No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଘରୋଇ ବସ ମାଲିକ ମାନେ ଏକତ୍ରୀତ ହୋଇ ନୂତନ ଭାବେ ଏକ ସଂଘ ଗଠନ କରିଛନ୍ତି । ଉକ୍ତ ସଙ୍ଗଠନର ନାମ “ଗଜପତି ଡିଷ୍ଟ୍ରୀଟ୍ ୟୁନାଇଟେଡ ପ୍ରାଇଭେଟ ବସ ଓନର୍ସ ଆସୋସିଏସଏନ” ରଖାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ପରିସରରେ ଇଞ୍ଜା ଭେଙ୍କଟ ରାମଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଚଳାଚଳ କରୁଥିବା ବସ ମାଲିକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ୩ଟି ଘରୋଇ ବସ ମାଲିକ ସଂଘ ଯଥା ଗଜପତି ଜିଲ୍ଲା ଘରୋଇ ମୋଟର ସଂଘ, ଶିରିଡି ସାଇ ବସ ଆସୋସିଏସଏନ ଓ ଜଗନ୍ନାଥ ବସ ମାଲିକ ଆସୋସିଏସଏନ୍ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକ ବସ ମାଲିକ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୩ଟି ଯାକ ସଂଘକୁ ନେଇ ‘ଗଜପତି ଡିଷ୍ଟ୍ରୀଟ୍ ୟୁନାଇଟେଡ ପ୍ରାଇଭେଟ ବସ ଓନର୍ସ ଆସୋସିଏସଏନ’ ନାମରେ ଗୋଟିଏ ସଂଘ କରିବାକୁ ନିଷ୍ପତି ନିଆଯିବା ସହ ତାର କର୍ମକର୍ତ୍ତାଙ୍କ ନାମ ଘୋଷାଣା କରାଯାଇଥିଲା ।
ନୂତ ଭାବେ ଗଠିତ ହୋଇଥିବା ‘ଗଜପତି ଡିଷ୍ଟ୍ରୀଟ୍ ୟୁନାଇଟେଡ ପ୍ରାଇଭେଟ ବସ ଓନର୍ସ ଆସୋସିଏସଏନ’ ର ସଭାପତି ଭାବେ କାଶିନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ରୀ ସିମାଦ୍ରୀ,ସମ୍ପାଦକ- ଇଞ୍ଜା ଭେଙ୍କଟ ରାମଣା, ଉପସଭାପତି- ଡି ଗଜପତି ରାଜୁ, କେ ଯୁଗାନ୍ଧର(ଗୁଣୁପୁର ସେକ୍ଟର), ଯୁଗ୍ମ ସମ୍ପାଦକ- ପ୍ରସନ୍ନ କୁମାର ପଟନାୟକ, କୋଷାଧ୍ୟକ୍ଷ- ପି ରାମବାବୁ ,ଗଣେଶ ସାହୁକାର, ବ୍ୟାଙ୍କ ଖାତାଧାରୀ- ଲୋକେଶ ସାହୁକାର, ଡି ଅଜୟ କୁମାର ରାଜୁ ଓ କେ ବୁଚିବାବୁ, କୋର୍ କମିଟି ସଭ୍ୟ- ଡି ଭେଙ୍କଟ ରାଜୁ, ପି ଗୋବିନ୍ଦ ରାଓ,ବାପି, କେ ଗୋପାଳ କ୍ରିଷ୍ଣା,ଶ୍ରୀନୁ ସାହୁକାର ଓ ପି ନାଗଭୂଷଣ ରାଓ ଏବଂ ଡି ଜଗନ୍ନାଥ ରାଜୁ, କେ ବୁଚିବାବୁ ଓ ପି ରାମବାବୁ ସକ୍ରିୟ ସଦସ୍ୟ ରହିଛନ୍ତି, (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result