• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ଜୀବନ ଆଉ ଯୁଦ୍ଧ”- ଡ଼ଃ ପ୍ରକାଶ ତ୍ରିପାଠୀ

Proprietor Abhimanyu Maharana by Proprietor Abhimanyu Maharana
September 6, 2021
in ଓଡ଼ିଶା, ମହାନଗର, ହୋମ୍
0
“ଜୀବନ ଆଉ ଯୁଦ୍ଧ”- ଡ଼ଃ ପ୍ରକାଶ ତ୍ରିପାଠୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ବେଳା ତିନିଟା କି ସାଢେ ତିନିଟା ହେବ । ଶଙ୍କରା ଭାଇ ଦୋକାନ ସାମ୍ନା ବେଞ୍ଚରେ ବସି ମୁଁ ଚାହା ପିଉଥାଏ ଆଉ ଶଙ୍କରା ଭାଇ ତାର ଯନ୍ତ୍ରଣାଶିକ୍ତ ଅତୀତର ଗଳ୍ପ ଶୁଣାଉଥାଏ । କଥୋପକଥନର ମୁଖ୍ୟ ବିଷୟ କରୋନା ପୂର୍ବରୁ ଚେନ୍ନାଇ ସ୍ଥିତ କେଉଁ ଏକ ମଟର ଗାଡ଼ି ସୋରୁମ୍ ରେ ତାର ସେଲ୍ସମ୍ୟାନ୍ ଚାକିରୀ, କରୋନା ବ୍ୟାପିବା ପରେ ଚାକିରୀ ହରେଇବା, ତା ଘରେ ପ୍ରାୟ 6 ମାସ ବସିରହିବା, ସେ ସମୟରେ ପରିବାର ର ଦୟନୀୟ ଅଵସ୍ଥା ଓ ଶେଷରେ ଏଇ ଛୋଟିଆ ଦୋକାନ କରି କେମିତି କୌଣସି ପ୍ରକାର ଗୁଜୁରାଣ ମେଣ୍ଟାଇବା। ଜୀବନରେ ବହୁ ଝଡ଼ ଖଞ୍ଜା ଆସିଛି, କିନ୍ତୁ ସେ ସବୁକୁ ପାର କରି ଆସିବା ଇତ୍ୟାଦି ।

ଶଙ୍କରା ଭାଇର ଦୋକାନ କହିଲେ, ରାସ୍ତା କଡ଼ରେ ଛୋଟ ଚାଳିଆ ଦୋକାନଟେ । ଚାରିଟା ସିମେଣ୍ଟ ଖୁଣ୍ଟି, ତା ଉପରେ କେଇଖଣ୍ଡ ଦଦରା କାଠ ବାଉଁଶ ଉପରେ ଭଙ୍ଗା ଟିଣ ଆଜବେଷ୍ଟସ ଓ ତା ଉପରେ କଳା ପଲିଥିନ ଘୋଡା, କାନ୍ଥ ସବୁ ବାଉଁଶ କଣିର ଝାଟିମାଟି । ଭିତରକୁ ପଶିଲେ, ଚାଳରେ ମୁଣ୍ଡ ବାଜିବ । କିନ୍ତୁ ତା ଦୋକାନରେ ଚାହା ସହ, ସକାଳର ଜଳଖିଆ, ଦିପହରେ ଭାତ ଓ ରାତିରେ ରୁଟି ଡାଲମାର ସୁବ୍ୟବସ୍ଥା ଅଛି । ଆଉ ଏକଥା ଗ୍ରାହକଙ୍କ ଗୋଚାରାର୍ଥେ, ପୁରୁଣା ତେଲ ଡବାକୁ କାଟି ତିଆରି ହୋଇଥିବା ଟିଣ ବୋର୍ଡ ଉପରେ ରଙ୍ଗ ଦ୍ଵାରା କେଉଁ ଏକ ଅଖ୍ୟାତ ଶିଳ୍ପୀ ଦ୍ୱାରା ଅଙ୍କା ବଙ୍କା ଅକ୍ଷରରେ ମୁଦ୍ରିତ । ତା ଦୋକାନକୁ ସହରର ବାବୁ ଭାୟା ମାନେ କେବେ ଆଡ଼ଆଖିରେ ଦେଖନ୍ତି ବୋଲି ମୋର ସନ୍ଦେହ ଅଛି । ଦୋକାନର ନାଗୁଆ ଗରାଖ ବୋଇଲେ, କେଇଟା ରିକ୍ସାଵାଲା ଓ ଦିନ ମଜୁରିଆ ।

