No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଓଡ଼ିଶା :- ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧ ବିଧାନସଭାରେ ଆଗତ ହୋଇଛି । ଓଡିଶା ଗ୍ରାମ ପଞ୍ଚାୟତ ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦% ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ ତାହାକୁ କାର୍ଯ୍ୟକାରୀ କରିବେ ।
ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ । କିନ୍ତୁ ତାହା ୨୭ ଭିତରେ ରହିବା ଉଚିତ । ଯେଉଁଠି ପେଶା ଆଇନ କାର୍ଯ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନାହିଁ । ଏହି ବିଲ୍ ବିଧାନସଭାରେ ପାରିତ ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିବ। ଅନ୍ୟପକ୍ଷରେ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକ ସୋମବାର ଗୃହରେ ଉପସ୍ଥାପିତ ହୋଇଥିଲା ।
କିନ୍ତୁ ତାହା ୨୭ ଭିତରେ ରହିବା ଉଚିତ । ଯେଉଁଠି ପେଶା ଆଇନ କାର୍ୟ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି I
ସେହିଭଳି ଓଡିଶା ରିପିଲିଂ ବିଲ୍ ୨୦୨୧ ବିଧାନସଭାରେ ପାରିତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ୧୯୫୦ରୁ ୨୦୧୧ ମସିହା ମଧ୍ୟରେ ପ୍ରଭାବ ନଥିବା ୨୦୬ଟି ଆଇନ ଅକାମୀ ହୋଇଯିବ । ଏହାସହ ଓଡ଼ିଆ ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୧ ଗୃହରେ ପାରିତ ହୋଇଛି ।
No Result
View All Result