକ୍ଷା ଜୋତା କିମ୍ବା ଇନ୍‌ସୁଲେଟେଡ୍ ପ୍ଲାଟ୍‌ଫର୍ମ ବ୍ୟବହାର ନକରି କୌଣସି ବିଦ୍ୟୁତ ବ୍ୟବସ୍ଥାକୁ ସ୍ପର୍ଶ କରନ୍ତୁ ନାହିଁ ଚା ବର୍ଷା ପରବର୍ତୀ ସମୟରେ ଦ୍ରୁତ ଗତିରେ ପ୍ରଭାବିତ ହେଉଥିବା ଡ୍ରେନ୍ ପାଖରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ ଏହି ଅଭିଯାନ ସମ୍ପର୍କରେ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍‌, ସିଇଓ, ଟିପିସିଓଡିଏଲ୍ କହିଛନ୍ତି ଯେ, “ବନ୍ୟା ବିପଦର ମୁକାବିଲା କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ ରହିଛୁ ।

ରେକର୍ଡ ସମୟ ଭିତରେ ପ୍ରଭାବିତ ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରଦାନ କରିବା ଏବଂ ତାହା ଯେଭଳି ଗ୍ରାହକଙ୍କୁ ସର୍ବନିମ୍ନ ପ୍ରଭାବିତ କରିବ ସେ ଦିଗର ଆମ ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ବନ୍ୟା ସମୟରେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଲୋକମାନଙ୍କୁ ଆମେ ନିବେଦନ କରୁଛୁ ।’’ ସୁରକ୍ଷା ଓ ସତର୍କତା ସହ ଟିପିସିଓଡିଏଲ୍ ଟିମ୍ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ପର୍ଯ୍ୟାୟକ୍ରମେ ଚବିଶ ଘଂଟା କାର୍ଯ୍ୟ କରୁଛି । ଉଭୟ ବଂଟନ ସମେତ ଗ୍ରାହକ ସବ୍‌-ଷ୍ଟେସନ୍‌ରେ କଂପାନି ପକ୍ଷରୁ ଉପକରଣର ସବୁ ପ୍ରକାର ପ୍ରତିଷେଧକମୂଳକ ରକ୍ଷଣା ବେକ୍ଷଣ କରାଯାଉଛି । ଯେକୌଣିସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ଲାଗି ଉତ୍ସର୍ଗୀକୃତ ଟିମ୍ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୂତୟନ କରାଯାଇଛି । ଆବଶ୍ୟକ ସ୍ପେୟାର୍ ପାଟ୍‌ର୍ସ, ଟୁଲ୍‌ସ ଓ ଉପକରଣ ଯଥା ଟ୍ରାନ୍ସଫର୍‌ମର୍‌, ସ୍ୱିଚ୍‌ଗିୟର୍ ଆଦିର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି ଯାହା ବିଦ୍ୟୁତ ବିଭ୍ରାଟ ସମୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଦରକାର ହେଉଥିବା ସମୟ ହ୍ରାସ କରିବ । ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଂଟ୍‌କୁ ବିଦ୍ୟୁତ ଯୋଗାଣ କରିବା ଲାଗି ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

July 31, 2026
କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ

କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ

July 31, 2026
ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

ଗୋ ଚାଲାଣ ଓ ନିଶାଦ୍ରବ୍ୟ ଅବାଧ କାରବାରର ମାଧ୍ୟମ ପାଲଟିଛି ସିଧାମୂଳା ମହାନଦୀ ସେତୁ

July 30, 2026
ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

ରାଜସୁନାଖଳାରେ ପ୍ରଭୁ ଜଗନ୍ନାଥ ନୀଳାଦ୍ରିବିଜେ ନୀତି ସମ୍ପନ୍ନ

July 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

July 31, 2026
କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ

କୁଶଭଦ୍ରା ଯୋଗ ଶିକ୍ଷା ମନ୍ଦିରର ପଞ୍ଚମ ବାର୍ଷିକ ଉତ୍ସବ

July 31, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version