ବାହାରେ ଡିସେମ୍ବରର ହାଲକା ଉଷ୍ଣ ଖରା ସହ ଗରମ ଗରମ ସର ପକା ଚାହା ଆଉ ଶଙ୍କର୍ଷଣ ମହାନ୍ତିରୁ ଶଙ୍କରା ଭାଇ ପର୍ଯ୍ୟନ୍ତ ଯାତ୍ରାକୁ ଉପଭୋଗ କରୁଥିଲି । ସତରେ, ସ୍ରୋତର ଅନୁକୂଳରେ ସମସ୍ତେ ନାଆ ବାହି ଜାଣନ୍ତି, କିନ୍ତୁ ସ୍ରୋତର ବିପରୀତ ଦିଗରେ ସୁଅ କାଟି ଯିଏ ନାଆକୁ କୂଳରେ ଲଗାଏ ସେ ହିଁ ଅସଲ ନାଉରୀ । ଆମେ ଦୁହେଁ ଗପୁ ଗପୁ ଖିଆଲ ଆସିଲା ସାମ୍ନାରେ ଛିଡ଼ା ୨୩-୨୪ ବର୍ଷର ଝିଅଟେ ।

ପରିଧାନ ଅତି ସାଧାରଣ, କପାଳରେ କଳା ଟିକିଲି ବାଦ୍ ମୁହଁରେ ମେକଅପର ବିନ୍ଦୁ ମାତ୍ର ନାହିଁ, ଅଥଚ ସେଇ ମୁହଁରେ କେମିତି ଗୋଟେ ଅଦ୍ଭୂତ ସମ୍ମୋହନ ଅଛି । କେମିତି ଆପଣାର ଆପଣାର ଛୁଆଁ ରହିଛି ସେଇ ମୁହଁରେ । ହାତରେ ଧରିଥିବା ସ୍ଵଛ ଫାଇଲ ଫୋଲ୍ଡର ଭିତରୁ ଉଙ୍କି ମାରୁଥିଲେ କେଇ ଖଣ୍ଡ କାଗଜ (ବୋଧ ହୁଏ ସ୍ୱବିବରଣୀ ପତ୍ର) ଓ କିଛି ସାର୍ଟିଫିକେଟ । ହୁଏତ କେଉଁଠି ଚାକିରୀର ସାକ୍ଷାତକାର ଦେଇ ଫେରୁଛି ।

ଶଙ୍କରା ଭାଇ ଦୋକାନରୁ ମୁଣ୍ଡଗଳେଇ ଜିଜ୍ଞାସୁ ଦୃଷ୍ଟିରେ ଝିଅଟି ଆଡ଼କୁ ଚାହିଁବାର ଦେଖି ଝିଅଟି ନରମ ଗଳାରେ ପଚାରିଲା :-

