No Result
View All Result
ଆଗାମୀ ପଞ୍ଚାୟତ ନିର୍ବାଚନ ର ବାଜିଲାଣି ଵିଗୁଲୁ : ଆରମ୍ଭ ହେଲାଣି ଅଙ୍କ କଷା କିଏ ହାତେଇବ ପଞ୍ଚାୟତ ରାଜ ର ରାଜ୍ ସିଂହାସନ ।
ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ବଡ଼ଚଣା :- ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ କେନ୍ଦ୍ରଜଳ ସଂପଦ ତଥା ଜନଜାତି କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ଵର ଟୁଡୁ ଙ୍କ ଗସ୍ତ ଅବସରରେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ବଡଚଣା ବି, ଜେ ପି ପକ୍ଷରୁ ସମ୍ବର୍ଦ୍ଧତ କରାଯାଇ ଠିବା ଦେଖିବାକୁ ମିଳିଛି। ରାଜ୍ଯ ସଂପାଦକ ଅମର ନାୟକ, ଜିଲ୍ଲା ସଭାପତି ଗୌତମ ରାୟ,ସାଧାରଣ ସମ୍ପାଦକ ଦେବଯାନୀ ପ୍ରଧାନ, ସଂପାଦକ ପ୍ରମୋଦ କୁମାର ଜେନା, ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରୀତମ ନାୟକ,
ଉପସଭାପତି ଦୀପକ ସାମଲ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଭାକର ମଲିକ, ଓବିସି ସେଲ ସଭାପତି ସମରେନ୍ଦ୍ର ପରିଡା, ମଣ୍ଡଳ ସଭାପତି ବେଣୁଧର ବିଶ୍ବାଳ, ପ୍ରଦିପ ସାମଲ, ଦେବେନ୍ଦ୍ର ଜେନା,ବିକାଶ ମହାପାତ୍ର, ଲଲାଟକେଶରୀ ମହାପାତ୍ର, ଚିନ୍ମୟୀ ସାହୁ, ବାଇଧର ସେନାପତି, କିଶୋର ରାଉତ, ଲିପୁନା ସାମଲ, ବାବାଜୀ ଜେନା, ଛବିନ୍ଦ୍ର ବାରିକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଏହି ଅବସରଯେ ଚଣ୍ଡିଖୋଲ ଡୁବୁରୀ ୫୩ ନଂ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟ ଚାଲୁଥିଲା ସମୟରେ ଖୋସାଲିପୁର ନିକଟସ୍ଥ ନଳୁଆଶୁଣି ମନ୍ଦିର ନିକଟରେ ଏକ ଗଳିପୋଲ ର ନିର୍ମାଣ ପାଇଁ ଶ୍ରୀମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଥିଲା ବେଳେ, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏହାକୁ କାର୍ଯ୍ଯକାରୀ କରିବାକୁ ପ୍ରତିଶୃତି ଦେଇ ଥିଲା ବେଳେ ବିଜେପି କର୍ମୀ ଙ୍କ ଶିବିର ରେ ଉତ୍ସାହ ଦେଖିବାକୁ ମିଳିଛି ।(ଛତିଆ ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି)
No Result
View All Result