No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୦୯ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- ମୌସୁମୀ ଅଧିବେଶନର ଶେଷ ଦିନରେ ଗୃହରେ ପ୍ରବଳ ହଟଗୋଳ ହେବାରୁ ବାଚସ୍ପତି ଦୁଇ ଥର ଗୃହକୁ ମୁଲତବୀ କରିଛନ୍ତି । ଖାଦ୍ୟସଶ୍ୟ ଉତ୍ପାଦନରେ ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି । କେନ୍ଦ୍ର ସରକାର ଧାର୍ଯ୍ୟପରିମାଣର ଧାନ ସଂଗ୍ରହ କରୁନଥିବାରୁ ଚାଷୀ ହନ୍ତସନ୍ତ ହେଉଛି । ଏଫ ସିଆଇ ଜରିଆରେ ସଂଗ୍ରହ ହେଉଥିବା ଧନ ଗତ ବର୍ଷ ତୁଳନାରେ ଅହେତୁକ କମିଛି । ୨୦୧୬-୧୭ରେ ରାଜ୍ୟରେ ମୋଟ ୩୬ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ଏଫସିଆଇ ଜରିଆରେ ୧୬ଲକ୍ଷ ମେଟ୍ରିକ ଟନ ସଂଗୃହିତ ହୋଇଥିଲା ।
ସେହିପରି ଚଳିତ ବର୍ଷ ୫୨ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଥିବା ବେଳେ ବର୍ତ୍ତମାନ ସୁଧା ଏଫସିଆଇ ଜରିଆରେ ମାତ୍ର ୧୨ଲକ୍ଷ ୫୦ହଜାର ମେଟ୍ରିକ ଟନ ସଂଗୃହିତ ହୋଇଛି । ଉତ୍ପାଦିତ ଧାନ ସଂଗ୍ରହ ନହେଉଥିବାରୁ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛି । କେନ୍ଦ୍ରର ଚାଷୀ ମାରଣନୀତି ପ୍ରତିବାଦ ରାଜରାସ୍ତା ରେ ଓହ୍ଲାଇବ ବିଜେଡି, ଚାଷୀଙ୍କୁ ଠିକ୍ ସମୟରେ ମିଳୁନି ସୁବିଧା ଓପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ କ୍ଷତିପୂରଣ ମିଳିନି । କେନ୍ଦ୍ର ସରକାର ସିଧା ସଳଖ ଚଷୀଙ୍କ ପିଠି ଓ ପେଟକୁ ଗୋଇଠା ମାରିଛନ୍ତି । କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି କେନ୍ଦ୍ର ଉପରେ ବର୍ଷିଛି ଶାସକ ବିଜେଡି ।
ଅଭାବି ସାର, ଏମ୍ଏସ୍ ପି ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ରର ଚାଷୀ ମାରଣନୀତିକୁ ପ୍ରତିବାଦ କରି ଶାସକ ଦଳ ପକ୍ଷରୁ ବିଧାନସଭା ପରିସରରେ ଥିବ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ସେପଟେ ସାର ଯୋଗାଣ କ୍ଷେତ୍ରରେ ରାଜ୍ୟକୁ ୬ ଲକ୍ଷ ୧୯ ହଜାର ୧୩୦ ମେଟ୍ରିକ ଟନ ଯୋଗାଇବାକୁ ଚୁକ୍ତି କରିଥିବା ବେଳେ ଦେଇଛନ୍ତି ମାତ୍ର ୩ ଲକ୍ଷ ୯୦ହଜାର ୫୭୩ ମେଟ୍ରିକ ଟନ ।
ହେଲେ ବର୍ତ୍ତମାନ ସୁଧା ରାଜ୍ୟକୁ ୨ଲକ୍ଷ ୨୭ ହଜାର ୫୭୩ ମେଟ୍ରିକ ଟନ ସାର ଯୋଗାଇ ନାହାନ୍ତି । ଯେଉଁଥିପାଇଁ ଚାଷ କାମ ପ୍ରଭାବିତ ହୋଇଛି। । ଯେଉଁ ପର୍ଯ୍ୟନ୍ତ ଚଷୀଙ୍କ ସମସ୍ୟର ସମାଧନ ହୋଇନି ସେ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରିବ ବିଜେଡି । ଚାଷୀ ଙ୍କ ଘରେ ଘରେ ପହଂଚିବ, ରାଜରାସ୍ତାକୁ ଦଳ ଓହ୍ଲାଇବ ବୋଲି କହିଛନ୍ତି ବିଜେଡ଼ି ମହିଳା ମୋର୍ଚ୍ଚା ସଭାପତି ସ୍ନେହାଙ୍ଗିନ ଛୁରିଆ ।
No Result
View All Result