No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :-
ଯେତେବେଳେ ସାରା ଆକାଶେ ଭାସଇ
ଧବଳ ବର୍ଣ୍ଣ ବାଦଲ
ନଈକୂଳେ ଫୁଟେ କାଶତଣ୍ଡୀ ହସେ
ସଂଜେ କେତେ ଜହ୍ନିଫୁଲ ।
ପଶ୍ଚିମଓଡିଶା ପାଣିରେ ପ୍ରାଣରେ
ଆସେ କେଡେ ଉନ୍ମାଦନ
ଆସେ ନୂଆଁଖାଇ ନୂତନ ସ୍ପନ୍ଦନ
ଅଥୟ ହୁଅଇ ମନ ।
ଏହି ପର୍ବ ଅଟେ କୃଷି ଭିତିକ ଯେ
ଶାନ୍ତି ମୈତ୍ରୀ ପୂଜ୍ୟ ପୂଜା
ଉତ୍ପାଦିତ ଶସ୍ୟ ଇଷ୍ଟଦେବୀ ଠାରେ
ଭୋଗ ଲାଗେ କେଡେ ମଜା ।
ଘରେ ଘରେ ପିଠା ପଣା ଛଣା ହୁଏ
ନବାନ୍ନଅର୍ପଣ ପରେ
ସାନମାନେସବୁ ବଡ଼ ବଡୁଆଙ୍କୁ
ମୁଣ୍ଡିଆମାରେ ଶ୍ରଦ୍ଧାରେ ।
ଗାଆଁ ଗାଁଆ ମଧ୍ୟେ ଖେଳ କସରତ
କେତେ ବାଦୀ ସଂକୀର୍ତ୍ତନ
ନାଟ ପାଲା ଅବା ଦାସକାଠିଆର
ସାଂସ୍କୃତିକ କାର୍ଯ୍ୟକ୍ରମ ।
ଭାବ ଆଦରର ସୋହାଗର ପର୍ବ
ଭାଇଚାରା ପ୍ରୀତି ବାଣ୍ଟି
ଭେଦଭାବ ଆଉ ମତ ମନାନ୍ତର
ଦୃଷ୍ଟିରୁ ଯାଆନ୍ତି ହଟି ।
ପଶ୍ଚିମଓଡିଶା ଗଣପର୍ବ ଆଜି
ନାଆଁ ତାର ନୂଆଖାଇ
ମୋ ସମ୍ବଲପୁର ଉଲ୍ଲାସେ ରହନ୍ତୁ
ଜୁହାର ମାଆ ସମଲେଇ ।
ଅବସରପ୍ରାପ୍ତ ପ୍ରାଧ୍ୟାପକ, ଶାମୁକା ସାହି, ରଣପୁର, ନୟାଗଡ
No Result
View All Result