No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଏମ୍ଆର୍ଏଫ୍ ଏମ୍ଏମ୍ଏସ୍ସି ଏଫ୍ଏମ୍ଏସ୍ସିଆଇ ଭାରତୀୟ ଜାତୀୟ ମୋଟର୍ସାଇକଲ୍ ରେସିଂ ଚାମ୍ପିଆନ୍ସିପ୍ ୨୦୨୧ର ପ୍ରଥମ ରାଉଣ୍ଡ୍ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକମାନେ ଏହି ଚାମ୍ପିଆନ୍ସିପ୍ର ଦ୍ୱିତୀୟ ପର୍ଯ୍ୟାୟ ଲାଗି ଚେନ୍ନାଇରେ ପହଞ୍ଚିଛନ୍ତି । ସପ୍ତାହକରେ ହେବାକୁ ଥିବା ରେସ୍ରେ ମୋଟ ୪୩ ଜଣ ଚାଳକ ଅଂଶଗ୍ରହଣ କରିବେ । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍, ହୋଣ୍ଡା ହର୍ନେଟ୍ ୨.୦ ୱାନ୍ ମେକ୍ ରେସ୍ ଓ ପ୍ରୋ ଷ୍ଟକ୍ ୧୬୫ସିସି ଶ୍ରେଣୀରେ ଚାଳକମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଭାରତୀୟ ଜାତୀୟ ମୋଟର୍ ରେସିଂ ଚାମ୍ପିଆନ୍ସିପ୍ର ପ୍ରୋ-ଷ୍ଟକ୍ ୧୬୫ ସିସି ବର୍ଗରେ ଦୁଇ ପ୍ରମୁଖ ଚାଳକ ରାଜୀବ ସେତୁ ଓ ସେନ୍ଥିଲ୍ କୁମାର ଅଂଶଗ୍ରହଣ କରିବେ । ଏହି ରେସ୍ରେ ରୋମାଞ୍ଚ ଭରିବେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍ର ଏନ୍ଏସ୍ଏଫ୍୨୫୦ଆର୍ ଓ ସିବିଆର୍୨୫୦ଆର୍ ବର୍ଗରେ ଅଂଶଗ୍ରହଣ କରିବାକୁ ଥିବା ୨୬ ଜଣ ଯୁବ ଚାଳକ । ସମାନ୍ତରାଳ ଭାବେ ସାରା ଦେଶର ୧୫ ଜଣ ଅଭିଜ୍ଞ ଚାଳକ ହୋଣ୍ଡା ହର୍ନେଟ୍ ୨.୦ରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ ।

ଦ୍ୱିତୀୟ ପର୍ଯ୍ୟାୟ ସମ୍ଭାବନା ସମ୍ପର୍କରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାପତି- ବ୍ରାଣ୍ଡ୍ ଓ କମ୍ୟୁନିକେସନ୍, ହୋଣ୍ଡା ମୋଟର୍ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଆଠ ମାସର ବ୍ୟବଧାନ ପରେ ଆମ ଚାଳକମାନେ ରେସ୍ ଟ୍ରାକ୍କୁ ଫେରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦୃଢ଼ ଓ ପ୍ରଭାବଶାଳୀ ପ୍ରଦର୍ଶନ ସହ ୨୦୨୧ ଋତୁକୁ ହୋଣ୍ଡା ରେସିଂ ଇଣ୍ଡିଆ ଭଲ ଭାବେ ଆରମ୍ଭ କରିଛି । ଏହି ଧାରାକୁ ବଜାୟ ରଖି ଆମେ ଚଳିତ ସପ୍ତାହନ୍ତରେ ହେବାକୁ ଥିବା ଆଗାମୀ ପର୍ଯ୍ୟାୟ ଲାଗି ପ୍ରସ୍ତୁତ ହୋଇଛୁ । ଆମେ ପୂର୍ଣ୍ଣ ବିଶ୍ୱାସର ସହ କହିପାରିବୁ ଯେ ଆମର ଚାଳକମାନେ ଟ୍ରାକ୍ରେ ବେଶ୍ ସହଜ ଅଛନ୍ତି କିନ୍ତୁ ଗୌରବର ଲଢ଼େଇରେ ଶୀର୍ଷ ସ୍ଥାନରେ ରହିବା ଲାଗି ସେମାନେ ରଣନୀତିପୂର୍ଣ୍ଣ ଭାବନା ନେଇ ଆରମ୍ଭ କରିବେ । ଆମର ଚାଳକମାନଙ୍କ ଲାଗି ଏହି ସପ୍ତାହନ୍ତ ନିଶ୍ଚିତ ରୂପେ ଆକର୍ଷଣୀୟ ରହିବ କାରଣ ସମସ୍ତ ଚାଳକ ରେସ୍ ପୁଣି ଚାଲୁ ହେବାକୁ ଚାହିଁରହିଛନ୍ତି ।’’ ଭାରତୀୟ ଜାତୀୟ ରୋଡ୍ ରେସିଂ ଚାମ୍ପିଆନ୍ସିପ୍ରେ ରାଜୀବ ସେତୁ ଓ ସେନ୍ଥିଲ୍ କୁମାର, ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍ର ଏନ୍ଏସ୍ଏଫ୍ଆର୍୨୫୦ଆର୍ ଓ ସିବିଆର୍୨୫୦ଆର୍ ବର୍ଗରେ କେଭିନ୍ କ୍ୱିଂଟାଲ୍, ଜିଓଫ୍ରେ ଏନାମୁଏଲ୍, ସାମୁଏଲ୍ ମାର୍ଟିନ୍, ବରୁଣ ଏସ୍, ଚରଣ ଟି, ଦୀପକ ଏସ୍, ଶ୍ୟାମ ସୁନ୍ଦର, ସାର୍ଥକ ଚଭନ୍, ମୋହସିନ୍ ପି, ଏଏସ୍ ଜେମ୍ସ, ରାଜ ଦଶ୍ୱବନ୍ତ, ବିବେକ ରୋହିତ କାପାଡିଆ, ରକ୍ଷିତ ଏସ୍ ଡାଭେ, ପ୍ରକାଶ କୁମାର, ଶ୍ୟାମ ବାବୁ ଆଦିଙ୍କ ଉପରେ ନଜର ରହିବ ।
No Result
View All Result