No Result
View All Result
ସୁନା ପୁଅ ; ରାମଚନ୍ଦ୍ରପୁର ଶାସନ ର ପ୍ରଶାନ୍ତ କୁମାର ଷଡ଼ଙ୍ଗୀ : ସର୍ବଭାରତୀୟ ସ୍ତରରେ ଜ୍ୟୋତିଷ ଶାସ୍ତ୍ରରେ – ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି

ପୁରୀ ଶ୍ରୀ ସଦାଶିବ କଲେଜର ଜଣେ କୃତିତ୍ୱବାନ ଛାତ୍ର ଅଟନ୍ତି ଯେ କି ସଂସ୍କୃତ ଭାଷା ରେ ଅଧ୍ୟୟନ କରି ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) ଗୋପାଳପୁର,ରଣପୁର,ରିପୋର୍ଟ ଅଭିମନ୍ୟୁ ମହାରଣା :- ରଣପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ର ରାମଚନ୍ଦ୍ରପୁର ଶାସନ ର ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଜ୍ୟୋତିଷ ଶାସ୍ତ୍ରରେ ହୋଇଥିବା ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି ଓ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଯେ କି ଆମ ଅଞ୍ଚଳର ଗର୍ବ ଓ ଗୋୖରବ । ଚଳିତ ବର୍ଷ ବାସ୍ତୁ ଆଣ୍ଡ ଆଷ୍ଟ୍ରୋଲଜିକ୍ ରିସର୍ଚ୍ଚ ସେଣ୍ଟର ତରଫରୁ ପ୍ରତିଯୋଗିତା କରାଯାଇଥିଲା । ଏହାର ପ୍ରତିଷ୍ଠାତା ସ୍ୱାଗତିକା ପତି ଓ ଚେୟାରମ୍ୟାନ ପିୟୁସ ପିପାସୁ ଦାସ ଙ୍କ ତତ୍ୱବଧାନରେ ଏହି ଅଲ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଯେଉଁଥିରେ କି ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥିରୁ ଆମ ଓଡ଼ିଶାରୁ ଓ ଓଡିଶା ବାହାରୁ ଦୁଇହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଓଡିଶାରୁ ଆମ ଅଞ୍ଚଳର ଦକ୍ଷ ଓ ପ୍ରତିଭାବାନ ଛାତ୍ର ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ୯୬ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଳଙ୍କୃତ କରି ସ୍ୱର୍ଣ୍ଣ ପଦକ ଓ ସିଲକପ୍ ହାସଲ କରିଛନ୍ତି । ସେ ପୁରୀ ଶ୍ରୀ ସଦାଶିବ ପରିସରର ଜଣେ କୃତିତ୍ୱବାନ ଛାତ୍ର ଅଟନ୍ତି ଯେ କି ସଂସ୍କୃତ ଭାଷା ରେ ଅଧ୍ୟୟନ କରି ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ବୋଲି ନିଜକୁ ଦକ୍ଷ ଭାବେ ଗଢି ପାରିଛନ୍ତି ।

ତେବେ ଓଡ଼ିଶା ରୁ ପ୍ରଥମ ସ୍ଥାନ ଗ୍ରହଣ କରି ଜ୍ୟୋର୍ତିବିଦ୍ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଆମ ରଣପୁର ପାଇଁ ମଧ୍ୟ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ସେହିଭଳି ବନାରସ୍ ର ରାଜଶେଖର ଶାସ୍ତ୍ରୀ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିବା ସହ ଆନ୍ଧ୍ରପ୍ରଦେଶର ନିରଞ୍ଜନ ଗିରି ତୃତୀୟ ସ୍ଥାନ ଅଧିଗ୍ରହଣ କରିଛନ୍ତି । ଗତ ତିନି ତାରିଖରେ ଜବଲପୁର ଠାରେ ଏହି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା । ମଧ୍ୟପ୍ରଦେଶ ର ଜବଲପୁର ଠାରେ ହୋଇଥିବା ପୁରସ୍କାର ବିତରଣ ଉତ୍ସବରେ ପ୍ରଥମ , ଦ୍ୱିତୀୟ , ତୃତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଜବଲପୁର ବଗଲା ପୀଠର ଅଧୀଶ୍ଵର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯେ କି ଦ୍ଵାରିକା ର ସମ୍ପୂର୍ଣ୍ଣାନନ୍ଦ ସରସ୍ୱତୀ ଙ୍କ ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ଏବଂ ବାସ୍ତୁ ଓ ଆଷ୍ଟ୍ରୋଲଜ୍ ରିସର୍ଚ୍ଚର ମୁଖ୍ୟ ଡ଼. ପି ଆର ହାଲଦା , ବାସ୍ତୁ ଓ ଆଷ୍ଟ୍ରୋଲଜ୍ ରିସର୍ଚ୍ଚର ଚେୟାରମ୍ୟାନ ଡ଼ . ଏ ବାଲ୍ ,ଆଇଜିଆରଏଏସ୍ ର ପ୍ରତିଷ୍ଠାତା ଶ୍ରୀ ପିୟୁସ ପିପାସୁ ଦାସ ,ଜବଲପୁର ର ପୂର୍ବତନ ସାଂସଦ ତଥା ଜବଲପୁରର ବର୍ତ୍ତମାନ ର ବିଧାୟକ ଶ୍ରୀ ଅଶୋକ ରୋହଣି , ଜବଲପୁର ଏମ୍ ଡି ବ୍ରାଞ୍ଚ ର (ଆଇଜିଆରସି) ର ଡ଼. ସ୍ୱାଗତିକା ପତି ଇତ୍ୟାଦି ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result