No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ଭୁବନେଶ୍ୱର :- ଖୋର୍ଦ୍ଧା ଜିଲାପାଳ ସନତ କୁମାର ମହାନ୍ତି ସେମାନଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ପ୍ରାଣବଳୀ ଦେଇଥିବା ସାମ୍ବାଦିକମାନେ ହେଲେ ଟାଇମ୍ସ ଅଫ ଇଣ୍ଡିଆର ପ୍ରୀତମାନ ମହାପାତ୍ର, ଆଜିକାଲିର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ଫ୍ରିଲାନ୍ସର ବସନ୍ତ ଦାସ ଓ ଜୀ ଓଡ଼ିଶାର ମାନସ ରଞ୍ଜନ ଜୟପୁରିଆ ।
ଆଜି ବ୍ୟାଙ୍କ ଜରିଆରେ ସେମାନଙ୍କ ପରିବାରର ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଖୋରଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସରକାରଙ୍କ ନିଷ୍ପତି ସମ୍ପର୍କରେ ମୃତକଙ୍କ ପରିବାରକୁ ଅବଗତ କରାଇଥିଲେ । ଏହି ଅବସରରେ ଭୁବନେଶ୍ୱର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ଓ ବିଭାଗର ବରିଷ୍ଠ ଅଧିକାରୀ ଗୌର ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ ।
No Result
View All Result