No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶନିବାର ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ ଭାରତ ସ୍କାଉଟ ଗାଇଡ୍ସ ଓଡ଼ିଶା ତରଫରୁ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଶ୍ରୀ ପ୍ରଧାନ ନିଜର ନିଷ୍ଠା ଓ ସମାଜ ସେବା ମନୋବୃତ୍ତି ବଳରେ ସେ ଲୋକପ୍ରିୟତା ହାସଲ କରିପାରିଛନ୍ତି ।
ସମ୍ମାନ ଗ୍ରହଣ ଉତ୍ସବରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭାରତ ସ୍କାଉଟ୍ସ ଗାଇଡ୍ସର ଜାତୀୟ ଉପସଭାପତି ଡଃ.କଳୀପ୍ରସାଦ ମିଶ୍ର ଅତିଥି ଭାବେ ଯୋଗଦାନ କରି ଶ୍ରୀ ପ୍ରଧାନଙ୍କୁ ସମ୍ମାନୀତ କରିଥିଲେ । କଲେଜ ଅଧ୍ୟକ୍ଷ ଡ.ଅରୁଣ କୁମାର ବେହେରା, ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ପରୀକ୍ଷା ନିୟନ୍ତ୍ରକ ଡଃ.ନିବାସିନୀ ପଣ୍ଡା ପ୍ରମୁଖ ଶ୍ରୀ ପ୍ରଧାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
No Result
View All Result