No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) ମୋହନା :- ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏସଆଇ ଲିଜ଼ା ମଲ୍ଲିକ ଓ କର୍ମଚାରୀ ଗଞ୍ଜାମ ଓ ଗଜପତି ସୀମାନ୍ତରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଡିକିରେ ୪ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିଥିଲେ ।
ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ରଙ୍କ ଉପସ୍ଥିତରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ୧୩୨ କିଲୋ ହୋଇଥିଲା । ଏହା ସହ ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଏହି ଗଞ୍ଜେଇ ରା.ଉଦୟଗିରି ଅଞ୍ଚଳରୁ ସଂଗୃହୀତ ହୋଇ ବିହାର ରାଜ୍ୟକୁ ଚାଲାଣ ହେଉଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।(ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result