• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ଵ ଓଡ଼ିଶା ସମାଜ ଆନ୍ଧ୍ର ର ରାଜ୍ୟପାଳ, ବିଶ୍ଵଭୂଷଣଙ୍କ ଦ୍ଵାରା ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 11, 2021
in ଓଡ଼ିଶା, କଟକ, ମହାନଗର, ହୋମ୍
0
ବିଶ୍ଵ ଓଡ଼ିଶା ସମାଜ ଆନ୍ଧ୍ର ର ରାଜ୍ୟପାଳ, ବିଶ୍ଵଭୂଷଣଙ୍କ ଦ୍ଵାରା ଉଦଘାଟିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ) ଲସ୍ଏଞ୍ଜେଲେସ୍ / ଟରୋଣ୍ଟୋ/ ମଞ୍ଚେଷ୍ଟର/ ଦୁବାଇ/କାନବେରା/ ନୂଆଦିଲ୍ଲୀ/ ବିଜୟୱାଡା/ ଭୁବନେଶ୍ୱର/ କଟକ :- ବିଶ୍ଵ ଓଡ଼ିଶା ସମାଜ ( ବିଓସ) ବିଶ୍ଵ ଭରି ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧନ ପାଇଁ ଅଭିପ୍ରେତ ବୋଲି ବରେଣ୍ୟ ବକ୍ତା ମାନେ ପ୍ରକାଶ କରିଛନ୍ତି। ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ନୂତନ ଏବଂ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ବିଓସ ବଦ୍ଧପରିକର ବୋଲି ସେମାନେ ପ୍ରକାଶ କରିଛନ୍ତି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବିଶ୍ଵ ଓଡ଼ିଶା ସମାଜକୁ ଉଦଘାଟନ କରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଡ଼ଃ ବିଶ୍ଵ ଭୂଷଣ ହରିଚନ୍ଦନ, ଭାରତୀୟ ସଂସ୍କୃତି ବିଶ୍ବର ଅନନ୍ୟ ସଂସ୍କୃତି ବୋଲି ଆଖ୍ୟା ଦେଇଥିଲେ।

ଭାରତୀୟ ସଂସ୍କୃତିର ମହାନତାକୁ ଅଭିବୃଦ୍ଧି କରିବାରେ ଓଡ଼ିଶାର ଦାନ ଅତୁଳନୀୟ ବୋଲି ସେ କହିଥିଲେ।   ସାରା ବିଶ୍ବର ଓଡ଼ିଆ ମାନେ ଓଡ଼ିଶାର ରକ୍ତାକ୍ତ ଗଣସଂଗ୍ରାମ ଗର୍ବିତ ସାମରିକ ପରମ୍ପରା ଓ ବୀର ଭୂମିର ଗର୍ବି ଦାୟଦ ବୋଲି ଡଃ ହରିଚନ୍ଦନ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଡଃ ହରିଚନ୍ଦନ ବିଓସର ୱେବସାଇଟ କୁ ଉଦଘାଟନ କରିଥିଲେ।   ଆଭାସି ମଞ୍ଚରେ ଅନୁଷ୍ଠିତ ଏହି ମହାସମାରୋହରେ ପୃଥିବୀର ବହୁ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାର ଶୁଭେଚ୍ଛୁ ମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ସାମାଜିକ ଗଣମାଧ୍ୟମ ଦ୍ଵାରା ଲାଇଭ୍ ଷ୍ଟ୍ରୀମିଂ ଜରିଆରେ ସହସ୍ରାଧିକ ଦର୍ଶକ ଦେଖିଥିଲେ।

ଉଦଘାଟନ ଉତ୍ସବର ସଫଳତା ପାଇଁ ଭିଡିଓ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ୍, ବିଶ୍ଵ ଓଡ଼ିଶା ସମାଜ, ସାରା ଦୁନିଆର ଓଡ଼ିଆ ମାନଙ୍କ ମଧ୍ୟରେ ଏକତା, ମୈତ୍ରୀ ଓ ପ୍ରୀତି ପ୍ରତିଷ୍ଠା ସାଙ୍ଗକୁ ସେମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ ବିଶେଷ ଯୋଗଦାନ ପ୍ରଦାନ କରିବ ବୋଲି ଦୃଢ ଆଶା ପୋଷଣ କରିଥିଲେ। ପୃଥିବୀର କୋଣେ କୋଣେ ବସବାସ କରୁଥିବା ଓଡ଼ିଆ ମାନେ ଜଗନ୍ନାଥ ଧର୍ମ ଓ ଦର୍ଶନ ର ମହାନତା, ମହନୀୟତା ଓ ମଧୁରତା କୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଯୋଗୁଁ ପ୍ରଫେସର ଲାଲ୍ ସେମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ।

