No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ବାଙ୍କୀ :- ଆମର ଏହି ବିଶ୍ୱବ୍ରହ୍ମାଣ୍ଡ ହେଉଛି ଏକମାତ୍ର ଗ୍ରହ ଯେଉଁଠିକି ଜୀବନର ସତ୍ତା ରହିଛି । ଯେଉଁଠି ଏହି ପୃଥିବୀକୁ ବାୟୂମଣ୍ଡଳ ଘୋଡ଼ାଇ ରଖିଛି ଏବଂ ଏହି ବାୟୂମଣ୍ଡଳକୁ ଭେଦକରି ସୂର୍ଯ୍ୟଙ୍କ ଠାରୁ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିଥାଏ । ବାୟୁମଣ୍ଡଳରେ ଥିବା ସୁରକ୍ଷା ମଣ୍ଡଳ ଏବେ ଅସ୍ଥିର ଏବଂ ପରିବର୍ତ୍ତନ ମୁଖୀ ଯଦ୍ୱରା ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ହେବାକୁ ଲାଗିଛି । ଏହି ପରିପ୍ରେକ୍ଷିରେ ବାଙ୍କୀ ପରିବେଶ ସୁରକ୍ଷା ସମିତି ତରଫରୁ ବାୟୁ ପ୍ରଦୂଷଣ ରୋକିବା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆବାହକ ଦୀପକ କୁମାର ସାମନ୍ତରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି ।
ବନ୍ୟ ସଂପଦ ଧ୍ୱଂସ, ଶିଳ୍ପ ଓ ଯାନବାହାନ ସଂଖ୍ୟା ବୃଦ୍ଧି ଘଟିବା ଫଳରେ ଅଙ୍ଗାରକାମ୍ଳ ବାଷ୍ପ ବୃଦ୍ଧି ହେବା ଫଳରେ ପୃଥିବୀର ତାପମାତ୍ରା ଅତ୍ୟଧିକ ବୃଦ୍ଧି ଘଟୁଛି ବୋଲି ପରିବେଶବିତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉଲ୍ଲେଖ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷିରେ ବ୍ୟାପକ ବୃକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର ବୋଲି ରମେଶ ଚନ୍ଦ୍ର ବେହେରା, ଅମିତ କୁମାର ସାହୁ, ବିଜୟ ରାଉତ, ମୁରଲୀ ବେହେରା , ପ୍ରଭାତ ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ ।
No Result
View All Result