No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଅଫର୍ ଘୋଷଣା କରାଯାଇଛି । ଏହି ଅଫର୍ ଉତ୍ସବ ସମୟରେ ଗୃହ ଋଣକୁ ଆହୁରି ସୁଲଭ ହାରରେ ଉପଲବ୍ଦ କରାଇବ । ପ୍ରଥମ ଧରଣର ଅଭିଯାନ ସ୍ୱରୂପ ଗ୍ରାହକମାନଙ୍କୁ କ୍ରେଡିଟ୍ ସ୍କୋର ଭିତିକ ଋଣ ୬.୭୦ ପ୍ରତିଶତ ହାରରେ ଯେକୌଣସି ପରିମାଣର ଋଣ ପ୍ରଦାନ କରାଯିବ । ପୂର୍ବରୁ ୭୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ଗୃହ ଋଣ ଉପରେ ସୁଧ ୭.୧୫% ଥିଲା । ଉତ୍ସବ ଅଫର୍ ଘୋଷଣା କରାଯାଇଥିବାରୁ ଗ୍ରାହକମାନେ ଯେକୌଣସି ମୂଲ୍ୟର ଗୃହ ଋଣ ୬.୭୦ ପ୍ରତିଶତ ସୁଧରେ ନେଇପାରିବେ । ଏହି ଅଫର୍ରେ ଗ୍ରାହକମାନେ ସୁଧରେ ୦.୪୫%ର ସଂଚୟ କରିପାରିବେ । ଯେଉଁମାନେ ୩୦ ବର୍ଷିଆ ଅବଧିରେ ୭୫ ଲକ୍ଷ ଟଙ୍କାର ଋଣ ନେବେ ସେମାନେ ୮ ଲକ୍ଷ ଟଙ୍କା ସଂଚୟ କରିପାରିବେ ।
ପୁନଶ୍ଚ, ଆଗରୁ ବେତନଭୋଗୀଙ୍କ ତୁଳନାରେ ଅଣ ବେତନଭୋଗୀଙ୍କ ଠାରୁ ୦.୧୫% ଅଧିକ ସୁଧ ସଂଗ୍ରହ କରାଯାଉଥିଲା । ଏସବିଆଇ ସେହି ପ୍ରଭେଦକୁ ଦୂର କରିଛି । ବୃତିକୁ ନେଇ ସୁଧରେ ରହିଥିବା ଅନ୍ତରକୁ ଏସବିଆଇ ଦୂର କରିଛି । ଏହା ଦ୍ୱାରା ଅଣ ବେତନଭୋଗୀ ଗ୍ରାହକମାନେ ଗୃହ ଋଣ ସୁଧରେ ୦.୧୫% ସଂଚୟ କରିପାରିବେ । ଥ୍ସବକୁ ସ୍ୱାଗତ କରିବା ଲାଗି ଏସ୍ବିଆଇ ପକ୍ଷରୁ ପ୍ରୋସେସିଂ ଫି’ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଏଥିସହିତ କ୍ରେଡିଟ୍ ସ୍କୋର ଆଧାରରେ ଗ୍ରାହକଙ୍କ ପାଇଁ ସୁଧ ଉପରେ ଆକର୍ଷଣୀୟ ରିହାତି ମିଳିବ । ଶ୍ରୀଯୁକ୍ତ ସି ଏସ୍ ସେଟ୍ଟି, ପରିଚାଳନା ନିର୍ଦେଶକ (ରିଟେଲ୍ ଆଣ୍ଡ୍ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍), ଏସ୍ବିଆଇ କହିଛନ୍ତି ଯେ, “ଆମର ସମ୍ଭାବ୍ୟ ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ଅଫର୍ ଘୋଷଣା କରି ଆମେ ଆନନ୍ଦିତ ।
ସାଧାରଣତଃ ସୁଧ ଉପରେ ରିହାତି କିଛି ନିର୍ଦିଷ୍ଟ ସୀମାର ଋଣ ଉପରେ ଲାଗୁ ହୁଏ ଏବଂ ତାହାର ସମ୍ପର୍କ ଋଣଗ୍ରହୀତାଙ୍କ ବୃତି ସହ ରହିଥାଏ । ଏଥର, ଆମେ ଅଫର୍କୁ ଅଧିକ ଅନ୍ତର୍ଭୁକ୍ତୀକରଣ କରିଛୁ ଏବଂ ଋଣର ପରିମାଣ ଯାହା ହେଉ ଓ ଗ୍ରାହକଙ୍କ ବୃତି ଯାହା ହେଉ ନା କାହିଁକି ସବୁ ବର୍ଗର ଋଣଗ୍ରହୀତାଙ୍କ ପାଇଁ ଏହି ଅଫର୍ ଉପଲବ୍ଧ ହେବ । ବାଲାନ୍ସ ଟ୍ରାନ୍ସ୍ଫର୍ କ୍ଷେତ୍ରରେ ମଧ୍ୟ ୬.୭୦% ଗୃହ ଋଣ ଅଫର୍ ଲାଗୁ ହେବ । ଆମର ବିଶ୍ୱାସ ରହିଛି ଯେ ଶୂନ ପ୍ରୋସେସିଂ ଫି’ ଓ ରିହାତି ସୁଧ ହାର ଉତ୍ସବ ସମୟରେ ଗୃହ ମାଲିକାନାକୁ ଅଧିକ ସୁଲଭ କରିବ । ମହାମାରୀ ସମୟରେ ଆମ ଦେଶ ବହୁତ ଭଲ ସହନଶୀଳତା ପ୍ରଦର୍ଶନ କରିଛି । ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଭାବେ ସମସ୍ତଙ୍କ ପାଇଁ ଘର କରି ଅର୍ଥନୀତିର ପୁନରୁଦ୍ଧାର କରିବାରେ ଆମ ତରଫରୁ କାର୍ଯ୍ୟ କରିବା ଲାଗି ଆମେ ପ୍ରତିବଦ୍ଧ ।’’
No Result
View All Result