No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଏକ ବାଇକ ଦୁର୍ଘଟଣା ଘଟି ଦୁଇ ଭାଇଙ୍କ ମୃତ୍ୟୁ ଘଟଣାରୁ ପ୍ରକାଶ ଯେ ରାୟଗଡ ଗ୍ରାମର ଖ୍ରୀଷ୍ଟିଆନ ସାହିର ମନୋଜ ସ୍ବାଲୋସିଂଙ୍କଦୁଇପୁଅକ୍ଲିନଟନସ୍ୱାଲସିଙ୍ଗ(୨୨) ପ୍ରିୟତମ ସ୍ବାଲସିଂ (୧୮)କୌଣସି ଏକ କାମରେ ଖଜୁରୀପଦା ଯାଇ ନିଜ ଗ୍ରାମ ରାୟଗଡ ହିରୋ ହୋଣ୍ଡା ସ୍ପେଣ୍ଡର ବାଇକରେ ଫେରୁଥିବା ବେଳେ ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲେ l ନିକଟରେ ଥିବା ଗୋଡ଼ା ଓ ମାର୍ଲବା ଗ୍ରାମର କିଛି ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବାହାରକୁ ବାହାର କରି ଉଦ୍ଧାର କରିଥିଲେ l

ଉକ୍ତ ପରିବାରକୁ ଖବର ଦେଇଥିଲେ ସେହି ସମୟରେ ସାନଭାଇ ପ୍ରିୟତମର ମୃତ୍ୟୁ ଘଟି ଯାଇଥିଲା. ତତସଙ୍ଗେ ସଙ୍ଗେ ବଡ ଭାଇ କ୍ଲିନଟନ କୁ ରାୟଗଡ ମେଡିକାଲ କୁ ଅଟୋ ଯୋଗେ ଲୋକେ ଆଣିଥିଲେ l ସେ ଗୁରୁତର ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ନିଆଯାଇ ଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଏ ନେଇ ରାୟଗଡ ଥାନା ଏସ ଆଇ ସିନ୍ଧୁ ଶାରକା ଘଟଣା ସ୍ଥଳରେ ପହଞ୍ଚି ଦୁଇ ଶବକୁ ଜଵତ କରି ଏକ ଅପମୃତ୍ୟୁ ମାମଲା ୠଜୁକରି ଶବ ବ୍ୟବଛେଦ ସକାଶେ ପାରଳାଖେମୁଣ୍ଡି ମୂଖ୍ୟ ଚିିତ୍ସାଳୟକୁ ପଠାଇ ଥିବା ପ୍ରକାଶ କରିଛନ୍ତି l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result