No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ବରଗଡ଼ :- ପଶ୍ଚିମ ଓଡିଶା ର କୃଷି ଭିତ୍ତିକ ମହାନ ଗଣପର୍ବ ” ନୂଆଁଖାଇ ” ଅବସରରେ ‘ପରବାସି କୁଟୁମ୍” ବିଜେପୁର ଦ୍ବାରା ଆୟୋଜିତ ନୂଆଁଖାଇ ଭେଟ୍ -୨୦୨୧ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ର ଅଗ୍ରଣୀ ସମାଜ ସେବୀ ସଂଗଠନ “ନିଷ୍ଠା ପରିବାର ” କୁ ରକ୍ତଦାନ, ରୋଗୀ ସେବା, ଅସହାୟ ବ୍ୟକ୍ତି ବିଶେଷଂକ ସେବା, କୋଭିଡ ରୋଗୀଂକର ଶବ ସତ୍କାର, ଅସହାୟଂକ ଥଇଥାନ ଆଦି ସେବା ପାଇଁ ” ପରବାସି ସମାଜସେବା ସମ୍ମାନ – ୨୦୨୧ ” ରେ ସମ୍ମାନିତ କରାଯାଇଅଛି ।
ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରିଥିବା ବେଲେ ,ମୁଖ୍ୟ ଅତିଥି ପଶ୍ଚିମ ଓଡିଶାର ଲୋକ କବିରତ୍ନ ହଲଧର ନାଗ, ସମ୍ମାନିତ ଅତିଥି ଡା. ରାମକୃଷ୍ଣ ପୁରୋହିତ ତଥା ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ ଯୋଗଦାନ କରିଥିଲେ । ଏହି ସମ୍ମାନିତ ଅବସରରେ ନିଷ୍ଠା ପରିବାର ତରଫରୁ ସଂପାଦକ ଅଶ୍ବିନୀ ତ୍ରିପାଠୀ , ଉପଦେଷ୍ଟା ଉତ୍ତମ ଦାଶ, ବିଦ୍ୟାଧର ଭୋଇ,ହେମାଂଚଲ ସାହୁ ଏବଂ ରାତ୍ର ପ୍ରଧାନ ଯୋଗଦାନ କରିଥିଲେ ।
No Result
View All Result