ଅନଲାଇନ୍ ମହୋତ୍ସବ ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଓଡ଼ିଶା ବିଧାନ ସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ପୃଥିବୀର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆ ଅଧିବାସୀ ମାନଙ୍କୁ ଗୋଟିଏ ସୁତ୍ରରେ ବାନ୍ଧିବା ପାଇଁ ବିଶ୍ଵ ଓଡ଼ିଶା ସମାଜର ସାଧୁ ଉଦ୍ୟମର ସ୍ମୃତିଗାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର , ବିଶ୍ୱରେ ଗଣତନ୍ତ୍ରର ପରମ୍ପରା ନିଅଁ କୁ ସମୃଦ୍ଧ କରିବାରେ ଓଡିଶା ଓ ଜଗନ୍ନାଥ ସଂସ୍କୃତିର ଅବଦାନ ଉଲ୍ଲେଖଯୋଗ୍ୟ ବୋଲି ଦର୍ଶାଇଥିଲେ।

ଲୋକସେବକ ମଣ୍ଡଳର ଜାତୀୟ ସଭାପତି ରାଜକୁମାର , ତାଙ୍କର ଅନୁଷ୍ଠାନ ସମାଜ ବିଶ୍ଵ ଓଡ଼ିଆଙ୍କର ସ୍ବାର୍ଥ ରକ୍ଷା ନେଇ ସମର୍ପିତ ସେବା ଜାରି ରଖିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ବିଶ୍ଵ ଓଡ଼ିଶା ସମାଜର ସାରା ଜଗତର ଓଡ଼ିଆ ମାନଙ୍କୁ ଏକିକରଣ କରିବାର ଉଦ୍ୟମ ବହୁ ସମ୍ଭାବନା ଓ ଅଜସ୍ର ପ୍ରତିଶୃତିର ସ୍ବାକ୍ଷର ବହନ କରୁଥିବା ସୂଚାଇଥିଲେ । ଦୀର୍ଘ ପ୍ରତିକ୍ଷିତ ୱେବ୍ ବୈଠକ ରେ ପୌରହିତ୍ୟ କରି ବିଓସର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ବିଶ୍ଵ ଓଡ଼ିଶା ସମାଜ, ଦୁଇ କୋଟି ପ୍ରବାସୀ ଓଡ଼ିଆଙ୍କ ର ଦୀର୍ଘ ଆକାଂକ୍ଷିତ ଓ ପ୍ରତିକ୍ଷିତ ଆଶା , ଭରସା ଓ ସ୍ୱପ୍ନକୁ ସାକାର କରିବା ସକାଶେ ବ୍ୟାପକ ପ୍ରୟାସ ଜାରି ରଖିବ ବୋଲି ଘୋଷଣା କରିଥିଲେ ।

ବିଓସର ପ୍ରତିଷ୍ଠାତା ଡଃ ଅରୁନ୍ଧତୀ ଦେବୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ବ ଓଡ଼ିଶା ସମାଜର ମୁଖ୍ୟ ପୃଷ୍ଠପୋଷକ ଡଃ ସୂର‌୍ୟ୍ୟ ନାରାୟଣ ପାତ୍ର ବିଓସର ପ୍ରଥମ ସଦସ୍ୟତା ଗ୍ରହଣ କରି ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ । ଦୁବାଇରୁ ସୁଧାଶ୍ରୀ ଦାଶ ସଭାକୁ ସଂଚାଳନ କରିଥିଲେ । ବ୍ରିଟେନ ରୁ ଶିବ ରଂଜନ ବିଶ୍ଵାଳ ୱେବସାଇଟ ସମ୍ପର୍କରେ ଓ ଆମେରିକାରୁ ରୁପା ଦାସ ବିଓସର ସଦସ୍ୟତା ଅଭିଯାନ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ‘ କଲଚୁରାଲ କାର୍ନିଭାଲ’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭଜନ ସମ୍ରାଟ ଅନୁପ ଜାଲୋଟା ଉଦଘାଟନ କରିଥିଲେ । ସଂସ୍କୃତିକ ସଂଧ୍ୟାକୁ ଆମେରିକାରୁ ଅକ୍ଷୟ ମହାନ୍ତି ପରିଚାଳନା ଏବଂ ଭାରତରୁ ପୁଷ୍ପାଞ୍ଜଳି ବାରିକ ସଂଯୋଜନା କରିଥିଲେ । ବୈଷ୍ଣବ କୈଳାସ, ଶାଶ୍ବତ ଯୋଶୀ, ସଂଗ୍ରାମ ସସ୍ମିତା ପ୍ରମୁଖ ଖ୍ୟାତି ସମ୍ପର୍ଣ୍ଣ କଳାକାର ନିଜର ସୃଜନଶୀଳ ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

May 14, 2026
ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା

May 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍

May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version