No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଉପ-ଜିଲ୍ଲାପାଳ ଦିଲ୍ଲିପ୍ କୁମାର ମହାରଣାଙ୍କ ସହିତ ଜିଲ୍ଲା ମେଡିକାଲ ଭିଜିଲାନ୍ସ ଟିମ୍ ମିଳିତଭାବେ ଚାନ୍ଦିପୁଟରେ ଅଚାନକ ଚଢଉ କରାଯାଇ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକକୁ ସିଲ୍ କରାଯାଇଛି । ଏଥି ସହ କ୍ଲିନିକ୍ ମାଲିକଙ୍କ ଠାରୁ ଏକ ଚୁକ୍ତିନାମାପତ୍ର ସ୍ୱାକ୍ଷର କରିନେଇଥିବା ଜଣାପଡିଛି । ପ୍ରକାଶ ଥାଉ କି କିଛି ବର୍ଷ ହେଲା ଚାନ୍ଦିପୁଟ ଗ୍ରାମର ସିଏଚ୍ ହରିଶଙ୍କର ପୃଷ୍ଟି ବେଆଇନ୍ ଭାବେ ସରକାରୀ ସ୍ୱୀକୃତି ଓ ପଞ୍ଜିକରଣ ନଥାଇ କ୍ଲିନିକ ଚଳାଉଥିଲେ ।
ବିଶେଷ ସୂତ୍ରରୁ ଅଭିଯୋଗ ପାଇ ଉପ-ଜିଲ୍ଲାପାଳ ଶ୍ରୀମହାରଣା, ଜିଲ୍ଲା ମେଡିକାଲ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ଡ୍ରଗ୍ସ ଇନ୍ସିପେକ୍ଟର ପ୍ରଦୀପ ସାହୁ, ମୋହନା ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା, ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ତ୍ରିଶୁଳ ସେନାପତି ଏହି ଚଢଉ କରି ବେଆଇନ କ୍ଲିନିକକୁ ସିଲ କରିଥିଲେ । କ୍ଲିନିକରେ ବେଆଇନ ଭାବେ ରଖାଯାଇଥିବା କିଛି ଔଷଧ ପ୍ୟାକେଟକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result