– କିଛି ଖାଇବା ପାଇଁ ମିଳିବ ?? ଭାତ, ରୁଟି, ବା ପାଉଁରୁଟି ଯାହା ହେଲେ ବି ଚଳିବ ।
– “ହଁ ହଁ ଅଛି, ସବୁ ଅଛି । ଭାତ ଚାହିଁଲେ ଭାତ, ରୁଟି କହିଲେ ଗରମ ଗରମ ବନେଇ ଦେବି” ଆଗ୍ରହର ସହ କହିଲା ଶଙ୍କରା ଭାଇ ।
– ନା ନା ରୁଟି କରିବା ଦରକାର ନାହିଁ, ଭାତ କେତେ ?
– କଣ ଖାଇବେ, ସାଦା ମିଲ ନା ମାଛ ଭାତ, ଅଣ୍ଡା ଭାତ ନା ମାଂସ ଭାତ ??
– ନା, ସାଦା ମିଲ କେତେ ?
– ସାଦା ମିଲ ୪୦ ଟଙ୍କା । ଭାତ, ଡାଲି, ଗୋଟେ ସାଦା ତରକାରୀ, ଆଉ ଭଜା ରହିବ ।
କଥାଟା ଶୁଣି, ଝିଅଟି କିଛି ସମୟ ନୀରବରେ କିଛି ଭାବିଲା ।କେଇ ମୁହୂର୍ତ୍ତ ପରେ ଟିକେ ଇତସ୍ତତଃ ହୋଇ ଝିଅଟି ପୁଣି ପଚାରିଲା,
– ଖାଲି ଭାତ ଡାଲି ହେଲେ କେତେ ନେବ ? ତିରିଶ ଟଙ୍କାରେ ହେଇଯିବ କି ??
– ସେଇଠି ବାହାରେ ଡ୍ରମରେ ପାଣି ଅଛି, ହାତ ମୁହଁ ଧୋଇ ଭିତରକୁ ଆସ, ମୁଁ ବାଢ଼ି ଦେଉଛି । ଭିତରେ ଯୋଡ଼େ ପ୍ଲାଷ୍ଟିକ ଟେବୁଲ ପଡ଼ିଥିଲା । ଟେବୁଲ ଉପରେ ଫାଇଲ୍ ରଖି ଝିଅଟି ବସିଲା । ହଠାତ ଝିଅଟିର ଫୋନଟି ବାଜି ଉଠିଲା ।
– ହଁ ବୋଉ । ହଁ ହଁ ଇଣ୍ଟରଭିଉ ଭଲ ହେଇଚି । ଲାଗୁଚି ହେଇଯିବ । ହଁ ଖାଇଛି । ଭାତ, ଡାଲି, ବାଇଗଣ ଭଜା ଆଉ ମାଛ ତରକାରୀ । ତୁ ଏତେ କାଶୁଚୁ ! ସକାଳୁ କହିଆସିଥିଲି ଓଷଦ ଖାଇବାକୁ, ଖାଇଥିଲୁ ନା ..? ଦିପହରରେ କଣ ଖାଇଥିଲୁ ..?? ହଉ ବବୁଲୁକୁ କହିବୁ, ଟିଉସନରୁ ଫେରିବା ବାଟରେ ସାଇକେଲ ନେଇ ଚରମ୍ପା ଷ୍ଟେସନରେ ଆସି ଥିବ, ମୁଁ ପହଁଚିଲା ବେଳକୁ ରାତି ହେଇଯିବ । ଏବେ ରଖୁଛି, ତୁ ଓଷଦ ଖାଇ ଟିକେ ରେଷ୍ଟ ନେ । ହଁ ରଖୁଛି ।

ଫୋନ ରଖି କେଇ ମୁହୂର୍ତ୍ତ ବାହାରକୁ ଶୁନ୍ୟ ଦୃଷ୍ଟିରେ ଚାହିଁ ରହିଥିଲା ଝିଅଟି । କଣ ଭାବୁଥିଲା କେ ଜାଣେ !! ହୁଏତ ଚାକିରୀ ପରର ସୁନେଲି ସ୍ବପ୍ନ ଆଖିରେ ଭିଡ଼ କରିଥିଲା । ବୋଧେ ଭାବୁଥିଲା, ଚାକିରିଟା ହୋଇଗଲେ ଘରେ ରୋଗୀଣା ମା’ ପାଇଁ ଓଷଦ ଖର୍ଚ୍ଚ, ଛୋଟ ଭାଇର ପଢ଼ାପଢ଼ି ଆଉ ଟିଉସନ୍ ଖର୍ଚ୍ଚ ପାଇଁ ଆଉ ଅସୁବିଧା ହେବନି । କିନ୍ତୁ… ଯଦି ଚାକିରୀ ନହୁଏ ?? ହଠାତ ଦୀର୍ଘ ନିଃଶ୍ୱାସ ଟିଏ ଛାଡ଼ି, ଦୁଇ ହାତର କହୁଣୀ ଟେବୁଲ ଉପରେ ରଖି ଦୁଇ ପାପୁଲିରେ ମୁହଁକୁ ଢାଙ୍କି ବସି ରହିଥିଲା କିଛି ସମୟ ।

