• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲାପରିଷଦ ଙ୍କ ପରିବାର ଲୋକେ ଜବକାର୍ଡ ଧାରୀ  ନିଜେ ଶ୍ରମିକ ଦୁଇ ପୁଅ ଭେଣ୍ଡର : ବୋହୁ ଏମବିକେ କର୍ମଚାରୀ ସମସ୍ତେ ଜବକାର୍ଡ ଧାରୀ କାର୍ଯ୍ୟନୁଷ୍ଠାନ ଦାବି କଲା ବିଜେପି  

Proprietor Abhimanyu Maharana by Proprietor Abhimanyu Maharana
September 15, 2021
in ଓଡ଼ିଶା, କଟକ, ହୋମ୍
0
ଜିଲ୍ଲାପରିଷଦ ଙ୍କ ପରିବାର ଲୋକେ ଜବକାର୍ଡ ଧାରୀ  ନିଜେ ଶ୍ରମିକ ଦୁଇ ପୁଅ ଭେଣ୍ଡର : ବୋହୁ ଏମବିକେ କର୍ମଚାରୀ ସମସ୍ତେ ଜବକାର୍ଡ ଧାରୀ କାର୍ଯ୍ୟନୁଷ୍ଠାନ ଦାବି କଲା ବିଜେପି  
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ବାଙ୍କୀ-ଡମପଡା ବ୍ଲକ ପାଲଟିଛି ମନରେଗା ଯୋଜନାରେ ଦୁର୍ନୀତିର ଗଡ଼  ।ଅଭିଯୋଗ ପାଇବା ପରେ ବି କଟକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅମ୍ବର କର  ତଦନ୍ତ ନ କରିବା ଓ ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦେଶ ଆସିବା ପରେ ବି ପ୍ରଶାସନ ନିରବ ରେ ବସିବା  ବସ୍ତବିକ ଭାରତ ବର୍ଷ ର ସବୁଠାରୁ ଆଚର୍ଯ୍ୟ ର ବିଷୟ ବୋଲି ବାଙ୍କୀର ବିଜେପି ବିଧାୟକ ପାର୍ଥି ତଥା ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା  ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରକାଶ କରିଛି।ଡମପଡା ବ୍ଲକ ମନରେଗା ଯୋଜନାର ମହା ଦୁର୍ନୀତିର ଚେର କୋଉ ଯାଏଁ ଲମ୍ବିଛି ତାହା ଆକଳନ କରିହେଉନାହିଁ ସମସ୍ତ ପଞ୍ଚାୟତ ରେ ଏହାର କାୟା ବିସ୍ତାର କରିଥିବା ଅନୁମାନ କରାଯାଉଛି ।

ଡମପଡା ବ୍ଲକ ମହାଦୁର୍ନୀତି ରେ  ରାଜନୈତିକ ବଡ଼ ପଣ୍ଡା ,ବ୍ଲକ କର୍ତ୍ତୃପକ୍ଷ ,ସହକାରୀ ଯନ୍ତ୍ରୀ  ,ଏପିଓ,କନିଷ୍ଠ ଯନ୍ତ୍ରୀ,ପିଓ,ଜିଆରଏସ,ବିଡ଼ିଓ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଜ୍ଞାତ ସରରେ ମିଳିତ ଉଦ୍ୟମରେ  ଦୁର୍ନୀତି ହେବା ସହ ଅର୍ଥ ଭାଗ ବାଣ୍ଟି ନିଆ ଯାଇ ଲୋକଙ୍କ ଆଖି ରେ ଧୂଳି ପକେଇ ପାର ହେବାକୁ ବସିଥିଲା ବେଳେ ଦୁର୍ନୀତି ର ସମସ୍ତ ପେଡି ପ୍ରଥମେ ବିଜେପି  ନେତା ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ।ବିଜେପି ନେତା ଙ୍କ ସହ ବିଜେପି ପ୍ରତିନିଧି ଦଳ  ବିଭିନ୍ନ ପଞ୍ଚାୟତ କୁ ଯାଇ ବିଭିନ୍ନ ନିମ୍ନ ମାନର ପ୍ରକଳ୍ପ ଓ ପ୍ରକଳ୍ପ ନାମରେ  ଜାଲିଆତି କରି ଅର୍ଥ ଉଠାଣ କୁ ଲୋକ ଲୋଚନ କୁ ଆଣିଥିଲା । ଲୋକ ପ୍ରତିନିଧି ମାନେ  ନିଜ ନାମ ରେଓ ପରିବାର ଲୋକ ମାନଙ୍କ ନାମରେ ଜବକାର୍ଡ କରି କାଗଜ କଲମ ରେ  ଶ୍ରମିକ ସାଜି  ଉଠାଉଛନ୍ତି ମୋଟା ଅଙ୍କ ର ଅର୍ଥ ।

