ଜଳେଶ୍ୱରରୁ ପୁଣି ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ୨ ଜଣଙ୍କୁ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାରଜଳେଶ୍ୱର :- ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଧଳା ଜହର କାରବାର । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁଳା ପୁଳା ଧଳା ଜହର ଜବତ ହେଉଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ୩୦ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜପୁର ଅଞ୍ଚଳରେ ପୋଲିସ ଚଢଉ କରିିଥିଲା । ଚଢଉ ସମୟରେ ଧଳା ଜହରକୁ ଜବକ କରିଥିଲା ।

ପ୍ରାୟ ୩ ଶହ ଗ୍ରାମ ଓଜନର ଧଳା ଜହର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି l ତେବେ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ତେବେ ସେମାନଙ୍କ ସହିତ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ଛାନଭିନ ଜାରି ରଖିଛି । ହେଲେ ପ୍ରତିଦିନ ଏଭଳି ଧଳା ଜହର ଜବତ ହେବା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି । (ଦୀପ୍ତିମାନ ପତି,ବାଲେଶ୍ଵର )