ଏଇ ବୟସରେ ସଂସାରର ଦାଇତ୍ୱ କାନ୍ଧଉପରେ ନେଇ, କେଇ ଖଣ୍ଡ ସାର୍ଟିଫିକେଟ କୁ ଅସ୍ତ୍ର କରି ଜୀବନ ଯୁଦ୍ଧରେ ବାହାରି ପଡ଼ିଛି କୁନି ଝିଅଟି। ନାରୀ ପର୍ଯ୍ୟାୟ ଭୁକ୍ତ ହୋଇନି ବୋଧେ ଏ ଯାଏ, ତଥାପି ନାରୀ ସଶକ୍ତିକରଣ ବୋଧ ହୁଏ ଏହାକୁ ହିଁ କୁହାଯାଏ ।

ୟା ଭିତରେ ଶଙ୍କରା କେତେବେଳେ ଟେବୁଲ ଉପରେ ଖାଇବା ବାଢ଼ି ଦେଇଯାଇଥିଲା । ଖାଇବା ଥାଳି ଦେଖି ଝିଅଟି ପୁଣି ଡାକିଲା, ଭାଇ ମୁଁ କହିଥିଲି କେବଳ…
– “ଭୁଲ ହେଇଯାଇଛି ମା’, ଭୁଲରେ ମାଛ ତରକାରୀ ଦେଇ ଦେଇଛି । ଭୁଲ୍ ଟା ପୁରାପୁରି ମୋର। ଦେଇ ଦେଇଛି ଯେତେବେଳେ ଖାଇଦିଅ, ନହେଲେ ପୁରା ପ୍ଲେଟଟା ନଷ୍ଟ ହେବ ମୋର । ତୁମେ ସେଇ ତିରିଶ ଟଙ୍କା ହିଁ ଦେବ ।” ଝିଅଟିକୁ କଥା ଶେଷ କରିବାକୁ ନଦେଇ ଶଙ୍କରା ଭାଇ କହିଲା ।
– କିନ୍ତୁ ମୁଁ ତ ଖାଲି, ଭାତ ଡାଲି..
– “ହଁ କହିଥିଲ ଯେ, କିନ୍ତୁ ଭୁଲରେ ଦେଇଦେଲି । ଖାଇଦିଅ” ଝିଅଟିର କଥାକୁ ଆଉ ଅପେକ୍ଷା ନକରି ଶଙ୍କରା ବାହାରେ କୋଇଲା ଆଞ୍ଚରେ ବସିଥିବା ଚାହା ସସ୍ପେଣ୍ଟରେ ଚାହାପତି ଓ ଚିନି ମିଶେଇବାକୁ ଲାଗିଲା ।

ଝିଅଟା ଖାଇସାରି ଯିବାପରେ, ଶଙ୍କରା ଭାଇକୁ ପଚାରିଲି, ସତରେ ସେ ଭୁଲରେ ମାଛ ତରକାରୀ ଦେଇ ଦେଇଥିଲା କି ନା ! ଉତ୍ତରରେ ଅଳ୍ପ ହସି ଶଙ୍କରା ଭାଇ ଯାହା କହିଲା, ଲୋକଟା ପାଇଁ ଶ୍ରଦ୍ଧା ଓ ସମ୍ମାନରେ ମୋ ମୁଣ୍ଡ ନଇଁ ଯାଉଥିଲା । କହିଲା, “ବ୍ୟବସାୟରେ ଲାଭକ୍ଷତି ତ ସବୁବେଳେ ଅଛି ରହିବ, କିନ୍ତୁ ଏମିତି ଭୁଲ କରିବାର ସୁଯୋଗ ବହୁତ କମ ଆସେ । “

ମନେ ମନେ ଗୋଟେ କଥା ଭାବୁଥିଲି, ଜଣେ ଅନୁଭବୀ ଯୋଦ୍ଧା ହିଁ ଆଉ ଜଣେ ଯୋଦ୍ଧାକୁ ସଠିକ୍ ମୂଲ୍ୟ ଦେଇ ପାରେ ।ଯୋଦ୍ଧା କୁ ସବୁ ସମୟରେ ସମ୍ମାନ ଜଣାଇବା ଉଚିତ୍ । (ସଂଗ୍ରହ — ଡ଼ଃ ପ୍ରକାଶ ତ୍ରିପାଠୀ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

June 15, 2026
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version