ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ୱତନ୍ତ୍ର ମୁଖପତ୍ର ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାରଭୁବନେଶ୍ୱର :-  ଭୁବନେଶ୍ୱର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ୱତନ୍ତ୍ର ମୁଖପତ୍ର “Inspire -Empower” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଉନ୍ମୋଚନ କରି ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ସରକାର ମଧ୍ୟ ନିରନ୍ତର ଭାବରେ ସେମାନଙ୍କ ବିକାଶ ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ଉକ୍ତ ପୁସ୍ତକରେ ଓଡ଼ିଶାର ଭିନ୍ନକ୍ଷମମାନେ ହାସଲ କରିଥିବା ସ୍ୱତନ୍ତ୍ର ଉପଲବଧିର ବିଶେଷ ବିବରଣୀ ରହିଛି । ଏହି ଉନ୍ମୋଚନ ଉତ୍ସବରେ ବିଜ୍ଞାାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।