No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଖଣ୍ଡପଡ଼ା :- ଖଣ୍ଡପଡ଼ା ଏବେ ବିଜେଡ଼ି ଗଡ଼ । ଏଠି ବିଜେଡ଼ିର ବାନା ଫରଫର ହୋଇ ଉଡୁଛି । କିନ୍ତୁ ଭିତରେ ଶାସନ ଲଣ୍ଡା ହେଲାଣି । କର୍ମୀ ଗୋଠଖଣ୍ଡିଆ ହେଲେଣି । ସରକାରୀ ଅନୁଦାନର ଖର୍ଚ୍ଚ ବାଟବଣା ହେଲାଣି । କାରଣ ଖଣ୍ଡପଡ଼ାର ବିଧାୟକ ତଥା ପୂର୍ବତନ ସାଂସଦ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜାମାତା ଶ୍ରୀ ସୌମ୍ୟ ବାବୁ ଏକପାଖିଆ ଦାୟିତ୍ୱ ସମ୍ପାଦନା କରୁଛନ୍ତି । ବିଜେଡ଼ିର ଗ୍ରାସରୁଟ୍ ନେତା, ନିର୍ବାଚିତ ପ୍ରତିନିଧି, ସଂଗଠନ ଦାୟିତ୍ୱରେ ଥିବା କର୍ମୀ, ପୂର୍ବତନ ବିଜେଡ଼ି ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କ ସହିତ ତାଙ୍କର ଖୋଲାଖୋଲି ସଂପର୍କ ବିଛେଦ ହୋଇଛି ।
ଯେଉଁଥିପାଇଁ ପ୍ରକୃତ ବିଜେଡ଼ି କର୍ମୀମାନେ ଚିନ୍ତାରେ ଅଛନ୍ତି । କିନ୍ତୁ ଅନ୍ୟପଟେ ପୂର୍ବତନ ବିଜେଡ଼ି ବିଧାୟକ ତଥା ଯୁବ ସଂଗଠକ ଶ୍ରୀ ଅନୁଭବ ପଟ୍ଟନାୟକ ନିଜ ଅଞ୍ଚଳର ଜନସଂପର୍କ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିନାହାଁନ୍ତି । ସବୁବେଳେ ସେ ଲୋକଙ୍କ ପାଖେ ପାଖେ ପହଞ୍ଚୁଥିବାରୁ ସୌମ୍ୟ ବାବୁ ଈର୍ଷାନ୍ୱିତ ହେବା କଥା ସାଧାରଣ ଘଟଣା । ଯେଉଁଥିପାଇଁ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡ଼ି ଝଣ୍ଡା ପଡୁଥିଲା ବେଳେ ଭିତରେ ଶାସନ ଲଣ୍ଡା ହେବାକୁ ଗଲାଣି ବୋଲି ଆଲୋଚନା ସର୍ବତ୍ର ଶୁଣାଯାଉଛି ।
କାରଣ ଶାସନ ପ୍ରଶାସନ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ ଝିମିଟି କେଳରୁ ମହାଭାରତ ହେବାର ସମ୍ଭାବନା ଦର୍ଶାଇ ଫାଇଦା ଉଠାଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସୌମ୍ୟ ବାବୁ ଅନୁଭବଙ୍କ ବିରୁଦ୍ଧରେ ସିଧାସଳଖ କିଛି କହିନଥିଲା ବେଳେ ଅନୁଭବ ମଧ୍ୟ ସୌମ୍ୟଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ନାହାଁନ୍ତି । ତାଙ୍କର କହିବା କଥା ବିଜେଡ଼ି ହେଉଛି ଏକ କ୍ୟାଡର ଦଳ । ଏଠି ହାଇକମାଣ୍ଡଙ୍କ ଆଦେଶ ଯାହା ଆସେ ତାକୁ ଆମକୁ ମାନିବାକୁ ପଡ଼ିବ । ତେଣୁ ଅସନ୍ତୁଷ୍ଟ କର୍ମୀମାନଙ୍କୁ ସାଙ୍ଗରେ ନେଇ ଆମକୁ ବାଟ ଚାଲିବାକୁ ହେବ । ତେବେ ଭବିଷ୍ୟତ ସମୟ କହିବ ଖଣ୍ଡପଡ଼ା ବିଜେଡ଼ି ସଂଗଠନ କାହା ହାତକୁ ଯିବ ।
No Result
View All Result