ସରପଞ୍ଚ ଙ୍କ ପରିବାର ପରେ ଏବେ ଜିଲ୍ଲାପରିଷଦ ଓ ତାଙ୍କ ପରିବାର ଲୋକଙ୍କ ନାମରେ ଜବକାର୍ଡ ରେ   ଶ୍ରମିକ ସଜାଯାଇ ଟଙ୍କା ଉଠାଣ କରାଯାଇ ଥିବା ଘଟଣା  ବସ୍ତବିକ ନିନ୍ଦା ର ବିଷୟ ବୋଲି ବିଜେପି ପ୍ରକାଶ କରିଛି।କେନ୍ଦ୍ର ଓ ରାଜ୍ୟ ସରକାର  ମନରେଗା ଯୋଜନାରେ ଗରିବ ଦିନମଜୁରିଆ ଓ ସେମାନଙ୍କ  ପରିବାର ଲୋକେ କାର୍ଯ୍ୟ କରି ପରିବାର ର ଭରଣ ପୋଷଣ କରିବା ପାଇଁ ମନରେଗା ଯୋଜନା ଉଦ୍ଧିଷ୍ଟ ଥିବା ବେଳେ  ଗରିବ ଓ ଦିନମଜୁରିଆ ପରିବାର ମାନଙ୍କୁ ମନରେଗା ଯୋଜନାରେ କାର୍ଯ୍ୟ ମିଳିବା ଦୁରର କଥା ଏଠି ଖୋଦ ଶାସକଦଳର ଲୋକପ୍ରତିନିଧି ଓ ତାଙ୍କପରିବାର ର ସଦସ୍ୟ ମାନେ ସାଜିଛନ୍ତି ଜବକାର୍ଡ ଧାରୀ ଓ ଉଠାଣ ଛନ୍ତି ମୋଟା ଅଙ୍କ ର  ଟଙ୍କା । ଏହି ଦୁର୍ନୀତି ର କେନ୍ଦ୍ର ବିନ୍ଦୁ ପାଲଟିଛି ଡମପଡା ବ୍ଲକ।ଡମପଡା ବ୍ଲକ ମନରେଗା ଯୋଜନାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ବ୍ଲକ ସ୍ତରରୁ ଆରମ୍ଭକରି ରାଜ୍ୟସ୍ତରରେ ବିଜେପି କରିଥିଲା ପ୍ରେସମିଟ ମାତ୍ର ଜିଲ୍ଲାପ୍ରଶାସନ ତୃତୀୟ ମହଲା ଓ ପଞ୍ଚାୟତ ରାଜ ବିଭାଗ ଚାପ ରେ ଚୁପ ହୋଇ ବସିବା ବସ୍ତବିକ ନିନ୍ଦନୀୟ ।

ସୂଚନା ମୁତାବକ   ଡମପଡା ବ୍ଲକ ପୂର୍ବତନ ଭାଇସ ଚେୟାରମ୍ୟାନ ତଥା   ୩୮ ନଂ ଜୋନ ଜିଲ୍ଲା ପରିଷଦ ତ୍ରିଲୋଚନ ରାଉତ ଙ୍କ ଜବକାର୍ଡ  ଆଇଡି ନଂ ୩୫୮୬ ରେ ତାଙ୍କ ପରିବାର ଲୋକଙ୍କ ନାମରେ ହାତେଇଛନ୍ତି ଜବକାର୍ଡ  ଏବଂ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି (ମନରେଗା) ଯୋଜନାରେ ଉଠାଇଛନ୍ତି ମୋଟା ଅଙ୍କ ର  ଟଙ୍କା ।ଜିଲ୍ଲା ପରିଷଦ ଶ୍ରୀ ରାଉତ ଜଣେ ବିଜେଡି ଦଳର ବରିଷ୍ଠ ନେତା ଓ ସଙ୍ଗଠକ  ଭାବେ ପରିଚିତ ।ଡମପଡା ବ୍ଲକ ବିଜେଡି ଦଳର ଭାଇସ ଚେୟାର ମ୍ୟାନ ଭାବେ  ୨୦୧୭ ରେ କାର୍ଯ୍ୟଥିଲେ ।୨୦୧୭ ରେ  ବହୁ ସଂଖ୍ୟାରେ ଭୋଟ ପାଇ  ଡମପଡା ବ୍ଲକ ୩୮ ନଂ ଯୋନ  ବିଜେଡି ଜିଲ୍ଲାପରିଷଦ ପଦବୀ ହାତେଇ ଥିଲେ ।ଜିଲ୍ଲା ପରିଷଦ ଥାଇ ମଧ୍ୟ କାଗଜପତ୍ରରେ  ନିଜକୁ ଶ୍ରମିକ  ଭାବେ ସଜାଇବା ସହିତ ତାଙ୍କ ପରିବାରର ପୁଅ ,ବୋହୁ ମାନଙ୍କୁ  କାଗଜପତ୍ରରେ  ଶ୍ରମିକ ସଜାଇ ତାଙ୍କ ଆକାଉଣ୍ଟରେ ଟଙ୍କା ଉଠାଣ କରିଥିବା ସରକାରୀ ୱେବ ସାଇଡ ତଥ୍ୟରୁ ଜଣାପଡିଛି।

