No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତରେ ଚାଲିଥିବା ଦେଖିବାକୁ ମିଳୁଛି । ଗତ କିଛିଦିନ ଧରି ବିଡ଼ିଓ ସାର୍ଥକ ସୌରଭ ମହାପାତ୍ର ଙ୍କ ପ୍ରତକ୍ଷ ତତ୍ୱବାଧାନରେ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଏବଂ ବିଦ୍ୟାଳୟର ସୌନ୍ଧର୍ଯ୍ୟ କରଣ କାର୍ଯ୍ୟ ଚାଲୁରହିଛି । ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ ଯେପରି ଉଚ୍ଚ ମାନର ଶିକ୍ଷା ଗ୍ରହଣ କରିବେ ସେହି ଉଦ୍ଧେଶ୍ୟରେ ବିଦ୍ୟାଳୟ ଗୁଡିକୁ ପୁନରୁଦ୍ଧାର ସହ ଉଚ୍ଚମାନର ଶିକ୍ଷାଗ୍ରହଣ କରିପାରିବେ ସେହି ଉଦ୍ଧେଶ୍ୟରେ କାର୍ଯ୍ୟ କ୍ରମ ଗ୍ରହଣ କରିଛନ୍ତି ନବୀନ ସରକାର ।
ଓଡିଶାର ଛାତ୍ର ଛାତ୍ରୀ ଯେପରି ଘରୋଇ ବିଦ୍ୟାଳୟକୁ ଆକୃଷ୍ଟ ନ ହେବେ ସେହି ଉଦ୍ଧେଶ୍ୟରେ ସ୍ମାର୍ଟ କ୍ଲାସ କରିବା ଯୋଜନା କରି ଓଡ଼ିଶାର ସବୁ ଜିଲ୍ଲାକୁ ପ୍ରଥମ କରି ପରୀକ୍ଷା ମୂଳକ ଭାବେ ସ୍ମାର୍ଟ କ୍ଲାସ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ପ୍ରଥମ କରି ଏହି ସ୍ମାର୍ଟ କ୍ଲାସ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇ ଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ମୋହନା ବ୍ଲକ ଶିକୁଳିପଦର ସରକାରୀ ବିଦ୍ୟାଳୟରେ ଏହିକାର୍ଯ୍ୟ ଦ୍ରୁତ ଦ୍ରୁତ ଗତିରେ ଚାଲିଛି । ଏହି କାର୍ଯ୍ୟ ଶେଷ ହେଲେ ଅତି ନିକଟରେ ଏହି ଉଦ୍ଘାଟନ ହେବ ବୋଲି ଶୁଣିବାକୁ ମିଳିଛି ।
ଏହି କାର୍ୟ୍ଯ କୁ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅନାମ ଚରଣ ପାତ୍ର, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, କନିଷ୍ଟ ଯନ୍ତ୍ରୀ ହରୀକୃଷ୍ଣ ସାହୁ ଙ୍କ ତତ୍ୱାବଧାନ ରେ ଚାଲୁ ରହିଛି । ଏହି ବିଦ୍ୟାଳୟ ଅତ୍ୟାଧୁନିକ ରେ ପରିଣତ ହେଲେ ଏହି ଅଂଚଳରେ ଆଦିବାସୀ ଗରିବ ଛାତ୍ର ଛାତ୍ରୀ ଉନ୍ନତ ମାନର ଶିକ୍ଷା ଗ୍ରହଣ କରିପାରିବେ । ଏହି ପରି ଏହି ଅଞ୍ଚଳର ବିଦ୍ୟାଳୟ ଗୁଡିକ ହେଲେ କେହିବି ଛାତ୍ର ଛାତ୍ରୀ ଆଉ ସହର ମୁହାଁ ହେବନାହିଁ ବୋଲି ଆଲୋଚନା ହେଉଛି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result