No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ଅନଗୁଲ-ତାଳଚେର :- ଆଜି ଭୋର ସମୟରେ ଏକ ମାଲବାହୀ ଟ୍ରେନ ଅନଗୁଲ-ତାଳଚେର ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ହେବାରେ ଇଞ୍ଜିନ ସମେତ ୯ ଟି ୱାଗନ ଲାଇନ ଚ୍ୟୁତ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଫିରୋଜପୁର ରୁ ଖୋର୍ଧାରୋଡ଼ ଅଭିମୁଖେ ଏକ ମାଲବାହୀ ଟ୍ରେନ ଆସୁଥିବା ବେଳେ ମଧ୍ୟ ରାତିରେ ଅନଗୁଲ-ତାଳଚେର ଷ୍ଟେସନ ମଧ୍ୟରେ କିଲୋମିଟର
ପିଲର ନମ୍ବର ୧୬୭/୨ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଇଞ୍ଜିନ ସମେତ ୯ଟି ୱାଗନ ଲାଇନଚ୍ୟୁତ ହୋଇଛି ଖବର ପାଇ ଖୋର୍ଧାରୋଡ଼ ଓ ସମ୍ବଲପୁର ରୁ ଉଦ୍ଧାରକାରୀ ଟିମ ଦୁର୍ଘଘଟଣା ସ୍ଥଳରେ ପହଞ୍ଚି ଉଧାର କାର୍ଯ୍ୟ ଜାରି ରଖିଛନ୍ତି ।
ରେଳ ଧାରଣାର ବକ୍ସ ବ୍ରିଜରୁ ମାଟି ଧୋଇ ଯିବାରେ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ ଜନ,ଜୀବନର କୌଣସି କ୍ଷତି ହୋଇ ନ’ଥିବା ବେଳେ ରେଳ ଧାରଣା ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।ଫଳରେ ସମ୍ବଲପୁର-ଖୋର୍ଧାରୋଡ଼ ମଧ୍ୟରେ ରେଳ ଚଳାଚଳ ବ୍ୟାଘାତ ହୋଇଛି ।
ରେଳ ଧାରଣା ମରାମତି କାର୍ଯ୍ୟ ଜୋର,ସୋରରେ ଚାଲୁ ରହିଛି । ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ କେତକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଅନ୍ୟ କେତେକ ଟ୍ରେନକୁ ଗତିପଥ ବଦଳାଇ ଯାତାୟାତ କରୁଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ )
No Result
View All Result