ଜିଲ୍ଲାପରିଷଦ ଶ୍ରୀ ରାଉତଙ୍କ ଜବ କାର୍ଡରେ ପତ୍ନୀ ଗୁନା ରାଉତ ,ପୁଅ ଚିତ୍ରସେନ ରାଉତ , ଭୀମସେନ ରାଉତ  , ବୋହୁ ସଂଗୀତ ରାଉତ  ଙ୍କ ନାମ ୨୦୧୦ ମସିହାରେ ଥିବାବେଳେ ୨୦୧୮ ମସିହାରେ ବୋହୁ ଶୁଭଲକ୍ଷ୍ମୀ ରାଉତ  , ସ୍ୱାମୀ ଅକ୍ଷୟ କୁମାର ରାଉତ ଙ୍କ ଜବ କାର୍ଡ ନଂ ୨୦୬୩୭ ରେ ଖୋଲା ଯାଇ ତାଙ୍କ ଆକାଉଣ୍ଟରେ ଟଙ୍କା ଉଠାଣ କରାଯାଇଥିବା ଜଣାପଡିଛି। ସଙ୍ଗୀତ ରାଉତ ଓଡିଶା ଜୀବିକା ମିଶନ ର ମାଷ୍ଟର ବୁକ କିପର ( ଏମ ବି କେ) ଯୋଜନାରେ କାର୍ଯ୍ୟରତ ଥିବା ସମୟରେ ଏପଟେ ଜବକାର୍ଡରେ ତାଙ୍କ ନାମରେ  ଟଙ୍କା  ଉଠାଣ କରାଯାଇଛି।ଜିଲ୍ଲାପରିଷଦ ଶ୍ରୀ ରାଉତଙ୍କ ପୁଅ ଚିତ୍ରସେନ ରାଉତ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ନାମ ମଧ୍ୟ ଜବକାର୍ଡରେ ସଂଯୋଗ ଥିବାବେଳେ  ତାଙ୍କ ନାଁରେ ଟଙ୍କା ଉଠାଣ କରାଯାଇ ନଥିବା ଜଣାପଡିଛି ।

ଗୋଟେ ପକ୍ଷେ ମନରେଗା ଯୋଜନାରେ ଅଣ କୁଶଳୀ ଶ୍ରମିକ ଭାବେ ଟଙ୍କା ଉଠାଣ କରାଯାଇଥିବାବେଳେ ଅନ୍ୟପଟେ କୁଶଳୀ ଶ୍ରମିକଭାବେ ଟଙ୍କା ଉଠାଣ କରାଯାଇଥିବା ଜଣାପଡିଛି ।ଜିଲ୍ଲାପରିଷଦ ଶ୍ରୀ ରାଉତ ପୁତ୍ର ଭୀମସେନ ରାଉତ ଓ ଅକ୍ଷୟ ରାଉତ ମନରେଗା ଯୋଜନାରେ ଶ୍ରମିକଭାବେ କାର୍ଯ୍ୟ କରିବା ନା ରେ ଟଙ୍କା ଉଠାଣ କରିଥିବା ବେଳେ ଅନ୍ୟପଟେ ସେମାନେ ପାଲଟି ଛନ୍ତି  ଭେଣ୍ଡର ।ବିଲିପଡାପଞ୍ଚାୟତରେ ୨୦୨୦/୨୧ ମସିହାରେ   ୩୦ ଲକ୍ଷ ୫୭ ହଜାର ଟଙ୍କାର କାର୍ଯ୍ୟ ରୁ ପଞ୍ଚାୟତ ଡଙ୍ଗଲରୁ  ୧୪ ଲକ୍ଷ ୨୨ ହଜାର ଟଙ୍କା ଏବଂ ଡମପଡା ବ୍ଲକ ବିଡ଼ିଓ ଙ୍କ ଡଙ୍ଗଲ ରୁ ୧୬ ଲକ୍ଷ ୩୫ ହଜାର ଟଙ୍କା କାର୍ଯ୍ୟ କରାଯାଇଥିବା ବେଳେ ୨୦୨୧/୨୨ ମସିହାରେ  ୧୩ ଲକ୍ଷ ୨୮ ହଜାର ଟଙ୍କାରୁ ପଞ୍ଚାୟତ ଡଙ୍ଗଲରୁ ୧୧ ଲକ୍ଷ ୩ ହଜାର ଓ ବିଡ଼ିଓଙ୍କ ଡଙ୍ଗଲରୁ ୧ ଲକ୍ଷ ୨୮ ହଜାରଟଙ୍କା ର କାର୍ଯ୍ୟ କରାଯାଇଥିବା ଜଣାପଡିଛି ।ସେଥିମଧ୍ୟରୁ ଜିଲ୍ଲାପରିଷଦ ଶ୍ରୀ ରାଉତ ଙ୍କ ପୁତ୍ର ଭୀମସେନ ଓ ଅକ୍ଷୟ  ବ୍ଲକ ଡଙ୍ଗଲରୁ  ୮ ଲକ୍ଷ ୨୮ ହଜାର ଓ ପଞ୍ଚାୟତ ଡଙ୍ଗଲରୁ ୫ ଲକ୍ଷ ୫୬ ହଜାର ଟଙ୍କା ଉଠାଣ କରିଥିବା ଜଣାପଡ଼ିଛି ବୋଲି ଅଭିଯୋଗ କରିଛି ବିଜେପି ।

