No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା”ଆନୁକୁଲ୍ୟରେ ଗୁରୁପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଆକାଂକ୍ଷାର ଉପେଦେଷ୍ଟା ଶ୍ରୀମତୀ ଛାୟାବତୀ ସାହୁଙ୍କ ତତ୍ତ୍ୱାବଧାନରେ ଆଙ୍କକ୍ଷାର ସ୍ଥାୟୀ କାର୍ଯ୍ୟାଳୟ,ବଡ ବ୍ରାହ୍ମଣ ସାହିରେ ଅନୁଷ୍ଠିତ ହୋଇସାରିଛି। ସଙ୍ଗଠନର ଅଧ୍ୟକ୍ଷା ଭାରତୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗୁରୁ ପୂଜନ ସମାରୋହ ଅନୁଷ୍ଟିତ ହୋଇଥିଲା l ନାରୀ ସଶକ୍ତିକରଣ ସହ ଗୁରୁଦିବସର ପାଳନ ସମ୍ପର୍କରେ ସମ୍ପାଦିକା ତନୁଜା ଶତପଥୀ ଉଦବୋଧନ ଦେଇଥିଲେ।

ପ୍ରଫୁଲ୍ଲ ବେବର୍ତ୍ତା,ମାନସୀ ପଣ୍ଡା, ସୁଷମା,ମୀନା ପ୍ରଭୃତି ପରିଚାଳନା କରିଥିଲେ। ଏହି ଶୁଭ ଅବସରରେ ଶିକ୍ଷାକ୍ଷେତ୍ରରେ ଶ୍ରେଷ୍ଟ ସ୍ଥାନ ଅଧିକାର କରି ଶିକ୍ଷାର ଗୁଣାତ୍ମମାନ ବୃଦ୍ଧି ପାଇଁ ଗୌର ଚନ୍ଦ୍ର ଗଜପତିର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନାର୍ମଦା ଦାସଙ୍କୁ ଶ୍ରେଷ୍ଟ ଆଦର୍ଶ ଗୁରୁ ଭାବେ ଉପଢୌକନ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result