No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) ପିପିଲି :- ପିପିଲି ଉପନିର୍ବାଚନ ଘୁଞ୍ଚିବା ପରେ ଆସନ୍ତା ସେପ୍ଟେମ୍ବର ୩୦ ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ । ଆସନ୍ତା ୩୦ରେ ହେବ ପିପିଲି ଉପନିର୍ବାଚନର ଭୋଟ୍ ଗ୍ରହଣ । ଏହାକୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ୩ ଦଳ । ଏଥିପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ସମରସଜ୍ଜା । କରୋନା କଟକଣା ମଧ୍ୟରେ ନିର୍ବାଚନ ସାରିବାକୁ ଇଲେକ୍ସନ କମିସନଙ୍କ ନିର୍ଦ୍ଦେଶ ରହିଛି ।
ପିପିଲି ଉପନିର୍ବାଚନ ପାଇ ଆଜି ବିଜେପି ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଇଲେକ୍ସନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ତାଲିକାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍, ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଭାପତି ସମୀର ମହାନ୍ତି, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ପୃଥୀରାଜ୍ ହରିଚନ୍ଦନ୍, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ରହିଛି ।
No Result
View All Result