No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ଗୋପାଳପୁର :- ହେମଗିର-ଶୁକ୍ରବାର ରାତିରେ ଜୈନିକ ଏମସିଏଲ କର୍ମଚାରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାଯାଇଛି । ଆଜି ସକାଳେ ଉକ୍ତ କର୍ମଚାରୀ ଙ୍କ ଶବ ଏମସିଏଲ ଗୋପାଳପୁର ରାସ୍ତାର କୁଲଡା ଛକରେ ଏକ ସିକ୍ୟୁରିଟୀ କ୍ୟାବିନ ଭିତରୁ ପୁଲିସ ଉଦ୍ଧାର କରିଛି । ମୃତ ଏମସିଏଲ କର୍ମଚାରୀ ଜଣକ ନାକଟୀଦେଉଳ ଗାଁ ର କୁଞ୍ଜବିହାରୀ ବାଗ ୪୨ବର୍ଷ ବୋଲି ଜଣାପଡିଛି।ସେ ଏମସିଏଲ ଗର୍ଜନବାହାଲ ପ୍ରକଳ୍ପରେ ଇଲେକ୍ଟ୍ରୀସିଆନ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତି ୧୦ଟାରେ ଡ୍ୟୁଟି ସାରି କୁଲଡା ଛକ ପର୍ଯ୍ୟନ୍ତ ଚାଲି,ଚାଲି ଆସି ସିକ୍ୟୁରିଟୀ କ୍ୟାବିନ ରେ ବସି କୈାଣସି ଲିଫ୍ଟ ଅପେକ୍ଷା ରେ ଥିଲା ।
ଆଜି ସକାଳୁ ଉକ୍ତ କ୍ୟାବିନ ଭିତରେ ସେ ମରିପଡିଥିବା ଦେଖିବା ପରେ ସ୍ଥାନୀୟ ପୁଲିସ କୁ ସୂଚିତ କରାଯାଇଥିଲା । କୁଞ୍ଜବିହାରୀ ବସିଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଦେଖାଯିବା ସହ ମୁହଁ ରୁ ଫେଣ ବାହାରୁଥିଲା । ପାଦରେ ସେଫ୍ଟି ଜୋତା ମଧ୍ୟ ଖୋଲାଯାଇଥିବା ଦେଖାଦେଇଛି । ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା ଜଣାପଡ଼ିବା ପରେ ଏମସିଏଲ କର୍ମଚାରୀ ଙ୍କ ପକ୍ଷରୁ ଏମସିଏଲ ଗୋପାଳପୁର ରାସ୍ତା ଅବରୋଧ କରାଯାଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ବିଧବା ସ୍ତ୍ରୀ କୁ ଚାକିରି ଦାବି କରିଥିଲେ ।
ଏନେଇ ଏମସିଏଲ କର୍ତୁପକ୍ଷ ଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ । ବଜ୍ରପାତରେ କିମ୍ବା ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ଘଟିଥିବା ନେଇ ଆଶଙ୍କା କରାଯାଉଛି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବା ନେଇ ପୁଲିସ ସୁତ୍ରରୁ ପ୍ରକାଶ।ସୁତ୍ର (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ )
No Result
View All Result