୧୯ ଏପ୍ରିଲ, ରବିବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) ରବିବାର, ଏପ୍ରିଲ 18.4.2020 :- ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ :- ଦିନର ପ୍ରାରମ୍ଭରେ ଆପଣ କୌଣସି ପ୍ରକାରର ଦ୍ୱନ୍ଦ୍ୱରେ ରହିବେ । ନିଜର ମଧୁରବାଣୀ ଏବଂ ଭାଷାରେ ଆପଣ କାହାକୁ ମଧ୍ୟ ମନାଇ ପାରିବେ । ମଧ୍ୟାହ୍ନ ପରେ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ ଏବଂ ମନ ପ୍ରଫୁଲ୍ଲିତ ରହିବ । ଯାତ୍ରାର ମଧ୍ୟ ଯୋଗ ଅଛି । ଧନ ସମ୍ବନ୍ଧରେ କୌଣସି ବିଶେଷ ଚର୍ଚ୍ଚା ହୋଇପାରେ ।

ବୃଷ :- ଆପଣଙ୍କ ଆଜିର ଦିନ ମଧ୍ୟମଫଳଦାୟୀ ରହିବ । ଦିବସର ପ୍ରାରମ୍ଭରେ ଆପଣଙ୍କୁ ଶାରୀରିକ ତଥା ମାନସିକ ରୂପରେ ଫୂର୍ତ୍ତି ଏବଂ ଆନନ୍ଦ ଅନୁଭବ ହେବ । ଆପଣଙ୍କ ସୃଜନାତ୍ମକ ଏବଂ କଳାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହୋଇପାରେ । ମଧ୍ୟାହ୍ନ ପରେ ଆପଣ କୌଣସି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ବୈଚାରିକ ସ୍ତରରେ ଆପଣ ବୁଡ଼ି ରହିବେ । ଆବଶ୍ୟକ ନିର୍ଣ୍ଣୟ ଏହି ସମୟ ନନେବାପାଇଁ ଉପଦେଶ ।

ମିଥୁନ :- ଆପଣଙ୍କ ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ । ଆଜି ଆପଣ ଚିନ୍ତାରେ ଘେରି ରହିବେ ଏବଂ ସ୍ଵାସ୍ଥ୍ୟରେ ମଧ୍ୟ ଅବନ୍ନତି ହୋଇପାରେ । ପରିବାରରେ ମଧ୍ୟ ମତଭେଦ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣ ସମସ୍ତ କାର୍ଯ୍ୟଗୁଡ଼ିକରେ ଅନୁକୂଳତା ଅନୁଭବ କରିବେ । ଆର୍ଥିକ ଲାଭର ସଂଭାବନା ଅଛି ।

କର୍କଟ :- ଦିନର ପ୍ରାରମ୍ଭରେ ଆପଣଙ୍କ ପରିବାରରେ ଖୁସିର ମାହୌଲ ରହିବ ଏବଂ ବ୍ୟାପାରରେ ସମୟ ଠିକ ରହିବ । ମହିଳାବର୍ଗଙ୍କଠାରୁ ଲାଭ ହେବାର ଯୋଗ ଅଛି । ପ୍ରିୟ ପାତ୍ରଙ୍କ ସହ ଭେଟ ହେବ। ମାନସିକ ତଥା ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ବିବିଧ ପ୍ରକାରର ଚିନ୍ତା ଆସିବ, ଯାହା କି ପାରିବାରିକ ବାତାବରଣକୁ ବିଗାଡ଼ି ପାରେ ।

ସିଂହ :- ଆଜିର ଦିନ ଆନନ୍ଦପୂର୍ବକ ବିତିବ । ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଲାଭଦାୟୀ ଅଟେ । ଧନ ବୃଦ୍ଧି ହେବ । ମହିଳାବର୍ଗଙ୍କର ଲାଭ ହେବାର ମଧ୍ୟ ସଂଭାବନା ଅଛି । ସନ୍ତାନଙ୍କ ତରଫରୁ ମଧ୍ୟ ଲାଭ ମିଳିବ । ଛୋଟ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ଆନନ୍ଦ ରହିବ ।

କନ୍ୟା :- ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ । କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ । ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ । ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ । ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ବ୍ୟବସାୟରେ ବୃଦ୍ଧିର ସଂଭାବନା ଅଛି । ଗୃହସ୍ଥ ଜୀବନରେ ମଧୁରତା ରହିବ । ମାନ-ସମ୍ମାନ ମିଳିବ ।

