No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ଗତବର୍ଷ କୋଭିଡ-୧୯ରେ ଡମପଡ଼ା ବ୍ଲକର ପ୍ରବାସୀମାନଙ୍କୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା କୋଭିଡ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏଥିରେ ରଗଡ଼ି ପଞ୍ଚାୟତରେ ଦିଆଯାଇଥିବା କୋଭିଡ ସହାୟତା ପ୍ୟାକେଜରେ ବ୍ରହ୍ମାନନ୍ଦ ନାହା ରଗଡ଼ି ଆଞ୍ଚଳିକ ମଞ୍ଚ ଦ୍ୱାରା ୬ହଜାର ଟଙ୍କା ସହାୟତା ନେଇ ନିଜର କୌଳିକ ବୃତ୍ତି ତନ୍ତରେ ବିନିଯୋଗ କରି ନିଜେ ତନ୍ତ ମାଧ୍ୟମରେ ବିଭିନ୍ନ ପ୍ରକାରର ଶାଢ଼ୀ , ପାଟ ଉତ୍ପାଦନ କରି ସ୍ୱାବଲମ୍ବି ହୋଇପାରିଛନ୍ତି ।
ସେହିଭଳି ସସ୍ମୀତା ମହାପାତ୍ର ୨୦ହଜାର ଟଙ୍କା ସହାୟତା ରାଶି ପାଇ ସିଲେଇ ମେସିନ୍ କରି ନିଜକୁ ସ୍ୱବାଲମ୍ବି କରିଛନ୍ତି । ରାଜ୍ୟ ସରକାରଙ୍କ ସହାୟତା ରାଶି ଜୀବିକା ମିଶନ ଦ୍ୱାରା ମହାସଂଘ ମାଧ୍ୟମରେ ପ୍ରବାସୀମାନଙ୍କୁ ଆତ୍ମନିର୍ଭଶିଳ ହେବାପାଇଁ ପ୍ରଦାନ କରାଯାଇଥିଲା । ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ଅକ୍ଷୟ ଭଟ୍ଟଙ୍କ ତତ୍ୱାବଧାନରେ ଓ ରଗଡ଼ି ମହାସଂଘର ସଭାନେତ୍ରୀ ସୁକନ୍ୟା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଦୁଇ ପ୍ରବାସୀ ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ପ୍ରାବସୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
No Result
View All Result