ଡମପଡା ବ୍ଲକରେ ହୋଇଥିବା ମନରେଗା ଯୋଜନା ର ମହାଦୁର୍ନୀତି  ନିରପେକ୍ଷ ତଦନ୍ତ ନିମନ୍ତେ ପ୍ରଶାସନ ନିକଟରେ ବିଜେପି ପକ୍ଷରୁ ଅଭିଯୋଗ କରିଆସୁଥିଲେ ମଧ୍ୟ  ପ୍ରଶାସନ ତଦନ୍ତ  ନକରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଧର୍ମ କୁ ଆଖି ଠାର ମାରି  ଦୁଇ ଜଣ କନିଷ୍ଠଯନ୍ତ୍ରୀ ଙ୍କୁ ବଦଳି କରିଛି ଦୁର୍ନୀତି ରେ ସମ୍ପୃକ୍ତି ଦୁଇ ଯନ୍ତ୍ରୀ ଙ୍କୁ ସସପେଣ୍ଡ କରି ତଦନ୍ତ ର ରିପୋର୍ଟ ବାହାରିଲା ପରେ ତାଙ୍କୁ ବଦଳି କରାଯାଇ ଥାନ୍ତା ମାତ୍ର ଦୁର୍ନୀତି ରେ ନାମ ଥିବା ଯନ୍ତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିବା କେତେ ଦୂର ଯୁକ୍ତ ଯୁକ୍ତି ଯୁକ୍ତ ତାହା ବ ବିଜେପି ରାଜ୍ୟ ସରକାର ଙ୍କୁ ପ୍ରଶ୍ନ ପଚାରିଛି। ଡମପଡା ବ୍ଲକରେ ହୋଇଥିବା ମନରେଗା ଯୋଜନା ମହା ଦୁର୍ନୀତିର ନିରପେକ୍ଷତଦନ୍ତ କରାନଗଲେ ବିଜେପି ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବା ସହିତ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି  ଚେତାବନୀ ଦେଇଛନ୍ତି।ଏହି ଦୁର୍ନୀତି ର ସମସ୍ତ ଦସ୍ତାବିସ ରାଜ୍ୟପାଳ ଙ୍କୁ ବିଜେପି ଏକ ପ୍ରତିନିଧିମଣ୍ଡଳ ସହ ସାକ୍ଷାତ କରି ତାଙ୍କ ହସ୍ତକ୍ଷେପ ଲୋଡିବ ବୋଲି ବିଜେପି ନେତା ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।ଏ ସମ୍ପର୍କରେ ଜିଲ୍ଲା ପରିଷଦ ଶ୍ରୀ ରାଉତ ଙ୍କୁ ପଚାରିବାରୁ ସେ କହିଲେ ଏହା ବିଜେପି ର ମିଥ୍ୟା ଆରୋପ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହା ସେମାନଙ୍କ ପ୍ରାୟୋଜିତ ହୀନ ଆରୋପ । କେଉଁଠାରୁ ମିଥ୍ୟା କାଗଜ ଆଣି ଆମ ବ୍ଲକ ଓ ଆମ ମାନଙ୍କ ଭାବ ମୃତ୍ତି କୁ କଳୁଷିତ କରିବା ପାଇଁ ପ୍ରୟାସ ଏହାର ଉତ୍ତର ଆମେ ଖୁବ ଶୀଘ୍ର ଖୋଳସା କରିବୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version