ତୁଳା :- ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ । ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ । ଯାତ୍ରା ଲାଭଦାୟୀ ନୁହେଁ । ଧାର୍ମିକ କାର୍ଯ୍ୟ ହେବ । ବିଦେଶରେ ସ୍ଥିତ ସ୍ଵଜନମାନଙ୍କର ଭଲ ସମାଚାର ମିଳିବ । ବ୍ୟାପାରରେ ଆର୍ଥିକ ଲାଭ ହେବ । ନୂଆ ଆୟୋଜନ ପାଇଁ ଅନୁକୂଳ ପରିସ୍ଥିତି ହେବ ।

ବିଚ୍ଛା :- ଆପଣ ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରି ପାରିବେ । ପରିଜନମାନଙ୍କର ସହିତ ସାମାଜିକ ସମାରୋହରେ ଭାଗ ନେବେ । ଛୋଟ ଯାତ୍ରାର ମଧ୍ୟ ଯୋଗ ଅଛି । ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି । ମାନସିକ ରୂପରେ କିଛି ବ୍ୟଗ୍ରତା ମଧ୍ୟ ଅନୁଭବ କରିବେ । ଖାଦ୍ୟ-ପାନୀୟ ଉପରେ ବିଶେଷ ରୂପରେ ଧ୍ୟାନ ଦେବେ ।

ଧନୁ :- ଆଜିର ଦିନ ଶୁଭଫଳଦାୟୀ ହେବ । ଶରୀର ଏବଂ ମନ ଅସୁସ୍ଥ ରହୁଥିଲେ ମଧ୍ୟ ଆପଣ ନିଜର ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରି ପାରିବେ । ଆର୍ଥିକ ଆୟୋଜନ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ । କାର୍ଯ୍ୟାଳୟରେ ସହକର୍ମିମାନଙ୍କ ସହଯୋଗ ଆପଣଙ୍କୁ ମିଳିବ । ପରିଜନ ଏବଂ ମିତ୍ରମାନଙ୍କର ଘନିଷ୍ଠତାରେ ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦଦାୟୀ ରହିବ । ବ୍ୟାପାରରେ ବୃଦ୍ଧି କରି ପାରିବେ ।

ମକର :- ବୈଚାରିକ ସ୍ତରରେ ବିଶାଲତା ଏବଂ ମଧୁରବାଣୀରେ ଆପଣ ଅନ୍ୟଜନମାନଙ୍କୁ ପ୍ରଭାବିତ କରି ପାରିବେ । ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ । ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ । ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦର ସହିତ ବିତିବ । ଚାକିରିରେ ସହଯୋଗ ମିଳିବ । ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ ଏବଂ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ ।

କୁମ୍ଭ :- ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ ଆତ୍ମବିଶ୍ଵାସର ସହିତ ଠିକରେ ସଂପନ୍ନ କରି ପାରିବେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ । ପୈତୃକ ସଂପତ୍ତି ଲାଭ ହେବ । ତଥାପି ମଧ୍ୟ ବାହନ, ବାସଗୃହ ଆଦିର କାଗଜପତ୍ର ସମ୍ବନ୍ଧିତ କାର୍ଯ୍ୟରେ ସାବଧାନପୂର୍ବକ ଆଗକୁ ବଢ଼ିବେ । ଆପଣଙ୍କ ବୈଚାରିକ ସମୃଦ୍ଧିରେ ବୃଦ୍ଧି ହେବ । ମନ ପ୍ରସନ୍ନ ରହିବ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ।

ମୀନ :- ଆନନ୍ଦ ଏବଂ ଉତ୍ସାହରେ ବୃଦ୍ଧି ହେବ କୌଟୁମ୍ବିକ ତଥା ଆର୍ଥିକ ବିଷଗୁଡ଼ିକ ଉପରେ ଆପଣ ଅଧିକ ଧ୍ୟାନ ଦେବେ । ଆପଣ କୌଣସି ମଧ୍ୟ କାର୍ଯ୍ୟକୁ ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସର ସହିତ କରି ପାରିବେ । ପିତୃପକ୍ଷରୁ ଲାଭ ହେବାର ମଧ୍ୟ ସଂଭାବନା ଅଛି । ପରନ୍ତୁ ଜମିବାଡ଼ି ଆଦି ବିଷୟଗୁଡ଼ିକ କାର୍ଯ୍ୟରେ ସାବଧାନ ରହିବେ । ସନ୍ତାନ ପଛରେ ଖର୍ଚ୍ଚ କରିବେ । ବିଦ୍ୟାର୍ଥୀଗଣ ବିଦ୍ୟା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପାରିବେ ।