ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ମାହାଙ୍ଗା :- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କର ଅତି ପ୍ରିୟର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ପବିତ୍ର ବିଶ୍ଵକର୍ମା ପୂଜାର ଶୁଭକାମନା ଜଣାଇଛନ୍ତି । ଶ୍ରୀଯୁକ୍ତ ଜେନା ସୋସିଆଲ ମିଡ଼ିଆ ଜରିଆରେ କହିଛନ୍ତି,ପବିତ୍ର ବିଶ୍ଵକର୍ମା ପୂଜାରେ ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ମଧ୍ୟରେ ନୂଆ ସମ୍ଭାବନାର ସରଞ୍ଚନା କରୁ । ପ୍ରତିଟି ଜୀବନ ଆଲୋକିତ ଏବଂ ମଙ୍ଗଳମୟ ହେଉ ।
ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଏବଂ ଓଡ଼ିଶା ରାଜ୍ୟର ସମସ୍ତ ଜନସାଧାରଣଙ୍କ ପାଇଁ ଶୁଭ କାମନା ଓ ଶୁଭେଚ୍ଛା ଜଣାଇଛନ୍ତି ଏବଂ ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେବା ସହିତ କାରିଗରୀ ଜ୍ଞାନ କୌଶଳରେ ଓଡ଼ିଶା ଆହୁରି ବିକଶିତ ଓ ସମୃଦ୍ଧ ମୟ ହେଉ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଜଣାଇଛନ୍ତି ।