No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣା ଗ୍ରାମରେ ଆନ୍ଧ୍ର ଓ ଓଡ଼ିଶା ସୀମାବିବାଦ ଉଗ୍ରରୁପ ନେଇଛି। ଆଜି ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ ଗଜପତି ଜିଲ୍ଲା ପ୍ରସାଶନର ଦ୍ବାରସ୍ଥ ହୋଇଛନ୍ତି। କହିଛନ୍ତି ଆନ୍ଧ୍ରପ୍ରଦେଶ ପୋଲିସ ମାଣିକପାଟଣା ଗ୍ରାମରେ ଦିନକୁ ୪ଥର ପଇନ୍ତରା ମାରୁଛି ଏବଂ ସାଧା ପୋଷାକରେ ଆସି ଓଡିଶାକୁ ସହାୟତା କରୁଥିବା ଲୋକଙ୍କୁ ଗୁଳିକରି ମାରିଦେବାକୁ ଧମକ ଦେଉଛି । ଏଥିପାଇଁ ଆନ୍ଧ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିବା କହି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୟଭିତ କରୁଛି। ଏପରିକି ସେ ଓଡିଶାକୁ ସହାୟତା କରୁଥିବାରୁ ତାଙ୍କ ବିରୋଧରେ ଆନ୍ଧ୍ର ଆକ୍ରୋଶମୂଳକ ଭାବେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରିଛି। ଯାହା ଫଳରେ ଦୀର୍ଘ ୮ଦିନ ହେବ ଲୁଚିଛପି ରହୁଛନ୍ତି।
ତେଣୁ ମିଥ୍ୟା କେସ୍ ଆନ୍ଧ୍ର ହଟାଇବାକୁ ଗଜପତି ଜିଲ୍ଲା ପ୍ରଶାସନ ପ୍ରୟାସ କରିବା ସହ ତାଙ୍କୁ ଓ ତାଙ୍କର ପରିବାରକୁ ସୁରକ୍ଷା ନଯୋଗାଇଲେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ସହ ଧାରଣା ଦେବେ ବୋଲି କହିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା ହରିବନ୍ଧୁ କାର୍ଜୀଙ୍କ ଅଭିଯୋଗ ଶୁଣି କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଆନ୍ଧ୍ର ଓ ଓଡିଶା ବିବାଦୀୟ ଗ୍ରାମ ଗୁଡିକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଗମନାଗମନ, ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରାଯିବା ସହ ମାଣିକପାଟଣା ଗ୍ରାମ ନିକଟରେ ଲୋକଙ୍କ ସୁରକ୍ଷା ପାଇଁ ଏକ ପୋଲିସ ଫାଣ୍ଡି କରାଯିବ ବୋଲି କହିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result