No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ବାଙ୍କୀ :- ଗୁରୁ ଦିବସ ଉପଲକ୍ଷେ ବାଙ୍କୀ କଲେଜ ରୋଡସ୍ଥିତ ଜେଡ୍.ଏଫ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଯୋଗଶିବିରରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଆବଶ୍ୟକତା ସଂପର୍କରେ କହିବା ସହିତ ଯୋଗ ହିଁ ଜୀବନ ଏବଂ ଯୋଗ ଦ୍ୱାରା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ସୁସ୍ଥ ରଖିଥାଏ ।
ବିଧାୟକ ଶ୍ରୀ ତ୍ରିପାଠୀ ନିଜେ ଶିଶୁମାନଙ୍କ ସହିତ ଯୋଗକରି ସେମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ସମାଜସେବୀ ଶୋଭନ ମହାନ୍ତି ଏଥିରେ ଯୋଗଦେଇ ଯୋଗର ଗୁରୁତ୍ୱ ସଂପର୍କରେ ମତପ୍ରକାଶ କରିଥିଲେ । ଯୋଗଗୁରୁ ଏସ୍.ପି. ବଦ୍ରିନାଥ ଯୋଗ ଶିକ୍ଷା କରାଇ ଥିବା ବେଳେ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡା ଶିବିର ପରିଚାଳନା କରିଥିଲେ ।
No Result
View All Result