No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) ପିପିଲି :- ଦୁଇ ଦୁଇ ଥର ପିପିଲି ଉପନିର୍ବାଚନ ଘୁଞ୍ଚିବା ପରେ ଆସନ୍ତା ସେପ୍ଟେମ୍ବର ୩୦ ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ ଭୋଟ୍ ଗ୍ରହଣ । ଉଷ୍ମ ହେଉଛି ପିପିଲି ରାଜନୀତି । ହାତରେ ମାତ୍ର ପ୍ରଚାର ପାଇଁ ଆଉ ୧୩ଟା ଦିନ । ପ୍ରଚାର ଜମିବାକୁ ଯାଉଥିବା ବେଳେ ବିଜେଡି ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଷ୍ଟାର ପ୍ରଚାରକ ତାଲିକାର ପ୍ରଥମେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଲିକାର ଦ୍ୱିତୀୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି ।
ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସ ବର୍ମା, ସମୀର ରଞ୍ଜନ ଦାସ, ସୁଶାନ୍ତ କୁମାର ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର କୁମାର ସାମଲ ଅଛନ୍ତି ।
No Result
View All Result