No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) କଳାହାଣ୍ଡି :- ସରକାରଙ୍କ ଯୋଜନା ପରେ ଯୋଜନା ରୂପାୟନ ହେଉଛି ସତ କିନ୍ତୁ ପରିତାପର ବିଷୟ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ସରକାରୀ ଅଫିସ ଯାଇ ନୟାନ୍ତ ହେଉଛନ୍ତି ଲୋକେ । ପକ୍କା ଘର ଥିବା ଲୋକ ଆବାସ ଯୋଜନାରେ ସାମିଲ ହେଉଥିବା ବେଳେ ଭଙ୍ଗାଦ ଦଦରା ଝାଟିମାଟି ଘରେ ରହୁଥିବା ଲୋକଙ୍କୁ ସାତ ସପନ ପାଲଟିଛି ଆବାସ ଯୋଜନା । ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମରେ ରହନ୍ତି ପ୍ରସନ୍ନ ପ୍ରଧାନ ଓ ତାଙ୍କ ପତ୍ନୀ ଦେବକୀ ପ୍ରଧାନ ।
ଏମାନଙ୍କର ଘର କହିଲେ ଝାଟିମାଟିର ଏକ କୁଡ଼ିଆ । ତେବେ ଗତ ୭ ଓ ୮ ତାରିଖ ଲଘୁଚାପ ଜନିତ ବର୍ଷାରେ ଘରର ପଛ ଭାଗ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଏହି ସମୟରେ ଦୁଇ ପ୍ରାଣୀ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏବେ ଏମାନେ ପଲିଥିନ ଘୋଡାଇ ଆଶ୍ରୟ ନେଇଛନ୍ତି । ଘର ଖଣ୍ଡିଏ ତିଆରି ପାଇଁ ନିଜକୁ ଅକ୍ଷମ ମନେକରୁଥବା ପ୍ରସନ୍ନ ଏବେ ଆବାସ ଯୋଜନାରେ ସାମିଲ ହେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result