No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାର) ବାଙ୍କୀ :- ବାଙ୍କୀ ମହାବିଦ୍ୟାଳୟ ସଭାଗୃହରେ କୃଷକ ଉତ୍ପାଦକ ସଂଗଠନର ଏକ ବୈଠକ ଉତ୍କଳ ବିପନ୍ନ ସହାୟତା ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କୀ , ବାରଙ୍ଗ ଏବଂ ନରସିଂହ ବ୍ଲକର ନିର୍ଦ୍ଦେଶକମାନେ ଯୋଗଦେଇ ସାରା ଭାରତ ବର୍ଷରେ ଚାଷ ଓ ଚାଷୀଙ୍କୁ ଉନ୍ନତିର ଶୀର୍ଷରେ ପହଞ୍ôଚା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କର ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ତାହାର ସଫଳ ରୂପାୟନ ପାଇଁ ସମସ୍ତେ ଚେଷ୍ଟା କରିବା ପାଇଁ ଆହ୍ୱାନ ଦେଇଥିଲେ ।
ସମସ୍ତ ସରକାରୀ ଯୋଜନାକୁ ସିିଧା ସଳଖ କିପରି କୃଷକ ପାଖରେ ପହଞ୍ଚି ପାରିବ ଏବଂ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଜିନିଷ କିପରି ସରକାରୀ ମୂଲ୍ୟରେ ବିକ୍ରି କରିପାରିବେ ତାହା ଉପରେ ଆଲୋଚନା କରାଯାଇଥିଲା । ଉଦ୍ୟାନ କୃଷିକୁ କିପରି ଅଗ୍ରାଧିକାର ଦିଆଯିବ ତାହା ଉପରେ ସଭାରେ ଗୁରୁତ୍ୱ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ବିପନ୍ନ ସହାୟତ ସମିତି ଭୁବନେଶ୍ୱରର ସଭାପତି ଅଭୟ କୁମାର ସାମନ୍ତରାୟ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସିଦ୍ଧେଶ୍ୱର ପାଇକରାୟ ସ୍ୱାଗତ ଭାଷଣ ଦେଇଥିଲେ ।
ନରସିଂହପୁରର ସମାଜସେବୀ ସରୋଜ ରଣା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ପଣ୍ଡା, ସହକାରୀ ଉଦ୍ୟାନ ଅଧିକାରୀ ସଂଜୟ କୁମାର ବେଉରା, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ, ବସୁଧା ଟ୍ରଷ୍ଟର ସଭାପତି ବରିଷ୍ଠ ଓକିଲ ଅଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ କୃଷକର ବିକାଶରେ ଏକ ସ୍ୱାବଲମ୍ବୀ ସମାଜ ଗଠନ ହୋଇ ପାରିବ ବୋଲି ସେମାନଙ୍କର ବକ୍ତବ୍ୟରେ କହିଥିଲେ ।
No Result
View All Result